train

ଶିଳାନ୍ୟାସ ହେଲା ପ୍ରଥମ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ

39

ଦ୍ରୁତ ଅଭିବୃଦ୍ଧିରେ ସହାୟକ ହେବ: ମୋଦି
ବୁଲେଟ୍ ଟ୍ରେନ୍ରେ ଭାରତର ପ୍ରଗତି ଦେଖିବାକୁ ଚାହେଁ: ସିଞ୍ଜୋ
ଅହମ୍ମଦାବାଦ୍,୧୪ା୯: ଦେଶର ପ୍ରଥମ ଦ୍ରୁତଗାମୀ ରେଳ ପ୍ରକଳ୍ପର ଶିଳାନ୍ୟାସ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଦ୍ୱାରା କରାଯାଇଛି । ମୁମ୍ବାଇରୁ ଅହମ୍ମଦାବାଦ ମଧ୍ୟରେ ୫୦୮ କି.ମି. ଦୂରତାକୁ ୩ ଘଣ୍ଟା ମଧ୍ୟରେ ଅତିକ୍ରମ କରିବା ଲାଗି ଏହି ରେଳପଥରେ ବୁଲେଟ୍ ଟ୍ରେନ୍ ଚଳାଚଳ କରିବ । ୧.୧୦ କୋଟି ଟଙ୍କା ବିନିମୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ନବ ଭାରତର ଉଚ୍ଚ ଆକାଂକ୍ଷା ଓ ଇଚ୍ଛାଶକ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳାନ୍ୟାସ ଅବସରରେ ମତ ରଖିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ବିକାଶକୁ ଗତି ଯୋଗାଇବା ସହ ତୁରନ୍ତ ଫଳାଫଳ ପ୍ରଦାନ କରିବ । ଦ୍ରୁତଗାମୀ ଯୋଗାଯୋଗ ବ୍ୟବସ୍ଥା ଜରିଆରେ ସରକାର ଉତ୍ପାଦକତା ବୃଦ୍ଧି କରିବା ପାଇଁ ଗୁରୁତ୍ୱ ଦେଉଛନ୍ତି । ଜାପାନ ସରକାର ଏହି ପ୍ରକଳ୍ପ ଲାଗି ଭାରତକୁ ବୈଷୟିକ ଓ ଆର୍ଥôକ ସହାୟତା ଦେଉଥିବାରୁ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ସେ ଧନ୍ୟବାଦ ଜଣାଇଥିଲେ । ସୂଚନାଯୋଗ୍ୟ, ପ୍ରକଳ୍ପ ଲାଗି ଜାପାନ ସରକାର ୮୮ ହଜାର କୋଟି ଟଙ୍କା ଋଣ ଆକାରରେ ପ୍ରଦାନ କରିବେ । ୫୦ ବର୍ଷରେ ୦.୧% ହାରରେ ଏହି ଋଣ ପରିଶୋଧ କରାଯିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦ୍ରୁତଗାମୀ ଟ୍ରେନ୍ କେବଳ ଦୁଇଟି ସହରକୁ ଅଧିକ ନିକଟତର କରିବନାହିଁ ବରଂ ଶତାଧିକ କିଲୋମିଟର ଦୂରରେ ରହୁଥିବା ଲୋକମାନଙ୍କୁ ପରସ୍ପରର ନିକଟତର କରିପାରିବ । ନୂଆ ଅର୍ଥନୈତିକ ବ୍ୟବସ୍ଥା ମୁମ୍ବାଇ-ଅହମ୍ମଦାବାଦ୍ କରିଡର ସହ ବିକଶିତ ହେଉଛି ଏବଂ ସମଗ୍ର ଅଞ୍ଚଳ ଗୋଟିଏ ଅର୍ଥନୈତିକ ଜୋନ୍ ମଧ୍ୟକୁ ଚାଲିଆସିବ । ସାଧାରଣ ଲୋକଙ୍କୁ ଲାଭ ପହଞ୍ଚାଇପାରିଲେ ପ୍ରଯୁକ୍ତି ବିକାଶ ଉପଯୋଗୀ ହୋଇଥାଏ । ଏହି ପ୍ରକଳ୍ପ ପାଇଁ ପରିକଳ୍ପିତ ପ୍ରଯୁକ୍ତି ହସ୍ତାନ୍ତର ଭାରତୀୟ ରେଳବାଇ ପାଇଁ ଲାଭଜନକ ହେବା ସହ ‘ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବ । ଏହି ପ୍ରକଳ୍ପ ପରିବେଶ ଅନୁକୂଳ ଓ ମାନବ ଅନୁକୂଳ ହୋଇପାରିବ । ଦ୍ରୁତଗାମୀ କରିଡର ଭବିଷ୍ୟତରେ ଦ୍ରୁତ ଅଭିବୃଦ୍ଧିର କାରଣ ହୋଇପାରିବ । ଭବିଷ୍ୟତର ଆବଶ୍ୟକତାକୁ ଦେଖି ସରକାର ଭିତ୍ତିଭୂମି ବିକାଶ ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ଯଥାସମ୍ଭବ କମ୍ ସମୟ ମଧ୍ୟରେ ଏହି ପ୍ରକଳ୍ପ ସାରିବା ଲାଗି ସମସ୍ତେ ମିଳିତଭାବେ କାର୍ଯ୍ୟ କରିବେ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ । ଏହି ଅବସରରେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ କହିଥିଲେ ଯେ ଭାରତ-ଜାପାନର ସହଭାଗିତା ସ୍ୱତନ୍ତ୍ର ଏବଂ ବିଶ୍ୱସ୍ତରୀୟ । ଆଗାମୀ ବର୍ଷଗୁଡିକରେ ସେ ବୁଲେଟ୍ ଟ୍ରେନ୍ ମାଧ୍ୟମରେ ଭାରତର ସୌନ୍ଦର୍ଯ୍ୟ ଦେଖିବାକୁ ଚାହିଁଛନ୍ତି । ଜାପାନ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ପ୍ରଥମେ ଜୟ ଇଣ୍ଡିଆ, ଜୟ ଜାପାନ କହିଥିଲେ । ଭାରତର ମେକ୍ ଇନ୍ ଇଣ୍ଡିଆ ପ୍ରକଳ୍ପ, ଉତ୍ପାଦନ ଶିଳ୍ପକୁ ପ୍ରୋତ୍ସାହନ ଦେବା ଲାଗି ଜାପାନ ବଦ୍ଧପରିକର । ୨୦୨୨ରେ ଯେତେବେଳେ ବୁଲେଟ୍ ଟ୍ରେନ୍ ଚଳାଚଳ ଆରମ୍ଭ କରି ସେ ମୋଦିଙ୍କ ସହ ମୁମ୍ବାଇ ଯିବାକୁ ତାଙ୍କର ଇଚ୍ଛା ରହିଛି ବୋଲି ସେ କହିଛନ୍ତି । ମୁଖ୍ୟତଃ ଏହି ଟ୍ରେନ୍ରେ ଯାତାୟାତ ପାଇଁ ଅନେକ ସୁବିଧା ଉପଲବ୍ଧ ହୋଇପାରିବ । ୫୦୮କିମି ଦୂର ଯାତ୍ରା ପାଇଁ ୩୫୦ କି.ମି. ବେଗରେ ଏହି ଟ୍ରେନ୍ ଗତି କରିବା ସହ ୧୨ଟି ଷ୍ଟେସନ୍ ଦେଇ ମାତ୍ର ୩ଘଣ୍ଟାରେ ଗନ୍ତବ୍ୟସ୍ଥଳରେ ପହଞ୍ଚôବ । ଯାହାକି ସାଧାରଣ ଟ୍ରେନ୍ରେ ୮ଘଣ୍ଟା ସମୟ ଲାଗେ । ୭କିମି ପର୍ଯ୍ୟନ୍ତ ରାସ୍ତା ସମୁଦ୍ର ମଧ୍ୟରେ ସୁଡଙ୍ଗ ଦେଇ ଅତିକ୍ରମ କରିବ । ଟ୍ରେନ୍ରେ ୭୫୦ଜଣ ଯାତ୍ରୀ ଏକସଙ୍ଗେ ବସିିବାର ସୁବିଧା ରଖାଯାଇଛି ।

ସେଆର କରନ୍ତୁ:



Powered by odothemes.com