cm1

ଆଉ ୫ଲକ୍ଷ ହିତାଧିକାରୀଙ୍କୁ ସାମିଲ ପାଇଁ ପରାମର୍ଶ

43

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା
ଭୁବନେଶ୍ୱର (ବୁ୍ୟରୋ): ୨୦୧୭-୧୮ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ କଲ୍ୟାଣ ଯୋଜନାରେ ନୂଆ ୫ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକୃତ କରିବା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଆରୋପ କରିଛନ୍ତି । ଆଜି ସଚିବାଳୟରେ ଆୟୋଜିତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମାଜର ଗରିବ ଶ୍ରେଣୀର ଲୋକଙ୍କ କଲ୍ୟାଣକୁ ରାଜ୍ୟ ସରକାର ସବୁବେଳେ ପ୍ରାଥମିକତା ଦେଇ ଆସିଛନ୍ତି । ତେଣୁ ନିର୍ମାଣ ଶ୍ରମିକମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଉପଯୁକ୍ତ ତଦାରଖ ସହିତ ଏହାର ସୁଯୋଗ ଯେପରି ହିତାଧିକାରୀମାନେ ଠିକ୍ ଭାବରେ ପାଇପାରିବେ, ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସୂଚନାଯୋଗ୍ୟ ଯେ ରାଜ୍ୟରେ ଶ୍ରମ ଓ କର୍ମଚାରୀ ବୀମା ନିଗମ ବିଭାଗ ଦ୍ୱାରା ରାଜ୍ୟ ୨୦ଲକ୍ଷ ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଥିବା ବେଳେ ତନ୍ମଧ୍ୟରୁ ୮.୬ଲକ୍ଷ ହିତାଧିକାରୀଙ୍କୁ ବିଭିନ୍ନ କଲ୍ୟାଣ ଯୋଜନାରେ ସାମିଲ କରାଯାଇଛି । ଚଳିତ ବର୍ଷ ଏହି କଲ୍ୟାଣ ଯୋଜନାରେ ନୂଆ ୫ଲକ୍ଷ ହିତାଧିକାରୀଙ୍କୁ ପଞ୍ଜିକୃତ କରିବା ସହ ଅନ୍ତତଃପକ୍ଷେ ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା । ସମ୍ବଲପୁର, ବାଲେଶ୍ୱର, ଜଗତସିଂହପୁର, ମୟୁରଭଞ୍ଜ ଓ କଟକ ଜିଲ୍ଲାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାକୁ ଅଧିକ କ୍ରିୟାଶୀଳ କରାଯିବା ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ପଞ୍ଜୀକୃତ ଶ୍ରମିକମାନଙ୍କୁ କର୍ମସ୍ଥଳୀରେ ସୁରକ୍ଷା, ଉପକରଣ ସହିତ ପିଲାଙ୍କ ପାଠପଢ଼ା, ବିବାହ, ଗୃହନିର୍ମାଣ, ପେନ୍ସନ୍, ଚିକିତ୍ସା ଆଦି ବିଭିନ୍ନ ବିଷୟରେ ସହାୟତା ଯୋଗାଇ ଦିଆଯାଉଛି । ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବମାନେ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com