Gaw-Sathi-bikhop

ଡିଆର୍ଡିଏ ଘେରିଲା ଗାଁ ସାଥୀ ଓ ମିଳିତ କ୍ରିୟାନୁଷ୍ଠାନ କମିଟି

39

ଫୁଲବାଣୀ(ବୁ୍ୟରୋ): ୭ ଦଫା ଦାବିରେ କନ୍ଧମାଳ ଗାଁ ସାଥୀ ଓ ମିଳିତ କି୍ରୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ଘେରାଓ କରାଯିବା ସହ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ଚିଠି ନଂ ୧୩୮୪୫ ତା ୨୮.୭.୨୦୧୭ ଅନୁସାରେ ଗାଁ ସାଥୀ/ମେଟ୍ମାନଙ୍କର ତାଲିକା ତୁରନ୍ତ ରାଜ୍ୟ ସରକାରଙ୍କୁ ପଠାଇବା, ଗାଁ ସାଥୀ/ମେଟ୍ଙ୍କୁ ମନରେଗା କାର୍ଯ୍ୟରେ ବିଭିନ୍ନ ଲାଇନ୍ ବିଭାଗକୁ ସଂପୂର୍ଣ୍ଣଭାବରେ ସଂଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଠି କରିବା, ପ୍ରୋତ୍ସାହନ ରାଶି ପ୍ରଦାନ କରିବା, ଜବ୍ କାର୍ଡ ହିତାଧିକାରୀ ବାଧ୍ୟତା ମୂଳକ କାର୍ଯ୍ୟ କରିବା ପାଇଁ ଚିଠି କରିବା, ଏମ୍ଜିଏନ୍ଆର୍ଇଜିଏସ୍ କାର୍ଯ୍ୟରେ ଯେ କୌଣସି ପ୍ରକଳ୍ପ ଗାଁ ସାଥୀ/ମେଟ୍ ନାମରେ କାର୍ଯ୍ୟାଦେଶ ପ୍ରଦାନ କରିବା ଆଦି ସମେତ ଅନ୍ୟାନ୍ୟ ଦାବିକୁ ନେଇ ଏହି ଧାରଣା ଦିଆଯାଇଛି । କମିଟିର କର୍ମକର୍ତ୍ତାମାନେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକଙ୍କ ସହିତ ଆଲୋଚନା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ହେଲେ ପ୍ରକଳ୍ପ ନିଦେ୍ର୍ଦଶକ ତୁମୁଡ଼ିବନ୍ଧ ଚାଲିଯାଇଥିବା ଯୋଗୁ କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା । ଏହାର ପ୍ରତିବାଦରେ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା । ଆଲୋଚନା ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସଂଘର ସଭାପତି ବିରୁପାକ୍ଷ ମଲ୍ଲିକ, ସମ୍ପାଦକ ବିଚିତ୍ର ବିର୍ଯ୍ୟ ପ୍ରଧାନ, କୋଷାଧ୍ୟକ୍ଷ ଭୃଙ୍ଗରାଜ ମଲ୍ଲିକ, ବସନ୍ତ ପ୍ରଧାନ, ଦେବରାଜ କହଁର ପ୍ରମୁଖ ପ୍ରକାଶ କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com