ନୂଆ ସମବାୟ ଶିଳ୍ପ ପ୍ରତିଷ୍ଠା ପାଇଁ କୌଣସି ପ୍ରସ୍ତାବ ନାହିଁ

suryanaryan-patra

ଓଡ଼ିଶାରେ ଥିବା ସଂଖ୍ୟାଧିକ କୃଷିଭିତ୍ତିକ ଶିଳ୍ପ ବନ୍ଦ
ଭୁବନେଶ୍ୱର, (ବୁ୍ୟରୋ): ସମବାୟ ମାଧ୍ୟମରେ ରାଜ୍ୟରେ ଥିବା ପ୍ରମୁଖ କୃଷି ଭିତ୍ତିକ ଶିଳ୍ପଗୁଡ଼ିକରୁ ଅଧିକାଂଶ ବର୍ଷ ବର୍ଷ ଧରି ବନ୍ଦ ହୋଇପଡ଼ିଛି । ଏବେ ନୂତନ ସମବାୟ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ । ବିଜେପି ବିଧାୟକ ଦିଲିପ ରାୟ ସମବାୟ ସୂତାକଳ, ବୟନଶିଳ୍ପ, ଚିନିକଳ ଓ ଶୀତଳ ଭଣ୍ଡାର ପ୍ରସଙ୍ଗରେ ବିଧାନସଭାରେ ପ·ରିଥିବା ପ୍ରଶ୍ନର ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଯେଉଁ ଲିଖିତ ଉତ୍ତର ଦେଇଛନ୍ତି ସେଥିରୁ ଏହା ସ୍ପଷ୍ଟ ଜଣାପଡ଼ୁଛି । ସମବାୟ ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ ବୟନ ଓ ହସ୍ତଶିଳ୍ପ ବିଭାଗ ଅଧିନରେ ସମବାୟ ଭିତ୍ତିକ ୬ଟି ସୂତାକଳ ଓ ୧୨ଟି କଳତନ୍ତ ସମବାୟ ସମିତି ରହିଛି । ଏହି ସମସ୍ତ ଶିଳ୍ପଗୁଡ଼ିକ ବନ୍ଦ ରହିଛି । ଏଗୁଡ଼ିକ ହେଲା ବରଗଡ଼ ତୋରାର ଓଡ଼ିଶା ବୁଣାକାର ସମବାୟ ସୂତାକଳ, ଢେଙ୍କାନାଳର କଳିଙ୍ଗ ବୁଣାକାର ସମବାୟ ସୂତାକଳ, ବାଲେଶ୍ୱରର ଗୋପୀନାଥ ବୁଣାକାର ସମବାୟ ସୂତାକଳ, ଜଗତ୍ସିଂହପୁରର ଶାରଳା ବୁଣାକାର ସମବାୟ ସୂତାକଳ, ଆଠଗଡ଼ର ଜଗନ୍ନାଥ ବୁଣାକାର ସମବାୟ ସୂତାକଳ ଓ ଖୋର୍ଦ୍ଧାର ଉକ୍ରଳ ବୁଣାକାର ସମବାୟ ସୂତାକଳ । ଏହାଛଡ଼ା କେନ୍ଦ୍ରାପଡ଼ା, ବାରିପଦା, ଖୋର୍ଦ୍ଧା, ବ୍ରହ୍ମପୁର, ଛତିଆ, ଆଠଗଡ଼, ରାହାମା, ବରଗଡ଼, ଢେଙ୍କାନାଳ, ସୁନ୍ଦରଗଡ଼, ଭବାନୀପାଟଣା ଓ କଟକର ୧୨ଟି କଳତନ୍ତ ସମବାୟ ସମିତି ମଧ୍ୟ ଅଚଳ ହୋଇପଡ଼ିଛି । ମନ୍ତ୍ରୀ ଶ୍ରୀ ପାତ୍ର ପୁଣି କହିଛନ୍ତି ଯେ ରାଜ୍ୟରେ ଥିବା ୫ଟି ସମବାୟ ଭିତ୍ତିକ ଚିନିକଳ ମଧ୍ୟରୁ ଆସିକା ସମବାୟ ଚିନିକଳ ୭ କୋଟି ୭୯ ଲକ୍ଷ ଓ ବରଗଡ଼ ସମବାୟ ଚିନିକଳ ୩ କୋଟି ୬୫ ଲକ୍ଷ ଟଙ୍କା କ୍ଷତିରେ ·ଲୁଛି । ବଲାଙ୍ଗୀରର ବିଜୟାନନ୍ଦ ସମବାୟ ଚିନିକଳ ଏବଂ ନୟାଗଡ଼ ଓ ବଡ଼ମ୍ବାର ସମବାୟ ଚିନିକଳକୁ ବିଭିନ୍ନ ସଂସ୍ଥା ନେଇଥିଲେ ମଧ୍ୟ ଏଗୁଡ଼ିକ ବନ୍ଦ ହୋଇ ପଡ଼ିଛି । ରାଜ୍ୟରେ ସମୁଦାୟ ୧୮ଟି ସମବାୟ ଶୀତଳ ଭଣ୍ଡାର ନିର୍ମିତ ହୋଇଥିବା ବେଳେ ସେଥିରୁ ୧୩ଟି ବନ୍ଦ ରହିଛି ଓ ମାତ୍ର ୫ଟି ·ଲୁଛି । ବନ୍ଦ ଶୀତଳ ଭଣ୍ଡାର ମଧ୍ୟରୁ ୨ଟିକୁ ପିପିଟି ମୋଡ୍ରେ ଚଳାଇବା ପାଇଁ ଉଦ୍ୟମ ·ଲୁଛି । ରାଜ୍ୟରେ ନୂତନ ସମବାୟ ଶିଳ୍ପ ପ୍ରତିଷ୍ଠା ପାଇଁ କୌଣସି ପ୍ରସ୍ତାବ ନାହିଁ ବୋଲି ସମବାୟ ମନ୍ତ୍ରୀ କହିଛନ୍ତି ।