କଉଡିଆ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଯୋଜନା ବାଟବଣା

3--mdm-paibaru-banchita-chatra-chatree-(2)

ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ
ଦିଗପହଣ୍ଡି(ଆପ୍ର): ସାନଖେମୁଣ୍ଡି ବ୍ଲକ୍‌ ଅନ୍ତର୍ଗତ କଉଡିଆରେ ଥିବା ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଭିନ୍ନ ଅବ୍ୟବସ୍ଥା ସହ ମଧ୍ୟାହ୍ନ ଭୋଜନକୁ କେନ୍ଦ୍ର କରି ବୁଧବାର ହୋହାଲ୍ଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଏଠାରେ କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିଲା । ପରେ ଏବିଇଓ ସ୍କୁଲରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ପରେ ଉତ୍ତେଜନା ଥମିଥିଲା । ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀ ଶିକ୍ଷା ଗ୍ରହଣ କରୁଥିବା ବେଳେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଥିୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ କରାଯାଉଛି । ବୁଧବାର ୨୬୧ ଜଣଙ୍କ ମଧ୍ୟରୁ ୨୦୫ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ପକାଯିବା ପରେ ରୋଷେଇ ଆରମ୍ଭ ହୋଇଥିଲା । ତେବେ ମଧ୍ୟାହ୍ନ ଭୋଜନ ଖାଦ୍ୟ ଗ୍ରହଣରୁ ୬୦ ଜଣ ଛାତ୍ରଛାତ୍ରୀ ସମ୍ପୂର୍ଣ୍ଣ ବଞ୍ଚିତ ହୋଇଥିବା ବେଳେ କିଛି ପିଲା ଭାତ ପାଇ ଡାଲି ପାଇଁ ଅପେକ୍ଷା କରି ଘରକୁ ଫେରିଯାଇଥିଲେ । ବୁଧବାର ଅଣ୍ଡା ଦେବା ପାଇଁ ନିୟମ ରହିଥିବା ବେଳେ ତାହା କରାଯାଇନଥିଲା । ମଧ୍ୟାହ୍ନ ଭୋଜନ ଖାଦ୍ୟରୁ ବଞ୍ଚôତ ଛାତ୍ରଛାତ୍ରୀ ଘରକୁ ଯାଇ ଅଭିଭାବକମାନଙ୍କୁ ଜଣାଇବା ପରେ ସ୍କୁଲରେ ସରପଞ୍ଚ ପ୍ରତିନିଧି ରୋହିତ ଖୁଣ୍ଟିଆ, ଗ୍ରାମ୍ୟ କମିଟି ସଭାପତି ନାରସୁ ପ୍ରଧାନ, ସମ୍ପାଦକ ଶିବନାରାୟଣ ପ୍ରଧାନ ଓ ସ୍କୁଲ ପରିଚାଳନା କମିଟି ସଭାପତି ଶିଶିର ଦଳାଇ ପ୍ରମୁଖ ସ୍କୁଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପରେ ଅଭିଭାବକମାନେ ଘଟଣାକୁ ନେଇ ହୋହାଲ୍ଲା କରିବା ପରେ ମଧ୍ୟାହ୍ନ ଭୋଜନରେ ହୋଇଥିବା ହେରଫେର ଘଟଣାର ପର୍ଦ୍ଦାଫାସ ହୋଇଥିଲା । ପରେ ଅଞ୍ଚଳବାସୀ ଜିଲ୍ଲାଶିକ୍ଷାଧିକାରୀଙ୍କୁ ଫୋନ୍ ଯୋଗେ ଅଭିଯୋଗ କରିବା ପରେ ଏବିଇଓ ସଂଯୁକ୍ତା ପଟ୍ଟନାୟକ ସ୍କୁଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଚାଉଳ ଗଚ୍ଛିତ ଥିବା ଗୋଦାମ୍ ଯାଞ୍ଚ ବେଳେ ସରକାରୀ ଭାବେ ୧୯ କ୍ୱିଣ୍ଟାଲ୍ ଚାଉଳ ବଳକା ରହିବାକୁ ଧାର୍ଯ୍ୟ ଥିବାବେଳେ ଗୋଦାମ ଘରେ ଅଧିକ ୩୨ କ୍ୱିଣ୍ଟାଲ ଚାଉଳ ଥିବା ଜଣାପଡିଥିଲା । ଚାଉଳ ସବୁ ପୋକରା ହୋଇଯାଇଥିବା ବେଳେ ସେହି ପୋକରା ଚାଉଳ ରୋଷେଇ କରି ମଧ୍ୟାହ୍ନ ଭୋଜନ ପରିବେଷଣ କରାଯାଉଥିବାରୁ ଉତ୍ତେଜନା ଦେଖାଦେଇଥିଲା । ସେହିପରି ସ୍କୁଲରେ ରୋଷେଇ ପାଇଁ ଗ୍ୟାସ୍ ଚୁଲା ଓ ସିଲିଣ୍ଡର କ୍ରୟ କରିବାକୁ ୬ ହଜାର ୫ଶହ ଟଙ୍କା ଯୋଗାଇ ଦିଆଯାଇଥିବା ବେଳେ କେବଳ ସିଲିଣ୍ଡର କିଣାଯାଇଥିବା ବେଳେ ଚୁଲା କିଣାଯାଇନଥିବା ଜଣାପଡିଥିଲା । ସ୍କୁଲରେ ପୁରୁଣା ଶ୍ରେଣୀ ଗୃହ ସବୁ ଭଗ୍ନାବସ୍ଥାରେ ଥିବାବେଳେ ପୁର୍ନନିର୍ମାଣ ପାଇଁ ଅନୁଦାନ ଆସିଥିଲେ ମଧ୍ୟ ତାହା ବିନିଯୋଗ ହୋଇନଥିବା ଜଣାପଡିଛି । ସର୍ବଶିକ୍ଷା ଅଭିଯାନ ପକ୍ଷରୁ ୬ଗୋଟି ଶୌଚାଳୟ ଓ ଏମସିଏଲ୍ ପକ୍ଷରୁ ୬ ଗୋଟି ଶୌଚାଳୟ ନିର୍ମାଣ ହୋଇଛି ଅଥଚ ପିଲାଙ୍କ ବ୍ୟବହାରରେ ତାହା ଆସୁନଥିବା ଅଭିଯୋଗ ହୋଇଥିଲା । ଏହିପରି ସମସ୍ତ ଅବ୍ୟବସ୍ଥାକୁ ନେଇ ଅଞ୍ଚଳବାସୀ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନଜରବନ୍ଦୀ କରିଥିଲେ । ପ୍ରାୟ ୩ ଘଣ୍ଟା ନଜରବନ୍ଦୀ ପରେ ଏବିଇଓ ସ୍କୁଲରେ ପହଞ୍ଚିଥିଲେ । ସମସ୍ତ ଘଟଣା ଏବିଇଓ ସବିଶେଷ ତଦନ୍ତ କରି ବିଭାଗୀୟ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ସେଠାରୁ ନିଦେ୍ର୍ଦଶ ଯାହା ଆସିବ ତଦନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସ୍ଥିତି ଆୟତ୍ତକୁ ଆସିଥିଲା । ଏନେଇ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିଶିର ପଟ୍ଟନାୟକଙ୍କୁ ପଚାରିବାରୁ ସେ ଭାରପ୍ରାପ୍ତ ଦାୟିତ୍ୱରେ ରହୁଥିବାରୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରିବାରେ ପଛଘୁଞ୍ଚା ଦେଉଛନ୍ତି । ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ହେଲେ ସମସ୍ତ ସମସ୍ୟାର ସମାଧାନ ହେବ ବୋଲି ସେ କହିଥିଲେ ।