କେମିତି ୧୨ଠ ଆସନ ଜିତିବ ଦେଖିବି

damodar-rout

ବିଜେପି ବିଧାୟକଙ୍କୁ ଦାମଙ୍କ ଚ୍ୟାଲେଞ୍ଜ୍
ଭୁବନେଶ୍ୱର, ୧୨ା୯(ବୁ୍ୟରୋ): “କେନ୍ଦ୍ର ଦେଉଥିବା ପଇସା ତାଙ୍କର ନିଜସ୍ୱ ସମ୍ପତ୍ତି ନୁହେଁ । ସଂଘୀୟ ବ୍ୟବସ୍ଥାରେ ଦେଶର ୩୦ ରାଜ୍ୟରୁ ଯେଉଁ ଅର୍ଥ ଆଦାୟ ହୁଏ, ତାହାକୁ ସମଭାବ ଦୃଷ୍ଟିରେ କେନ୍ଦ୍ର ସରକାର ବଣ୍ଟନ କରିଥାନ୍ତି । ଚତୁର୍ଥ ଅର୍ଥ କମିଶନ ସୁପାରିସ କେନ୍ଦ୍ର ସରକାରଙ୍କ ଅଧୀନରେ ହୁଏନାହିଁ । କିଛି ନଜାଣି ଅଯଥାରେ ଯୁକ୍ତି କରନାହିଁ” ବିଜେପି ବିଧାୟକମାନଙ୍କ ଉପରେ ଆଜି କୃଷିମନ୍ତ୍ରୀ ଡା. ଦାମୋଦର ରାଉତ ବର୍ଷିଛନ୍ତି । ଏପରିକି ଆଗାମୀ ନିର୍ବାଚନରେ ବିଜେପି ଯେଉଁ ୧୨୦ ଆସନ ନେବ ବୋଲି ଦାବି କରୁଛି, ତାହାକୁ ମଧ୍ୟ ସେ କଟାକ୍ଷ କରିଛନ୍ତି । ଶ୍ରୀ ରାଉତ କହିଛନ୍ତି ଯେ କେମିତି ୧୨୦ ଆସନ ପାଇବ ମୁଁ ଦେଖିବି । ବିଜେପିର ମେରୁଦଣ୍ଡ ନାହିଁ । ସେମାନେ ବୃଥା ଆସ୍ଫାଳନ କରୁଛନ୍ତି । ଆଜି ମୁଲତବୀ ପ୍ରସ୍ତାବ ଆଲୋଚନାର ଉତ୍ତର ରଖିଲା ବେଳେ ଶ୍ରୀ ରାଉତ ଆଜି ବିଜେପି ଉପରେ ବର୍ଷିଥିଲେ । ସେ କହିଥିଲେ ଯେ ଦେଶର ପ୍ରଧାନମନ୍ତ୍ରୀ ସ୍ଥିତପ୍ରଜ୍ଞ ହେବା ଉଚିତ୍ । ବର୍ତ୍ତମାନର ପ୍ରଧାନମନ୍ତ୍ରୀ ବାଚାଳଙ୍କ ଭଳି ଆଚରଣ କରୁଛନ୍ତି । ଚାଷୀଙ୍କ ଆଖିରୁ ଲୁହ ବୋହିଲେ ସମାଜ ଆଖିରୁ ଲୁହ ବୋହିବ । କିଛି ନବୁଝି ନଶୁଣି ଭାଷଣ ଶୁଣାନ୍ତୁ ନାହିଁ । ତୁଚ୍ଛାଟାରେ ସବୁକିଛି କଲୁବୋଲି ବାହାବାହା ନିଅନ୍ତୁ ନାହିଁ । ଅର୍ଥ କମିଶନଙ୍କ ସୁପାରିସରୁ କିଭଳି ଅର୍ଥ ଆସେ, ତାହା ଆପଣମାନଙ୍କୁ ଜଣାନାହିଁ । ରାଜ୍ୟ ପକ୍ଷରୁ ଯେଉଁ ପ୍ରସ୍ତାବ ଦିଆଯାଏ, ତଦନୁଯାୟୀ ଅର୍ଥ କମିଶନ ସୁପାରିସ କରିଥାନ୍ତି । ଅତୀତରେ ମଧ୍ୟ ଅର୍ଥ କମିଶନ ସଦସ୍ୟଙ୍କ ନିକଟରେ ରାଜ୍ୟ ପକ୍ଷରୁ ବହୁ ଦାବି ଉପସ୍ଥାପନ କରାଯାଇଛି । ଯଥାର୍ଥତା ଅନୁଭବ କରି ସେମାନେ ଅର୍ଥ ସୁପାରିସ କରିଥାନ୍ତି । ଯାହା ଯୋଜନା କମିଶନ ବା ବର୍ତ୍ତମାନର ନୀତି ଆୟୋଗ ଅନୁମୋଦନ କରନ୍ତି । ଏଥିରେ କେନ୍ଦ୍ର ସରକାରଙ୍କର କୌଣସି ଭୂମିକା ନାହିଁ । ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଓଡିଶା ଆସି କହିଲେ, ୪ ଲକ୍ଷ କୋଟି ଟଙ୍କା ଦେଇଛୁ । ସେ ତ ଏବେ ରାଜ୍ୟସଭାକୁ ଆସିଲେ । କେନ୍ଦ୍ର ସରକାରରେ ସେ ସଦସ୍ୟ ନୁହନ୍ତି । ସେ କିଭଳି ଏକଥା ଜାଣିଲେ । ୪ ଲକ୍ଷ କୋଟି ଟଙ୍କା ଦାନ ନୁହେଁ, ଏହା ଓଡିଶାର ହକ୍ । ସୁପାରିସ ଅନୁଯାୟୀ କେନ୍ଦ୍ର ଅର୍ଥ ଦେବାକୁ ବାଧ୍ୟ । ମାତ୍ର ସେଥିରେ ବି ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି । ସଂଘୀୟ ବ୍ୟବସ୍ଥାରେ ଏଭଳି ବାଛବିଚ୍ଛାର ଗ୍ରହଣୀୟ ନୁହେଁ । ପ୍ରଧାନମନ୍ତ୍ରୀ ଗୃହ କମିଟିକୁ ସମୟ ଦେଲେନି । ଏପଟେ ବିଜେପି ବିଧାୟକମାନେ ପଚାରୁଛନ୍ତି, କମିଟି ସମୟ ମାଗିଥିଲା କି? କମିଟି ସମୟ ମାଗିଥିଲା ଓ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତା’ର ଉତ୍ତର ମଧ୍ୟ ଦେଇସାରିଥିଲା । ଏକଥା ତାଙ୍କୁ ଜଣାନାହିଁ । ମୁଖ୍ୟମନ୍ତ୍ରୀ ଯାଇଥିଲେ, କାହିଁ କଥା ହେଲେନାହିଁ ବୋଲି କହୁଛନ୍ତି । ବିଜେପି ବିଧାୟକ ଦଳର ନେତା କେଭି ସିଂହଦେଓ ମଧ୍ୟ ବହୁବାର ଦିଲ୍ଲୀ ଯାଇଛନ୍ତି । ରାଜ୍ୟ ସ୍ୱାର୍ଥ କଥା ସେ କାହିଁକି ଆଲୋଚନା କଲେନାହିଁ ବୋଲି ଶ୍ରୀ ରାଉତ ପାଲଟା ପ୍ରଶ୍ନ କରିଛନ୍ତି । କେବଳ ଦଳର କଥା କୁହନ୍ତୁ ନାହିଁ । ରାଜ୍ୟବାସୀ ଆମକୁ ଭୋଟ୍ ଦେଇଛନ୍ତି । ରାଜ୍ୟର ଉନ୍ନତି ସମ୍ପର୍କରେ ଆଲୋଚନା କରନ୍ତୁ । ଚାଷୀଙ୍କ ପାଇଁ କ’ଣ ବ୍ୟବସ୍ଥା କରାଗଲେ, ସେମାନଙ୍କ ଉନ୍ନତି ହେବ ସେ ସମ୍ପର୍କରେ ଚିନ୍ତା କରାଯାଉ । କୃଷି ଋଣ ଛାଡ କଥା ଉଠାଉଛନ୍ତି । ଯଦି ପ୍ରକୃତ ଚାଷୀର କୃଷି ଋଣ ଛାଡ ହେବ, ତାହେଲେ ଦରକାର ପଡିଲେ ସେ ମୁଖ୍ୟମନ୍ତ୍ରୀଙ୍କ ପାଦ ଧରି ଏହାକୁ ମଞ୍ଜୁର କରାଇବେ । ହେଲେ ଏଠି ପ୍ରକୃତ ଚାଷୀ କୌଣସି ସରକାରୀ ସୁବିଧା ପାଏନାହିଁ । ଜମି ମାଲିକଙ୍କ ନାମରେ ଋଣ ହୁଏ, ସେ ୧% ସୁଧରେ ତାହା ପରିଶୋଧ କରିଥାଏ । ସେହି ଟଙ୍କାକୁ ଅନ୍ୟଠାରେ ଜମା ରଖି ସୁଧ ପାଏ । ଓଡିଶାର ଚାଷୀ କା-ପୁରୁଷ ନୁହେଁ, ସେ କେବେ ଆତ୍ମହତ୍ୟା କରେନାହିଁ । ବହୁ ବର୍ଷ ଧରି ବନ୍ୟା, ବାତ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ସହ ସେ ଯୁଜୁଛି । ସେ ଆତ୍ମହତ୍ୟା କରେ ବୋଲି କହି ଚାଷୀ କୂଳକୁ ଲଜ୍ଜିତ କରନ୍ତୁନାହିଁ । ଚାଷୀର କଲ୍ୟାଣ ପାଇଁ ସମସ୍ତଙ୍କ ଦାୟିତ୍ୱ ରହିଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ବୃଦ୍ଧି