ଇଞ୍ଜିନିୟରିଂ ଛାତ୍ର ଗୁରୁତର

ରାଜଧାନୀରେ ବ୍ଲୁ ହ୍ୱେଲ ଆତଙ୍କ
ଭୁବନେଶ୍ୱର,୧୨ା୯(ବୁ୍ୟରୋ): ଜୀବନ ନେଉଛି ଆତ୍ମଘାତୀ ଖେଳ ବ୍ଲୁ୍ୟ ହ୍ୱେଲ । ୨୦୧୩ରେ ରୁଷିଆରୁ ଆରମ୍ଭ ହୋଇଥିବା ଏହି ଖେଳ ଏବେ ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳୁଛି । ଆଇଟି ବିଭାଗର ଖାମଖିଆଲି ସମସ୍ତଙ୍କ ପାଇଁ କାଳ ସଦୃଶ୍ୟ ହୋଇଛି । ଅନ୍ଲାିନ୍ରୁ ଏହି ଖେଳକୁ ବାଦ୍ ଦେବାକୁ ନିଦେ୍ର୍ଦଶ ରହିଥିବା ବେଳେ ଦିନକୁ ଦିନ ବ୍ଲୁ ହ୍ୱେଲ୍ ବ୍ୟାପିବାରେ ଲାଗିଛି । ରାତି ପାହିଲେ ରାଜଧାନୀରେ ବ୍ଲୁ ହ୍ୱେଲ୍ ଜାଲରୁ ଛାତ୍ରଛାତ୍ରୀଙ୍କୁ ପୁଲିସ୍ ଉଦ୍ଧାର କରିବା ନିତିଦିନିଆ ଘଟଣାରେ ପରିଣତ ହୋଇଛି । ପୁରୁଣାଭୁବନେଶ୍ୱର ଅଞ୍ଚଳ ଶାସନ ପଡିଆରେ ରହୁଥିବା ଜଣେ ଇଞ୍ଜିନିୟରିଂ ଛାତକୁ ଆଜି ଲିଙ୍ଗରାଜ ଥାନା ପୁଲିସ୍ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଛି । ଉଦ୍ଧାର ଛାତ୍ର ହେଲେ ସ୍ୱାଧୀନ ରାଉତ (୨୭) । ତାଙ୍କ ଘର ଲିଙ୍ଗରାଜ ଥାନା ଅଧୀନ ଖରାଖିଆ ନିକଟ ଶାସନ ପଡିଆରେ ବୋଲି ପୁଲିସ୍ ସୂଚନା ଦେଇଛି । ସ୍ୱାଧୀନ କଟକର ଏକ ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ୁଥିଲା । ପଢ଼ା ଶେଷ ପରେ ସେ ଏକ ଘରୋଇ କମ୍ପାନୀରେ ଚାକରି କରିଥିଲେ । କିଛି ଦିନ ହେବ ଚାକିରି ଛାଡି ସେ ଘରେ ରହୁଥିଲେ ।  ପୁଲିସ୍ ସୂତ୍ରରୁ ପ୍ରକାଶ, ଗତ ୧୫ଦିନ ହେବ ସ୍ୱାଧୀନ ଏହି ଖେଳ ଖେଳୁଥିଲେ । ଆଜି ଅପରାହ୍ନ ପ୍ରାୟ ସାଢେ ୨ଟାରେ ଘରର କବାଟ ଭିତରପଟୁ ବନ୍ଦକରି ସେ ଏହି ଖେଲ ଖେଳୁଥିବା ପରିବାର ଲୋକ ସନେ୍ଦହ କରିଥିଲେ । ଡାକିବାରୁ ସେ କବାଟ ଖୋଲିନଥିଲେ । ତାକୁ ଉଦ୍ଧାର କରିବା ପାଇଁ ପରିବାର ଲୋକ ସ୍ୱାଧୀନର ଜଣେ ଘନିଷ୍ଠ ସାଙ୍ଗକୁ ଘଟଣାସମ୍ପର୍କରେ କହିଥିଲେ । ସାଙ୍ଗ ଦୂରରେ ଥିବାରୁ ସେ ସ୍ଥାନୀୟ ଅଞ୍ଚଳର ପ୍ରଦୀପ ସେବାଟ୍ରଷ୍ଟ ନାମକ ସ୍ୱେଚ୍ଛାସେବୀ ସଂସ୍ଥାର ମୁଖ୍ୟ ପ୍ରଦୀପ ପୃଷ୍ଟିଙ୍କୁ ଫୋନ କରି ଜଣାଇଥିଲେ । ପ୍ରଦୀପ ତାଙ୍କ ଘରେ ପହଞ୍ଚି କବାଟ ବାଡେଇ ଛାତ୍ରଙ୍କୁ ଡାକିଥିଲେ । ସେ କବାଟ ଖୋଲିଥିଲେ । ହେଲେ ପ୍ରଦୀପଙ୍କୁ ଚିହ୍ନିନାହିଁ କହିବା ସହିତ ପୁଣି କବାଟ ବନ୍ଦ କରିଦେଇଥିଲେ । ଶେଷରେ ପ୍ରଦୀପ ସ୍ଥାନୀୟ ପୁଲିସ ତଥା ପୂର୍ବତନ କର୍ପୋରେଟର ରାଜେନ୍ଦ୍ର ସମର୍ଥାଙ୍କ ସହଯୋଗ ଲୋଡିଥିଲେ । ରାଜେନ୍ଦ୍ର ସମର୍ଥା ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଡାକିଥିଲେ ମଧ୍ୟ ସେ କବାଟ ଖୋଲିନଥିଲେ । ଉକ୍ତ କବାଟକୁ ପୁଲିସ୍ ଭାଙ୍ଗି ଛାତ୍ରକୁ ଉଦ୍ଧାର କରିଥିଲା । କାବଟ ଖୋଲି ଦେଖିବାକୁ ବେଳକୁ ସ୍ୱାଧୀନ ନିଜ ମୋବାଇଲରୁ ଖେଳକୁ ଅନ୍ ଇନଷ୍ଟଲ କରିଦେଇଥିଲା । ହେଲେ ଦୁଇହାତ, ପେଟ ଓ ଛାତିକୁ କାଟି ସେ ରକ୍ତାକ୍ତ ହୋଇପଡିଥିଲା । ପୁଲିସ୍ ସ୍ୱାଧୀନକୁ ବିଏମ୍ସି ହସ୍ପିଟାଲରେ ଭର୍ତ୍ତି କରିଥିଲା । ଚିକିସôା ଚରାଯିବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍‌ଠିକା ଥିବା ଜଣାପଡିଛି । ହେଲେ ତାଙ୍କ ମାନସିକ ସ୍ଥିତି ଠିକ୍‌ ନଥିବା ପୁଲିସ୍ କହିଛି । କାରଣ ସୁସ୍ଥ ହେବା ପରେ ପୁଲିସ୍ ତାଙ୍କୁ କାଉନ୍ସିଲିଂ କରିଛି । ପୁଲିସ ତାଙ୍କୁ ଯାହା ପଚାରିଥିଲେ ମଧ୍ୟ ସେ କିଛି ଉତ୍ତର ଦେଇନଥିଲେ । ଉପରୋକ୍ତ ସ୍ୱେଚ୍ଛାସେବୀଙ୍କ ହେପାଜତରେ ତାଙ୍କୁ ପୁଲିସ୍ ଛାଡିଛି । ବ୍ଲୁ ହ୍ୱେଲ୍ରେ ବ୍ୟବହୃତ ଛାତ୍ରଙ୍କ ମୋବାଇଲ ଓ ବ୍ଲେଡକୁ ପୁଲିସ୍ ଜବତ କରିଛି । ତାଙ୍କ ପକେଟରୁ ବ୍ଲେଡ କାଢିବା ସମୟରେ ଜଣେ ପୁଲିସ କର୍ମଚାରୀଙ୍କ ହାତ କଟି ଯାଇତôବା ଜଣାପଡିଛି । ଛାତ୍ର ସ୍ୱାଧୀନଙ୍କ ହାତରେ ତିମି ମାଛର ଏକ ଚିତ୍ର ଥିବା ପୁଲିସ କହିଛି ।