ବାଦାମବାଡ଼ିରେ ପୁଣି ଫୁଟିଲା ବୋମା

boma

କଟକ (ବୁ୍ୟରୋ): ଦଶହରା ପାଇଁ କଟକ ସହର ଚଳଚଞ୍ଚଳ ହୋଇଉଠିଛି । ମଙ୍ଗଳବାର ବାଦାମବାଡିର ଦିପହରରେ ଦୁବୃର୍ତ୍ତମାନେ ବୋମାଫୁଟାଇ ଚମ୍ପଟ ମାରିଛନ୍ତି । ଏହାକୁ ମିଶାଇ ୨ମାସରେ ୬ଥର ବୋମାମାଡ ହୋଇସାରିଲାଣି । ଦାଦାବଟିକୁ ନେଇ ବୋମାମାଡ କରାଯାଉଥିବା ସନେ୍ଦହ କରାଯାଉଥିବା ବେଳେ ପୁଲିସ ଟେର ପାଉନି ବୋମାମାଡ କରୁଥିବା ଦୁବୃର୍ତ୍ତଙ୍କର । ଜୟଶ୍ରୀ ସିନେମା ହଲ ନିକଟରେ ଥିବା ତାରିଣୀ ମନ୍ଦିର ନିକଟରେ ଥିବା ଦୋକାନ ଉପରକୁ ବୋମାମାଡ କରାଯାଇଥିଲା । ପ୍ରାୟ ଦିନ ୨.୪୦ ମିନଟରେଚ ୩ଜଣ ଯୁବକ ଏକ ମୋଟର ସାଇକେଲରେ ଆସିଥିବା କୁହାଯାଉଛି । ଖବର ପାଇ ବାଦାମବାଡି ଥାନା ପୁଲିସ ଅନୁସନ୍ଧାନ ଆରମ୍ଭ କରିଥିଲେ ମଧ୍ୟ ଯୁବକଙ୍କୁ ଚିହ୍ନଟ କରିପାରି ନାହିଁ । ଦୁବୃର୍ତ୍ତମାନେ ସିଲଭର ସିଟି ହୋଟେଲକୁ ଟାର୍ଗେଟ କରିଥିବା ଅନୁମାନ କରାଯାଉଛି । ଶଙ୍କରପୁରର ବାସିନ୍ଦା ତଥା ବସ ମାଲିକ ସଂଘ ସଂପାଦକ ତଥା ଡେପୁଟି ମେୟର ଅଜୟ ବାରିକଙ୍କ ଘର ଉପରକୁ ଜୁଲାଇ ୧୯ରେ ଦୁର୍ବୃର୍ତ୍ତମାନେ ବୋମା ମାଡ କରିଥିଲେ । ଘରୋଇ ବସମାଲିକ ସଂଘର ସଭାପତି ବିଭୁ ଜେଠୀଙ୍କ ହୋଟେଲ ବିଶାଲ ନିକଟରେ ଏକ ବୋମା ମାଡ ଅଗଷ୍ଟ ୨୦ ତାରିଖ ସଂଧ୍ୟାରେ କରାଯାଇଥିଲା । ସେହିପରି ଆଉ ଜଣେ ପ୍ରଭାବଶାଳୀ ବ୍ୟକ୍ତି ତଥା ହୋଟେଲ ସିଲଭରସିଟିର ମାଲିକ ଗୟାଧର ସ୍ୱାଇଁଙ୍କ ହୋଟେଲ ଆଗରେ ଅଗଷ୍ଟ ୧୩ରେ ବୋମା ମାଡ ହୋଇଥିବା ବେଳେ ଦ୍ୱିତୀୟବାର ହୋଇଛି । ଏଥିସହ ୨୮ ତାରିଖରେ ଜୟଶ୍ରୀ ହଲ ନିକଟରେ ଥିବା ଦୋକାନ ଉପରକୁ ବୋମାମାଡ କରାଯାଇଥିଲା । ଶଙ୍କରପୁରରେ ଦୁଇ ଗୋଷ୍ଠୀ ମଧ୍ୟରେ ରାଜନୈତିକ ଓ ବ୍ୟବସାୟିକ ବିବାଦ ଯୋଗୁ ବୋମାମାଡ ହେଉଥିବା ସନେ୍ଦହ କରାଯାଉଛି ।