ଲଳିତଗିରି ପାଚେରୀ କାମ ନିମ୍ନମାନର, ତଦନ୍ତ ଦାବି

laitagiri-nimnamanra-karya

ମାହାଙ୍ଗା (ଆପ୍ର) : କଟକ ଜିଲ୍ଲା ମାହାଙ୍ଗା ତହସିଲ ଅନ୍ତର୍ଗତ ବିଶ୍ୱପ୍ରସିଦ୍ଧ ଐତିହାସିକ ଲଳିତଗିରି ବୌଦ୍ଧ ବିହାର ପୀଠର ସୁରକ୍ଷା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ପାଚେରୀ ନିର୍ମାଣ କାର୍ଯ୍ୟ ଚାଲିଛି । କିନ୍ତୁ ଏହି ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର । ନିର୍ମାଣ ଲାଗି ବ୍ୟବହୃତ ସାମଗ୍ରୀ ମଧ୍ୟ ନିମ୍ନମାନର । ସରକାର ଐତିହାସିକ ପୀଠର ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ତାହା ସଠିକ୍ ଭାବରେ ଖର୍ଚ୍ଚ ହେଉନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।  ଲଲିତଗିରି ବିଶ୍ୱ ପ୍ରସିଦ୍ଧ ବୋ÷ଦ୍ଧ ବିହାରର ସୁରକ୍ଷା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ ମଞ୍ଜୁର କରାଯାଇ ପ୍ରାଚୀର ନିର୍ମାଣ କରାଯାଉଛି । କିନ୍ତୁ ନିମ୍ନମାନର କାର୍ଯ୍ୟ କରି କୋଟି କୋଟି ଟଙ୍କା ହଡ଼ପ ଲାଗି ମସୁଧା ଚାଲିଛି । ସେଠାରେ କାର୍ଯ୍ୟ ସମ୍ପର୍କରେ କୋ÷ଣସି ସୂଚନା ଫଳକ ଲାନାହିଁ । ଏ ସମ୍ପର୍କରେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଯୋଗାଯୋଗ କରାଯିବାରୁ ସେଠାରେ ତୁରନ୍ତ ସୂଚନା ଫଳକ ଲଗାଯିବା ସହ ନିମ୍ନମାନର କାର୍ଯ୍ୟ ଉପରେ ତଦନ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟ ୬ ମାସରୁ ଊଦ୍ଧ୍ୱର୍ ହେବ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ଏଠାରେ ସୂଚନା ଫଳକ ମରାଯାଇ ନ ଥିବାରୁ ଜନସାଧାରଣ ଏହି କାର୍ଯ୍ୟ ଉପରେ ସଠିକ୍ ତଥ୍ୟ ପାଇପାରୁନାହାନ୍ତି । କାର୍ଯ୍ୟ ତ ଦୂରର କଥା, ଯେଉଁ ପାଚେରୀ କାର୍ଯ୍ୟ ନିର୍ମାଣ କରାଯାଉଛି ତାହାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାର୍ଯ୍ୟରେ ବ୍ୟବହୃତ ସିମେଣ୍ଟ ଢଳେଇରେ କାଦୁଅ ମିଶା ବାଲି ସହିତ ନିମ୍ନମାନର ଗୋଡ଼ି ବ୍ୟବହାର କରାଯାଉଛି । ଆନୁପାତିକ ଭାଗମାପରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ବିଭାଗୀୟ ଅଧିକାରଙ୍କ ଦେଖା ମିଳୁନଥିବାରୁ ସମ୍ପୃକ୍ତ ଠିକାଦାର ସଂସ୍ଥା ମନଇଛା କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ଦେଶର ଏହା ଏକ ପ୍ରସିଦ୍ଧ ବୋ÷ଦ୍ଧପୀଠ ତଥା ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା ଲଳିତଗିରି ବୋ÷ଦ୍ଧପୀଠକୁ କେବଳ ରାଜ୍ୟ ନୁହେଁ, ଦେଶ ଓ ବିଦେଶର ବହୁ ପର୍ଯ୍ୟଟକ ଆସିଥାନ୍ତି । ଏହାର ସୁରକ୍ଷା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ତାହା ବାଟମାରଣା ହେଉଛି । ପୂର୍ବରୁ ଏହି ବୋ÷ଦ୍ଧପୀଠର ସୁରକ୍ଷା ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଏଏସ୍ଆଇ କର୍ତ୍ତୃପକ୍ଷଙ୍କଠାରେ ଦାବି କରାଯିବା ସହିତ ଜନ ଆନେ୍ଦାଳନ ମଧ୍ୟ ହୋଇଥିଲା । ଏଭଳି ସ୍ଥଳେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ନିର୍ମାଣ କାର୍ଯ୍ୟ ପ୍ରତି ଦୃଷ୍ଟି ନଦେବା ଘଟଣା ତଦନ୍ତସାପେକ୍ଷ ବୋଲି ବିଭିନ୍ନ ସଂଗଠନ ପ୍ରକାଶ କରିଛନ୍ତି । ଏନେଇ ପତ୍ନତତ୍ତ୍ୱ ବିଭାଗର ସୁପରିଟେଣ୍ଡେଣ୍ଟ ହିମସାଗର ନାୟକଙ୍କୁ ଯୋଗାଯୋଗ କରିବାରୁ ସେ ସମସ୍ତ ଅନିୟମିତ କାର୍ଯ୍ୟଗୁଡ଼ିକର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।