ସାର ପାଇଁ ରାସ୍ତାରୋକ କଲେ ଚାଷୀ

RASTA-ROK-KARICHANTI-CHASI-NEWS-PHOTO

ଉଦଳା (ଆପ୍ର): ପାଣି ପାଗ ଅନୁକୂଳ ରହିଛି ଓ ରୁଆ ବେଉଷଣ ସରିଛି । ଏଣିକି ଚାଷ ପାଇଁ ଆବଶ୍ୟକ ସାର । ହେଲେ ମାସେ ହେଲାଣି ଲ୍ୟାମ୍ପ୍ସରେ ସାର ନ ଥିବାରୁ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ପ୍ରକାଶ ଯେ, ବିସିପୁର ଲ୍ୟାମ୍ପ୍ସରେ ଗତ ଏକ ମାସ ହେବ ସାର ନାହିଁ । ସାର କିଣିବା ନିମନ୍ତେ ଚାଷୀମାନେ ବାରମ୍ବାର ଲ୍ୟାମ୍ପ୍ସକୁ ଆସି ଫେରୁଛନ୍ତି । ଯାହାଫଳରେ ସେମାନେ ବାହାରୁ ଅଧିକ ଦାମ୍ରେ ସାର କିଣିବାକୁ ବାଧ୍ୟ ହେଉଛନ୍ତି । ଏହାଦ୍ୱାରା ସେମାନଙ୍କ ଚାଷ ପ୍ରଭାବିତ ହେଉଛି । ଏ ବାବଦରେ ବାରମ୍ବାର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନାହାନ୍ତି । ଫଳରେ ଅସନ୍ତୁଷ୍ଟ ଚାଷୀ ମଙ୍ଗଳବାର ବିସିପୁର ନିକଟରେ ଉଦଳା-ବାରିପଦା ରାଜ୍ୟ ରାଜପଥ ଅବରୋଧ କରିଥିଲେ । ଫଳରେ ଯାତାୟତ ବ୍ୟାହତ ହୋଇଥିଲା । ରାସ୍ତାରୋକ ଫଳରେ ଦୁଇ ପାଶ୍ୱର୍ରେ ଅନେକ ଯାନବାହନ ଅଟକି ରହିଥିଲା । ଧାରଣାରେ ବେଳେ ଲ୍ୟାମ୍ପ୍ସକୁ ଏକ ପିକଅପ୍ରେ କିଛି ସାର ଆସିବାରୁ ଚାଷୀମାନେ ଉକ୍ତ ଗାଡିଟିକୁ ରାସ୍ତାରେ ଅଟକାଇବା ସହିତ ଲ୍ୟାମ୍ପ୍ସ ଭିତରକୁ ଛାଡି ନ ଥିଲେ । ଖବର ପାଇ ଉଦଳା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚô ଚାଷୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ।