ଠିକାଦାର ଗିରଫ

pratap-panda

ବମିଖାଲ ଓଭରବ୍ରିଜ୍ ଭୁଶୁଡିÿବା ଘଟଣା
ଭୁବନେଶ୍ୱର,୧୧ା୯(ବୁ୍ୟରୋ): ବମିଖାଲ ଓଭରବ୍ରିଜ୍ ଭୁଶୁଡିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଥିବାବେଳେ ଲକ୍ଷ୍ମୀସାଗର ଥାନା ପକ୍ଷରୁ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଓଭରବ୍ରିଜ୍ ନିର୍ମାଣ ଠିକା ନେଇଥିବା ସଂସ୍ଥା ପଣ୍ଡା ଇନ୍ଫ୍ରା ପ୍ରାଇଭେଟ ଲିମିଟେଡ୍ର ମାଲିକ ପ୍ରତାପ କିଶୋର ପଣ୍ଡାଙ୍କୁ ଆଜି କମିଶନରରେଟ୍ ପୁଲିସ ଗିରଫ କରିଛି । ପଣ୍ଡା ଇନ୍ଫ୍ରାର ନିଦେ୍ର୍ଦଶକ ସୁଜାତା ପଣ୍ଡା, ସନ୍ତୋଷ ପଣ୍ଡାଙ୍କୁ ପୁଲିସ୍ ଖୋଜୁଛି । ପୂର୍ତ୍ତବିଭାଗ ଉପ-କାର୍ଯ୍ୟନିର୍ବାହୀ ବଂଶୀଧର ପ୍ରହରାଜଙ୍କୁ ପୁଲିସ୍ ଗିରଫ କରିଥିବାବେଳେ ଅନ୍ୟତମ ସହକାରୀ ଯନ୍ତ୍ରୀ କିଶୋର ରାଉତ ଫେରାର ଅଛନ୍ତି । ସେମାନଙ୍କ ନାମରେ ଲୁକ୍ଆଉଟ୍ ସର୍କୁଲାର୍ ଜାରି କରାଯାଇଛି । ଅପରପକ୍ଷରେ ମୁଖ୍ୟଯନ୍ତ୍ରୀ ରାସ୍ତା ଓ ମୁଖ୍ୟ ଯନ୍ତ୍ରୀ ଡିଜାଇନ୍ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ ଆରମ୍ଭ କରିଛନ୍ତି । ୭ ଦିନ ମଧ୍ୟରେ ସେମାନେ ରିପୋର୍ଟ ଦେବେ । ଡିସିପି ସତ୍ୟବ୍ରତ ଭୋଇ ଦେଇଥିବା ସୂଚନା ଅନୁଯାୟୀ ଠିକା କମ୍ପାନୀର ନିଦେ୍ର୍ଦଶକ ପ୍ରତାପ ପଣ୍ଡାଙ୍କୁ ଜେରା ଚାଲିଛି । ସେ କହିଛନ୍ତି ଯେ ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ । ପ୍ରତାପ ଡିସିପିଙ୍କ ନିକଟରେ ଆତ୍ମସମର୍ପଣ କରିବା ପରେ ପୁଲିସ୍ ତାଙ୍କୁ ଗିରଫ କରିଥିଲା । ସେହିପରି ଏହି ଘଟଣାରେ ନିଲମ୍ବିତ ପୂର୍ତ୍ତ ବିଭାଗର ଉପ ନିର୍ବାହୀ ଯନ୍ତ୍ରୀ ବଂଶୀଧର ପ୍ରହରାଜଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ୍ ରବିବାର ଅଟକ ରଖିଥିଲା । ବଂଶୀଧରଙ୍କୁ ପୁଲିସ୍ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ତାଙ୍କ ଜାମିନ୍ ନାମଞ୍ଜୁର ହେବା ପରେ ବଂଶୀଧରଙ୍କୁ ଝାରପଡାସ୍ଥିତ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି । ଖୁବ୍ ଶୀଘ୍ର ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି ଓ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଥିବା କମିଶନର ୱାଇବି ଖୁରାନିଆ ସୂଚନା ଦେଇଛନ୍ତି । ଏହି ଦୁର୍ଘଟଣା ଘଟିବା ପରେ କମିଶନରେଟ୍ ପୁଲିସ୍ ନିଜ ପକ୍ଷରୁ କେସ୍ ନଂ ୨୮୪/୨୦୧୭ରେ ଦଫା ୩୦୪, ୩୩୭, ୩୩୮ ଓ ୩୪ ଆଇପିସିରେ ଠିକା କମ୍ପାନୀ ପଣ୍ଡା ଇନ୍ଫ୍ରା ବିରୋଧରେ ମାମଲା ରୁଜୁ କରିଥିଲା । ଏଥିସହ ଲିଙ୍ଗରାଜ ଥାନା ଅଧୀନସ୍ଥ ବିବେକାନନ୍ଦ ମାର୍ଗରେ ଥିବା ପଣ୍ଡା ଇନ୍ଫ୍ରାର କାର୍ଯ୍ୟାଳୟକୁ ପୁଲିସ ତାଲା ପକାଇଥିଲା । ଫେରାର ଅଭିଯୁକ୍ତଙ୍କୁ ଶୀଘ୍ର ଧରାଯିବ ବୋଲି ପୁଲିସ ମହାନିଦେ୍ର୍ଦଶକ (ଡିସିପି) ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ଓ କମିଶନର ୱାଇ ବି ଖୁରାନିଆ ସୂଚନା ଦେଇଥିଲେ । ଏହାପରେ ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ ସଂସ୍ଥା ଏମ୍ଡି ଶ୍ରୀ ପଣ୍ଡା ଆତ୍ମସମର୍ପଣ କରିବାକୁ ବାଧ୍ୟହୋଇଥିଲେ । ଅନ୍ୟପକ୍ଷରେ ଛାତ ପଡି ମୃତୁ୍ୟବରଣ କରିଥିବା ସତ୍ୟବ୍ରତ ପଟ୍ଟନାୟକଙ୍କ ଘଟଣାରେ କ୍ୟାପିଟାଲ ଥାନା ପୁଲିସ କେସ ନଂ ୧୪୯/୨୦୧୭ରେ ଏକ ଅପମୃତୁ୍ୟ ମାମଲ ରୁଜୁ କରି ତଦନ୍ତ ଚଳାଇଛି ।