ନବୀନ ନିବାସରେ ବିଜେଡି ନେତାଙ୍କ ବୈଠକ

21

ଭୁବନେଶ୍ୱର,୯ା୯(ବୁ୍ୟରୋ): ବିଧାୟକ ସୁବଳ ସାହୁଙ୍କ ବିୟୋଗ ପରେ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ହେବା ପ୍ରାୟ ନିଶ୍ଚିତ । ଏହାକୁ ଦୃଷ୍ଟିରେ ରଖି ବିଜେଡି ପକ୍ଷରୁ ଏହାର ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ନବୀନ ନିବାସରେ ବରଗଡ ନିର୍ବାଚନ ମଣ୍ଡଳୀର ଦଳୀୟ ନେତା କର୍ମକର୍ତ୍ତା, ବିଧାୟକ ମନ୍ତ୍ରୀ ଓ ସାଂସଦମାନଙ୍କ ସହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୈଠକ କରିଛନ୍ତି । ବୈଠକରେ ବିଜେପୁର ଉପନିର୍ବାଚନ ନେଇ ଆଲୋଚନା ହୋଇଛି । ବୈଠକରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପ୍ରଭାତ ସିଂ, ମନ୍ତ୍ରୀ ସୁଶାନ୍ତ ସିଂ, ସ୍ପେହାଙ୍ଗିନୀ ଛୁରିଆ, ବିଧାୟକ ଦେବେଶ ଆଚାର୍ଯ୍ୟ ସାଂସଦ ପ୍ରତାପ ଦେବ ପ୍ରମୁଖ ଯୋଗ ଦେଇଥିଲେ । ବୈଠକ ପରେ ସାଂସଦ ଶ୍ରୀ ଆଚାର୍ଯ୍ୟ କହିଥିଲେ ବରଗଡର ସାଂଗଠନିକ ସ୍ଥିତି ନେଇ ଆଲୋଚନା ହୋଇଛି । ବିଜେଡି ସଦା ସର୍ବଦା ନିର୍ବାଚନ ପାଇଁ ପ୍ରସ୍ତୁତ ରହିଛି । ବିଜେପୁର ଉପନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ରହିଛି । ପ୍ରାର୍ଥୀ କିଏ ସଂପର୍କିତ ପ୍ରଶ୍ନର ଉତ୍ତରରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ଦଳର ସଭାପତି ଏ ବାବଦରେ ନିଷ୍ପତ୍ତି ନିଅନ୍ତି । ତାଙ୍କ ନିଷ୍ପତ୍ତି ହିଁ ଚୂଡାନ୍ତ । ଦଳ ଯାହା ନିଷ୍ପତ୍ତି ନେବ ତଦନୁଯାୟୀ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ବିଜେପୁର ନିର୍ବାଚନ ମଣ୍ଡଳୀ ବିଧାୟକ ସୁବଳ ସାହୁ ନିକଟରେ ମୃତୁ୍ୟବରଣ କରିଛନ୍ତି । ନିୟମ ଅନୁଯାୟୀ ୬ମାସ ମଧ୍ୟରେ ଉପନିର୍ବାଚନ ହେବ । ସୁବଳ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଥଲେ । ତାଙ୍କ ବିପକ୍ଷରେ ବିଜେଡିରୁ ପ୍ରସନ୍ନ ଆଚାର୍ଯ୍ୟ ପ୍ରାର୍ଥୀ ହୋଇ ମାତ୍ର ଅଳ୍ପ କିଛି ଭୋଟ ବ୍ୟବଧାନରେ ହାରିଯାଇଥିଲେ ।




Powered by odothemes.com