CDMO-OFFICE

୯ ବର୍ଷ ହେଲା ନିର୍ମାଣ ହୋଇପାରୁନି ପୁନର୍ବାସକେନ୍ଦ୍ର

59

ଅଫିସରଙ୍କ ଖାମଖିଆଲ ନୀତି
ଯାଜପୁର(ଆପ୍ର): ଯାଜପୁର ଜିଲ୍ଲାର ବିଭାଗୀୟ ଅଧିକାରୀମାନଙ୍କ ଖାମଖିଆଲ ମନୋଭାବ ଯୋଗୁ ୯ବର୍ଷ ପୂର୍ବରୁ ଭିନ୍ନକ୍ଷମଙ୍କ ପାଇଁ ଆସିଥିବା ପୁନର୍ବାସକେନ୍ଦ୍ର ନିର୍ମାଣ ହୋଇପାରୁନଥିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଭିନ୍ନକ୍ଷମଙ୍କ ପାଇଁ ରାଜ୍ୟସରକାର ବିଭିନ୍ନ ଯୋଜନାମାନ ପ୍ରସ୍ତୁତ କରିଥିଲେ ମଧ୍ୟ ଜିଲ୍ଲାସ୍ତରରେ ଏହିସବୁ ଯୋଜନାକୁ ସଠିକ୍ ଢ଼ଙ୍ଗରେ ରୁପାନ୍ତରିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଅଧିକାରୀମାନଙ୍କ ଖାମଖିଆଲ ନୀତିଯୋଗୁ ଭିନ୍ନକ୍ଷମମାନେ ସୁବିଧାସୁଯୋଗ ପାଇବାରେ ବଞ୍ଚôତ ହେଉଥିବା ଅଭିଯୋଗ ହୋଇଛି । ଜିଲ୍ଲାପ୍ରଶାସନର ସମାଜମଙ୍ଗଳ ବିଭାଗ ଅଧିକାରୀଙ୍କ ଖାମଖିଆଲ ନୀତିଯୋଗୁ ୨୦୦୮ମସିହାରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦତ୍ତ ୨୦ଲକ୍ଷ ଟଙ୍କା ଜିଲ୍ଲା ପୁନର୍ବାସ କେନ୍ଦ୍ରପାଇଁ ଆସିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହା ନିର୍ମାଣ ହୋଇପାରିନାହିଁ । ଫଳରେ ସାଧାରଣରେ କ୍ଷୋଭପ୍ରକାଶ ପାଉଛି । ରାଜ୍ୟସରକାରଙ୍କ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଗତ ୨୦୦୮ମସିହା ନଭେମ୍ବର ୯ତାରିଖରେ ଉପନିଦେ୍ର୍ଦଶକ ଡ଼ି.କେ ଭୂୟାଁ ୧୫୦୦ବର୍ଗକ୍ଷେତ୍ରରେ ଭିନ୍ନକ୍ଷମଙ୍କ ପାଇଁ ପୁନର୍ବାସ କେନ୍ଦ୍ର ନିର୍ମାଣ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ପତ୍ର ଲେଖିଥିଲେ । ମାତ୍ର ପରିତାପର ବିଷୟ ଯାଜପୁର ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଗତ୨୦୧୩ ମସିହା ଫେବୃଆରୀ୨୭ତାରିଖ ଦିନ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ଭିନ୍ନକ୍ଷମଙ୍କ ପାଇଁ ୧୫୦୦ବର୍ଗକ୍ଷେତ୍ରର ଜମିଚିହ୍ନଟ କରିବା ପାଇଁ ପତ୍ର କରିଥିଲେ । ଏହି ପତ୍ର ପାଇବା ପରେ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ସଦର ମହକୁମା ଚିକିତ୍ସାଳୟ ମଧ୍ୟରେ ୧୫୦୦ବର୍ଗକ୍ଷେତ୍ରର ଏକ ସ୍ଥାନ ନିରୂପଣ କରି ଜିଲ୍ଲାପାଳଙ୍କୁ ତାଙ୍କ ପତ୍ର ସଂଖ୍ୟା ୧୨୬୧/୧୨ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୁନର୍ବାସ କେନ୍ଦ୍ର ପାଇଁ ଏଷ୍ଟିମେଟ୍‌ ହୋଇପାରିନଥିବା ଜଣାପଡିଛି ।
ଦୀର୍ଘ ୯ବର୍ଷ ପରେ ମଧ୍ୟ ଭିନ୍ନକ୍ଷମଙ୍କ ପାଇଁ ପୁନର୍ବାସକେନ୍ଦ୍ର ନିର୍ମାଣ ହୋଇପାରିନଥିବା ପଛରେ ଜିଲ୍ଲାପ୍ରଶାସନର ଅପାରଗତାକୁ ଆଙ୍ଗୁଳି ନିଦେ୍ର୍ଦଶ କରୁଛି । ସୂଚନାଯୋଗ୍ୟ ଗତ ୨୦୧୩ ମସିହା ଡ଼ିସେମ୍ବର ସୁଧା ଜିଲ୍ଲାରେ ୫୦ ହଜାରରୁ ଊଦ୍ଧ୍ୱର୍ ଭିନ୍ନକ୍ଷମ ଥିବାବେଳେ ସେମାନଙ୍କ ପାଇଁ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ନିର୍ମାଣ ହୋଇପାରିନଥିବାରୁ ନାନାଦି ହଇରାଣ ହରକତ ହେଉଥିବା ଦେଖାଦେଇଛି । ଜିଲ୍ଲାର ୧୦ଟି ବ୍ଲକ୍ ତଥା ୨ଟି ପୌରପରିଷଦ ଅଞ୍ଚଳରୁ ପ୍ରତିମାସରେ ଥରେ ଲେଖାଏଁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିସରରେ ଭିନ୍ନକ୍ଷମ ଚିହ୍ନଟ ତଥା ପ୍ରମାଣପତ୍ର ପ୍ରଦାନ ଶିବିର ଅନୁଷ୍ଠିତ ହେଉଛି । ଏହି ସମୟରେ ଭିନ୍ନକ୍ଷମମାନେ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଆସୁଥିବାବେଳେ ସେମାନଙ୍କ ପାଇଁ ସ୍ଥାୟୀ ଆଶ୍ରୟସ୍ଥଳୀ ନଥିବାବେଳେ ଭିନ୍ନକ୍ଷମ ଏବଂ ସେମାନଙ୍କ ସହ ଆସୁଥିବା ସହଯୋଗୀମାନେ ବର୍ଷା, ଖରା, ଶୀତରେ ନାନାଦି ହଇରାଣ ହରକତ ହୋଇଥାନ୍ତି । ରାଜ୍ୟର କଳାହାଣ୍ଡି, ସମ୍ବଲପୁର, ମୟୁରଭଞ୍ଜ, କୋରାପୁଟ, ଫୁଲବାଣୀ ପ୍ରଭୃତି ସ୍ଥାନମାନଙ୍କରେ ଏହି କେନ୍ଦ୍ର ପ୍ରତିଷ୍ଠା ହୋଇସାରିଥିଲେ ହେଁ ଯାଜପୁର ଭଳି ଏକ ସମ୍ବେଦନଶୀଳ ଜିଲ୍ଲାରେ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ନିର୍ମାଣ ହୋଇପାରିନଥିବାରୁ ଏହା ଏକ ଲଜ୍ୟାଜନକ ବିଷୟ ବୋଲି କଂଗ୍ରେସର ବରିଷ୍ଠ ନେତା ବଳଭଦ୍ର ଦାସ କହିଛନ୍ତି । ଅପରପକ୍ଷରେ ଏହି ଘଟଣା ବିଷୟକୁ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କୁ ପଚାରିବାରୁ ପି.ପି ସେଣ୍ଟରକୁ ଭଙ୍ଗାଯାଇ ଭିନ୍ନକ୍ଷମ ପୁର୍ନବାସ ନିର୍ମାଣକେନ୍ଦ୍ର ନିର୍ମାଣ କରାଯିବ ବୋଲି କହିଛନ୍ତି । ସେହିପରି ଏହି ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରକୁ ନିର୍ମାଣ କରିବା ବିଭାଗ ଆର୍ଏଣ୍ଡବି କର୍ତ୍ତୁପକ୍ଷଙ୍କୁ ପଚାରିବାରୁ ପିପି ସେଣ୍ଟରକୁ ଭଙ୍ଗାଯିବା ପାଇଁ ଅର୍ଥ ନଥିବାରୁ ଏହାକୁ ନିର୍ମାଣ କରାଯାଇପାରୁନାହିଁ ବୋଲି ସଫେଇ ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com