ସ୍ମାର୍ଟସିଟିିରେ କମନ୍ ପେମେଣ୍ଟ କାର୍ଡ଼, ଆଜି ନିଷ୍ପତ୍ତି

13

ଭୁବନେଶ୍ୱର (ବୁ୍ୟରୋ): ଖୁବ୍ଶୀଘ୍ର ଭୁବନେଶ୍ୱରରେ ପ୍ରଚଳନ ହେବ ସ୍ମାର୍ଟକାର୍ଡ଼ । କେନ୍ଦ୍ର ସରକାରଙ୍କ ନିଦେ୍ର୍ଦଶ କ୍ରମେ ସବୁ କ୍ଷେତ୍ରରେ କ୍ୟାସ୍ଲେସ୍ କାରବାର କରିବା ଲାଗି ରାଜ୍ୟ ସରକାର ଏହି ବ୍ୟବସ୍ଥା ଗ୍ରହଣ କରିବାକୁ ଯାଉଛନ୍ତି । ଏନେଇ ସୋମବାର ସଚିବାଳୟରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଚୁଡ଼ାନ୍ତ ନିଷ୍ପତ୍ତି ଲାଗି ଉଚ୍ଚକ୍ଷମତା ସମ୍ପର୍ଣ୍ଣ କମିଟି ବସିବାକୁ ଯାଉଛି । ଏହି ବ୍ୟବସ୍ଥା ସ୍ମାର୍ଟସିଟିର ଏକ ଅଂଶବିଶେଷ ହୋଇଥିବା ବେଳେ ଏହାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ଲାଗି ତତ୍ପରତା ପ୍ରକାଶ ପାଇଛି । ଏନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ୪୫ତମ ଉଚ୍ଚକ୍ଷମତା ସମ୍ପର୍ଣ୍ଣ ଭିତ୍ତିଭୂମି କମିଟି ବସିବାକୁ ଯାଉଛି । ଏହି ବୈଠକରେ ଉନ୍ନୟନ କମିଶନରଙ୍କ ସମେତ ନଗର ଉନ୍ନୟନ ସଚିବ, ଯୋଜନା ଓ ସଂଯୋଜନା ବିଭାଗର ସଚିବ, ବିଏମ୍ସି କମିଶନରଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଯୋଗଦେଇ ସ୍ମାର୍ଟ କାର୍ଡ଼ର ଭାଗ୍ୟ ନିର୍ଦ୍ଧାରଣ କରିବେ । ଭୁବନେଶ୍ୱର ସ୍ମାର୍ଟସିଟିରେ କ୍ୟାସ୍ଲେସ୍ କାରବାର କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୨୯ତମ ଉଚ୍ଚକ୍ଷମତା ସମ୍ପର୍ଣ୍ଣ ଭିତ୍ତିଭୂମି କମିଟି ଏହି ପ୍ରସ୍ତାବକୁ ଅନୁମୋଦନ କରିଥିଲେ । ସ୍ମାର୍ଟକାର୍ଡ଼ ବେସ୍ଡ୍ କମନ୍ପେମେଣ୍ଟ୍ ବ୍ୟବସ୍ଥା ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଏହି ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବା ଲାଗି ଆଇସିଆଇସିଆଇ, ୟେସ୍ ବ୍ୟାଙ୍କ ଓ ଏକ୍ସିସ୍ ବ୍ୟାଙ୍କ ଭଳି ତିନୋଟି ଜାତୀୟକରଣ ବ୍ୟାଙ୍କ୍ ସ୍ମାର୍ଟସିଟିରେ ଏହି ସେବା ଯୋଗାଇବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି । ତେବେ ଆଇସିଆଇସିଆଇ ବ୍ୟାଙ୍କ ଉପଭୋକ୍ତାଙ୍କ ଠାରୁ ପ୍ରତ୍ୟେକ ନେଣଦେଣ ଖର୍ଚ୍ଚ ବାବଦକୁ ୧.୪୫ % ରଖିଥିବା ବେଳେ ୟେସ ବ୍ୟାଙ୍କ ୧.୬ % ଓ ଏକ୍ସିସ ବ୍ୟାଙ୍କ ୯ % ଖର୍ଚ୍ଚ ଆଦାୟ କରିବା ଲାଗି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ତେବେ ଏହି ସେବା ଯୋଗାଇ ଦେବାରେ ଆଇସିଆଇସିଆଇର ସେବା ବାବଦକୁ ଦେୟ ସର୍ବନିମ୍ନ ରହିଥିବା ବେଳେ ରାଜ୍ୟ ସରକାର ଏହି ବ୍ୟାଙ୍କ୍କୁ ଅଗ୍ରାଧିକାର ତାଲିକାରେ ରଖିଛନ୍ତି । ସ୍ମାର୍ଟକାର୍ଡ଼ ବ୍ୟବସ୍ଥା ଲାଗୁ ହେବା ଦ୍ୱାରା ସ୍ମାର୍ଟସିଟିରେ ନେଣ ଦେଣରେ ଅର୍ଥ କାରବାର ସମୂର୍ଣ୍ଣ ଭାବରେ ମୁକ୍ତ ହେବ । ରାଜଧାନୀ ବସିନ୍ଦା ଯେ କୌଣସି ବିଲ ପୈଠ ବା ସପିଂ କରିବାକୁ ହେଲେ ଏହି ସ୍ମାର୍ଟକାର୍ଡ଼ ମାଧ୍ୟମରେ ବିଲ୍ ପୈଠ କରିପାରିବେ । ବିଶେଷ କରି ପରିବହନ ବ୍ୟବସ୍ଥା, ମୁ୍ୟନିସିପାଲ୍ଟି ବିଲ୍ ପୈଠ, ଆବଶ୍ୟକୀୟ ସୌଦା କିଣିବା, ରାସନ୍ ଦୋକାନ ଭଳି ବିଭିନ୍ନ ଅତ୍ୟାବଶକ ସାମଗ୍ରୀ କ୍ରୟ କରିବା ବେଳେ ଏହି ସ୍ମାର୍ଟକାର୍ଡ଼ ଜରିଆରେ କ୍ରୟ କରିପାରିବେ । ସୋମବାର ହେବାକୁ ଥିବା ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି । ସେହିପରି ‘ହାଇସିଂ ଫର୍ ଅଲ’ ଯୋଜନାରେ ଭୂମିହୀନ ଓ ଗୃହହୀନଙ୍କୁ ସୁଲଭ ଦରରେ ଘର ଯୋଗାଇଦେବା ଲାଗି ନନ୍ଦନକାନନ ଓ ଗାଡ଼କଣରେ ବିଡିଏ ପକ୍ଷରୁ ପ୍ରସ୍ତାବିତ ଯୋଜନାକୁ ମଧ୍ୟ ଉଚ୍ଚକ୍ଷମତା ସମ୍ପର୍ଣ୍ଣ ଭିତ୍ତିଭୂମି କମିଟି ଆନୁମୋଦନ କରିବ ।




Powered by odothemes.com