ଉତ୍ତମ ଟ୍ରାଫିକ୍ ପରିଚାଳନା ପାଇଁ ୫ଜଣ ସମ୍ମାନିତ

3---TRAFIC-POLICE-NKU-PURSKRUTA-KARAJAUCHI

ସପ୍ତମ ଶ୍ରେଷ୍ଠ ବ୍ରହ୍ମପୁର କାର୍ଯ୍ୟକ୍ରମ
ବ୍ରହ୍ମପୁର (ବୁ୍ୟରୋ): ମହାନଗର ନିଗମ ପକ୍ଷରୁ ସହରରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପ୍ରତି ରବିବାର ଶ୍ରେଷ୍ଠ ବ୍ରହ୍ମପୁର କାର୍ଯ୍ୟକ୍ରମ ଆୟୋଜିତ ହୋଇ ଆସୁଥିବା ବେଳେ ସପ୍ତମଥର ପାଇଁ ରବିବାର ଶ୍ରେଷ୍ଠ ବ୍ରହ୍ମପୁର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଚଳିତଥର ଜନ ସଚେତନତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ମହାନଗର ଜନସାଧାରଣଙ୍କୁ ଜନ ସଚେତନତା ଉପରେ ପରାମର୍ଶର୍ ଦିଆଯିବା ସହ ସଚେତନତା ଦ୍ୱାରା କିପରି ନିଜକୁ ଓ ପରିବେଶ ସମେତ ସମାଜକୁ ଉତ୍ତମ ବାର୍ତ୍ତା ଦିଆଯିବ ସେ ନେଇ ଏଠାରେ ସଚେତନତା କରାଯାଇଥିଲା । ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ନିକଟରେ ଆୟୋଜିତ ସପ୍ତମ ଶ୍ରେଷ୍ଠ ବ୍ରହ୍ମପୁର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟାନୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସିଡିଏମ୍ଓ ସରୋଜ ମିଶ୍ର, ମହାନଗର ସ୍ୱାସ୍ଥ୍ୟ ଅଧିକାରୀ ଡଃ ରଞ୍ଜିତ ପାତ୍ର, ଡଃ ସୁନୀଲ୍ କୋଟା, ଡିଏସ୍ପି ଠାକୁର ପ୍ରସାଦ ପାତ୍ର, ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କୁ ସଚେତନତା କରିବା ସହ ଶପଥ ପାଠ କରାଇଥିଲେ । ଏହି ଅବସରରେ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଟ୍ରାଫିକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୫ ଟ୍ରାଫିକ କନଷ୍ଟେବଳଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଓଲିଓଡର ଅଭିନେତ୍ରୀ ଅଙ୍କିତା ମହାନ୍ତି ଯୋଗ ଦେଇ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । କାର୍ଯ୍ୟକ୍ରମକୁ ବାଲାଜି ଡାଏଗ୍ନୋଷ୍ଟିକ୍, ସବିତା ଡେଣ୍ଟାଲ କ୍ଲିନିକ ଏବଂ କେଜିଏନ୍ ସ୍ପର୍ଶ ହସପିଟାଲ୍ ପକ୍ଷରୁ ଆୟୋଜିତ ହୋଇଥିଲା । ଏହି ଅବସରରେ ଆଖପାଖ ଅଞ୍ଚଳର ବହୁ ଜନସାଧାରଣ ଉପସ୍ଥିତ ରହି ଶ୍ରେଷ୍ଠ ବ୍ରହ୍ମପୁର କାର୍ଯ୍ୟକ୍ରମର ଭରପୁର ମଜା ଉଠାଇଥିଲେ । ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କଳାକୋ÷ଶଳ ପ୍ରଦର୍ଶନ କରାଯାଇଥିବା ବେଳେ ନୃତ୍ୟ, ସଂଗୀତ ଆସର ସମେତ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯୁବକ ମାନଙ୍କ ଦ୍ୱାରା ବିଭିନ୍ନ କଳା କୋ÷ଶଳ ପ୍ରଦର୍ଶନ କରାଯିବା ସହ ବାଲୁକାକଳା, ଟାଇକୋନ, ଯୁଡୋ, କରାଟେ, ରକ୍ତବର୍ଗ ପରୀକ୍ଷା, ମଧୂମେୟ ପରୀକ୍ଷା ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏପରି ସଚେତନତାମୂଳକ କାର୍ଯ୍ୟକ୍ରମ ପ୍ରତ୍ୟେକ ରବିବାର ଅନୁଷ୍ଠିତ ହେବ ବୋଲି ମହାନଗର ନିଗମ କମିଶନର ନିଖିଳ ପୱନ କଲ୍ୟାଣ ସୂଚନା ଦେଇଥିଲେ ।