PABITRA-SWAYAT-SASAN-DIBASA-ABASARA-RE-GADAKANA-THARE-MUKHYAMANTRI-NAVEEN-PATNAIK-unit-6-ganganagar-thare-nutana-kalyan-mandap-KU-UDGHATAN-KARUCHANTI-(1)

ସ୍ୱାୟତ୍ତ ଶାସନ ଦିବସ: ଭେଟିଦେଲେ ଆଉ ୧୯ ପ୍ରକଳ୍ପ

30

ଭୁବନେଶ୍ୱର,(ବୁ୍ୟରୋ): ସ୍ୱାୟତ୍ତ ଶାସନର୨ୟ ଦିବସ ଅବସରରେ ବିଏମ୍ସି ଭେଟିଦେଇଛି ୧୯ ପ୍ରକଳ୍ପ । ଏଥିରେ ସାମିଲ ହୋଇଛି ଆଚାର୍ଯ୍ୟ ବିହାର ଡ୍ରେନ୍ ଓ ଅତ୍ୟାଧୁନିକ କଂସେଇଖାନା ପରି ଅନେକ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ୍ରେନେଜ୍ ଚାନେଲ୍ ନମ୍ବର ୪ ଉପରେ ବକ୍ସ୍ ଟାଇପ୍ ଢ଼ାଞ୍ଚା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସେହିଭଳି ଗାଡ଼କଣଠାରେ ୯କୋଟି ଟଙ୍କା ବ୍ୟୟରେ ନିର୍ମିତ ଅତ୍ୟାଧୁନିକ କଂସେଇଖାନା, ୟୁନିଟ୍ ୬ରେ ଏକ କଲ୍ୟାଣ ମଣ୍ଡପ ଏବଂ ଫାୟାର୍ ଷ୍ଟେସନ୍ ଠାରୁ ଶିଶୁ ଭବନ ଯାଏ ଏଲ୍ଇଡି ଷ୍ଟି୍ରଟ୍ ଲାଇଟ୍ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବୁଧବାର ସମୁଦାୟ ୧୯ଟି ପ୍ରକଳ୍ପ ମଧ୍ୟରୁ ୧୧ଟି ଉଦ୍ଘାଟନ ଏବଂ ୬ଟି ଶିଳାନ୍ୟାସ ହୋଇଥିଲା । ସେଥିମଧ୍ୟରେ ଆଇଗିଣିଆ ଏବଂ ରେଣ୍ଟାଲ୍ କଲୋନୀଠାରେ ଗୋଟିଏ ଲେଖାଏଁ ଡେ’ କେୟାର୍ ସେଣ୍ଟର୍ର ଉଦ୍ଘାଟନ ହୋଇଥିବା ବେଳେ ଆଇଆର୍ସି ଭିଲେଜ୍ ଠାରେ ଏକ ଡେ’ କେୟାର୍ ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ସେହିଭଳି ଭରତପୁରଠାରେ ୬ଟି କମୁ୍ୟନିଟି ସେଣ୍ଟର୍, ବରମୁଣ୍ଡା ଏବଂ କପିଳେଶ୍ୱରଠାର ଗୋଟିଏ ଲେଖାଏଁ କମୁ୍ୟନିଟି ସେଣ୍ଟର୍ ଉଦ୍ଘାଟିତ ହୋଇଛି । ସିଆର୍ପିଏଫ୍ ଠାରେ ୧୨ ଲକ୍ଷ ୩୭ ହଜାର ଟଙ୍କାରେ ନିର୍ମିତ ହାଇମାଷ୍ଟ୍ ଲାଇଟ୍ର ଉଦ୍ଘାଟନ ହୋଇଛି । ଡୁମୁଡୁମାଠାରେ ଅମୃତ ମିଶନ ଅଧିନରେଏକ ପାର୍କ୍ର ଉଦ୍ଘାଟନ ହେବା ସହ ଭରତପୁର ଜିଏ ପ୍ଲଟ୍ ଅଞ୍ଚଳରେ ନୂତନ ପାର୍କ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନତା ଯୋଗ ଦେବା ସହ ନୂତନ ପ୍ରକଳ୍ପ ଯୋଗୁ ନାଗରିକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା । ଉଦ୍ଘାଟନ ଏବଂ ଶିଳାନ୍ୟାସ କାର୍ଯ୍ୟକ୍ରମଗୁଡ଼ିକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କ୍ରିଡ଼ା ଏବଂ ଯୁବ ସେବା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ପ୍ରଫୁଲ୍ଲ ସାମଲ, ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ, ବିଧାୟକ ଓ କର୍ପୋରେଟର ଯୋଗ ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com