ଡାକ୍ତର ନାହାନ୍ତି, ଫାର୍ମାସିଷ୍ଟ ଦେଖୁଛନ୍ତି ରୋଗୀ

52

ବେତନଟୀ(ଆପ୍ର): ବୈଶିଙ୍ଗା ସମେତ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଏବେ ଡାକ୍ତର ମରୁଡ଼ି ଦେଖାଯାଇଛି । ଗ୍ରାମୀଣ ସ୍ୱାସ୍ଥ୍ୟସେବା ଏମିତି ହୁଗୁଳି ପଡିଲାଣି ଯେ ରୋଗ ବୈରାଗ ହେଲେ ଗୋଟିଏ ପରିବାର ପାଖ ଡାକ୍ତରଖାନାକୁ ଆସିବା ପୂର୍ବରୁ ଧାରଉଧାର କରି, ବାସନକୁସନ ବନ୍ଧାଛନ୍ଦା ରଖି କିମ୍ବା କେମିତି ହେଲେ କିଛି ଟଙ୍କା ନେଇ ଡାକ୍ତରଖାନାକୁ ଆସିବେ । କାରଣ ଡାକ୍ତରଖାନାରେ ସାଧାରଣ ପ୍ରାଥମିକ ଚିକିସôା ଦେବାକୁ ଡାକ୍ତର ନାହାନ୍ତି । କେନ୍ଦ୍ର ସରକାରଙ୍କ ୧୦୮ ଆମ୍ବୁଲାନ୍ସ ସେବାରେ ରୋଗୀ ବୁହା ହୋଇ ଗ୍ରାମୀଣ ଡାକ୍ତରଖାନାକୁ ପହଞ୍ଚିବା ମାତ୍ରେ ସେଠାରୁ ବାରିପଦା ରେଫର କରି ଦିଆ ଯାଉଛି । ତେଣୁ ପରିବାରର ଜଣେ କିମ୍ବା ଦୁଇ ଜଣ ସଦସ୍ୟ ରୋଗୀ ଜଗିବାକୁ ଦରକାର । ତେଣୁ ଆମ୍ବୁଲାନସରେ ବସିବା ପୂର୍ବରୁ ପରିବାରର ସଦସ୍ୟ ମାନଙ୍କୁ ବାରିପଦା ଯିବା, ସେଠାରେ ରହିବା, ଔଷଧପତ୍ର ବାହାରୁ କିଣିବା, ବିଭିନ୍ନ ପ୍ରକାଶ ପରୀକ୍ଷା ନିରୀକ୍ଷା ବାବଦରେ ଟଙ୍କା ଯୋଗାଡ ନକରି ପାରିଲେ ରୋଗୀର ମୃତ ଦେହ ଧରି ଫେରିବାକୁ ହେବ ଏକଥା ଗାଁ ଗହଳିର ଲୋକ ମାନେ ବୁଝି ଗଲେଣି । ତେଣୁ ଏକ ତୀବ୍ର ଅସନ୍ତୁଷ୍ଟିର ବହ୍ନି ଏବେ ଗାଁ ଗୁଡିକରେ କୁହୁଳିବାରେ ଲାଗିଲାଣି । ଅନୁଧ୍ୟାନ କଲେ ଦେଖା ଯାଏ ଆଜିକା ଦିନରେ ବୈଶିଙ୍ଗା ଡାକ୍ତରଖାନରେ କୌଣସି ଡାକ୍ତର ନାହାଁନ୍ତି । ଜଣେ ଆୟୂଷ ଡାକ୍ତର ଓ ଜଣେ ଫାର୍ମାଶିଷ୍ଟ ଅଛନ୍ତି ଯେଉଁମାନେ ସାଧାରଣ କାଶଛିଙ୍କ ହେଉ ଥିବା ରୋଗୀକୁ ପାନେ ଔଷଧ ଦେଇ ଦେଉଛନ୍ତି । ନହେଲେ ରୋଗୀକୁ ବାରିପଦା ନେବାକୁ ପରାମର୍ଶ ଦିଆଯାଉଛି । ଏହାକୁ ନେଇ ଆଜି ରୋଗୀଙ୍କ ମଧ୍ୟରେ ନିରାଶା ଭାବ ଦେଖା ଯିବା ସହିତ ଉତ୍ତେଜନା ଦେଖା ଦେଇଛ । ବୈଶିଙ୍ଗାରେ ଥିବା ଆଞ୍ଚଳିକ ଡାକ୍ତରଖାନା ଉପରେ ତାର ପାଖାପାଖି ୧୭ଟି ପଞ୍ଚାୟର ରୋଗୀମାନେ ନିର୍ଭର କରନ୍ତ । ଏହାଛଡା ଜାତୀୟ ରାଜପଥ ପାଶ୍ୱର୍ରେ ଅବସ୍ଥିତ ହୋଇ ଥିବାରୁ ଦୁର୍ଘଟଣା ମାମଲା ପ୍ରତ୍ୟେକ ଦିନ ଆସୁ ଥିବାର ଜଣା ପଡିଛି । ପ୍ରତ୍ୟେକ ଦିନ ଏହି ଡାକ୍ତରଖାନାର ଆଉଟ୍ଡୋରରେ ୯୦/୧୦୦ ଜଣ ରୋଗୀ ଚିକିସôିତ ହୁଅନ୍ତି । ଏହି ଡାକ୍ତରଖାନାର ମାସିକ ୩୦ରୁ ଉର୍ଦ୍ଧ ସନ୍ତାନ ପ୍ରସବ ହେଉ ଥିଲା । ହେଲେ ସବୁ ଠପ ହେବାରୁ ଏବେ ବୁଦ୍ଧିଜୀବୀ ମହଲରେ ଆଲୋଡନ ଦେଖାଯାଇଛି । ଆଗକୁ ଏହା ଆନେ୍ଦାଳନର ରୁପ ନେବ ବୋଲି ଆଲୋଚନା ହେଉଛି ।

ସେଆର କରନ୍ତୁ:



Powered by odothemes.com