NUAKHA~1

ନବାନ୍ନ ଖାଇଲେ, ନୂଆଁଖାଇ ପାଳିଲେ

38

ଭୁବନେଶ୍ୱର, (ବୁ୍ୟରୋ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଏବେ ଉଠୁଛି ପଡ଼ୁଛି ସାରା ରାଜ୍ୟ । ଘରେ ପିଠାପଣା ସାଙ୍ଗକୁ ଉତ୍ସବର ମାହୋଲ । ଘର ଛାଡ଼ି ବାହାରେ ରହୁଥିବା ସବୁ ପଶ୍ଚିମ ଓଡ଼ିଶାବାସୀ ଏହି ସମୟରେ ଘରକୁ ଫେରିଥାନ୍ତି । ଘରେ ସମସ୍ତଙ୍କ ଉପସ୍ଥିତିରେ ମା’ ସମଲେଇଙ୍କୁ ନବାନ୍ନ ଲାଗି କରାଇବା ପରେ ତାହାକୁ ଭକ୍ଷଣ କରିଥାନ୍ତି ପରିବାରର ସଦସ୍ୟ । ହେଲେ ବ୍ଲକ୍ଗ୍ରାଣ୍ଟ ଉଚ୍ଛେଦ ଦାବିରେ ଅହୋରାତ୍ର ଆନେ୍ଦାଳନରେ ବସିଥିବା ଶିକ୍ଷକ ଓ ଅଧ୍ୟାପକ କିନ୍ତୁ ଘରକୁ ଫେରିନାହାଁନ୍ତି । ନିଜ ଦାବି ପୂରଣ ନେଇ ଅଟଳ ଥିବା ଶିକ୍ଷକମାନେ ଆଜି ରାସ୍ତା ଉପରେ ପାଳିଛନ୍ତି ନୂଆଁଖାଇ ପର୍ବ । ଲୋୟର ପିଏମ୍ଜି ଧାରଣା ସ୍ଥଳରେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ପ୍ରତିମୂର୍ତ୍ତୀ ବସାଇ ରୀତିନୀତି ଅନୁସାରେ ତାଙ୍କ ନିକଟରେ ନବାନ୍ନ ଲାଗି କରିଥିଲେ । କେବଳ ପଶ୍ଚିମ ଓଡ଼ିଶାର ଶିକ୍ଷକ ଓ ଅଧ୍ୟାପକ ନୁହଁନ୍ତି, ଆନେ୍ଦାଳନରତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ସାମିଲ ହୋଇଥିଲେ । ମା’ଙ୍କ ନିକଟରେ ନବାନ୍ନ ଲାଗି ପରେ ସମସ୍ତେ ରାସ୍ତାରେ ଏକାଠି ବସି ସେହି ଭୋଗକୁ ଖାଇଥିଲେ । ଗତକାଲି ମଧ୍ୟ ଶିକ୍ଷକ ଓ ଅଧ୍ୟାପକମାନେ ରାସ୍ତାରେ ବିଦ୍ୟାଦାତା ଶ୍ରୀଗଣେଶଙ୍କୁ ପୂଜିଥିଲେ । ଅପରପକ୍ଷେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମ·ରୀ ମିଳିତମଞ୍ଚ ନେତୃତ୍ୱରେ ଚାଲିଥିବା ଅହୋରାତ୍ର ଶିକ୍ଷକ ଆନେ୍ଦାଳନ ୧୧ଦିନରେ ପହଁଞ୍ଚôଛି । ସରକାରଙ୍କ ସହ ହୋଇଥିବା ଆନେ୍ଦାଳନ ଅସମାପ୍ତ ରହିବା ପରେ ସେମିତି ଧାରଣାରେ ବସିରହିଛନ୍ତି ଶିକ୍ଷକ ଓ ଅଧ୍ୟାପକ । ·କିରି ସର୍ତ୍ତାବଳୀ ସହ ପୂର୍ଣ୍ଣ ଅନୁଦାନ ନମିଳିବା ଯାଏଁ ଆନେ୍ଦାଳନକୁ ଉଠିବେ ନାହିଁ ବୋଲି ସେମାନେ କହିଛନ୍ତି । ଏଥିସହ ସୋମବାର ସୁଦ୍ଧା କୌଣସି ନିଷ୍ପତ୍ତି ନହେଲେ ଆନେ୍ଦାଳନ ତୀବ୍ର ହେବ । ମଙ୍ଗଳବାର ଠାରୁ ଶିକ୍ଷକ ଓ ଅଧ୍ୟାପକ ଓଡ଼ିଶାର ସମସ୍ତ ବର୍ଗର ବିଦ୍ୟାଳୟ ଓ ମହାବିଦ୍ୟାଳୟ ବନ୍ଦ କରିବା ପାଇଁ ବାଧ୍ୟ ହେବେ ବୋଲି ମିଳିତ ମଞ୍ଚର ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ।
ଶନିବାର ଶ୍ରମିକ ନେତା ଶିବାଜୀ ପଟ୍ଟନାୟକ, ଆଇଏନ୍ଟିୟୁସି ରାଜ୍ୟ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ, ସାଧାରଣ ସମ୍ପାଦକ କିଶୋର ଜେନା, ହିନ୍ଦ୍ମଜଦୁର ସଭା ସଭାପତି ଲକ୍ଷ୍ମୀପ୍ରିୟା ଦେବୀ, ଏଆଇୟୁଟିସି ସଭାପତି ଜୟସେନ ମେହେର ଓ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ପକ୍ଷରୁ ପ୍ରଦୀପ୍ତ ପ୍ରଧାନ ଏବଂ ଅମରେନ୍ଦ୍ର ସ୍ୱାଇଁ ଯୋଗଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com