pppppppppppppppp

ସମବେଦନା ନା ରାଜନୀତି!

52

ଧାରଣାସ୍ଥଳକୁ ରାଜନେତାଙ୍କ ସୁଅ
ଭୁବନେଶ୍ୱର, (ବୁ୍ୟରୋ): ବ୍ଲକଗ୍ରାଣ୍ଟ ଉଚ୍ଛେଦ ଦାବିରେ ଚାଲିଥିବା ଶିକ୍ଷକ ଆନେ୍ଦାଳନ ଏବେ ରାଜନୈତିକ ମାହୋଲକୁ ଉଷ୍ମ କରିଦେଇଛି । ବିଭିନ୍ନ ରାଜନୈତିକ ଦଳ ଶିକ୍ଷକଙ୍କୁ ମୋହରା ବନେଇ ରାଜନୀତିର ଗୋଟି ଚଳାଉଛନ୍ତି । ଶିକ୍ଷକଙ୍କ ପ୍ରତି ଦରଦ ଦେଖାଇବା ଆଳରେ ଧାରଣାସ୍ଥଳକୁ ଛୁଟୁଛନ୍ତି ରାଜନେତାମାନେ । ଏପରିକି ଧାରଣାସ୍ଥଳକୁ ଉପଯୁକ୍ତ ସ୍ଥାନ ମଣିଛନ୍ତି ରାଜନେତାମାନେ । ଏଥିସହ ଶିକ୍ଷକଙ୍କୁ ଢ଼ାଲ ସରକାରଙ୍କୁ ବାଣ ମାରୁଛନ୍ତି । ସପ୍ତାହକ ମଧ୍ୟରେ ଆସିଲେଣି ଡଜନେରୁ ଅଧିକ ରାଜନେତା । ଧାରଣାସ୍ଥଳ ରାଜନୈତିକ ମଇଦାନ୍ ପାଲଟିଛି ବୋଲି ଚର୍ଚ୍ଚା । ବ୍ଲକଗ୍ରାଣ୍ଟ ଉଚ୍ଛେଦ ଦାବିରେ ରାଜରାସ୍ତାରେ ୭ଦିନ ବିତିବା ପରେ ଆନେ୍ଦାଳନ ଏବେ ସ୍କୁଲ, କଲେଜରେ ପହଁଞ୍ଚିଛି । ସାରା ରାଜ୍ୟରେ ଥିବା ୪ହଜାରରୁ ଅଧିକ ବ୍ଲକଗ୍ରାଣ୍ଟ ସ୍କୁଲ ଓ ୧୪୦୦ରୁ ଊଦ୍ଧ୍ୱର୍ କଲେଜରେ କାର୍ଯ୍ୟବନ୍ଦ କରିଛନ୍ତି ଶିକ୍ଷକ ଓ ଅଧ୍ୟାପକ । ଶିକ୍ଷକଙ୍କ ଏହି ଅହୋରାତ୍ର ଆନେ୍ଦାଳନରେ ପ୍ରତିଦିନ ସାମିଲ ହେଉଛନ୍ତି ଗୋଟିଏ ପରେ ଗୋଟିଏ ରାଜନୈତିକ ଦଳ । ଗତ ୧୬ତାରିଖରୁ ଓଡ଼ିଶା ସ୍କୁଲ ଓ କଲେଜ ଶିକ୍ଷକ କର୍ମ·ରୀ ମିଳିତ ମଞ୍ଚ ଧାରଣାରେ ବସିଥିଲା । ପ୍ରଥମେ ଗତ ଶୁକ୍ରବାର ଧାରଣା ସ୍ଥଳରେ ପହଁଞ୍ଚôଥିଲେ ବିଜୁ ଜନତା ଦଳର ଦୁଇ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସଞ୍ଜୟ କୁମାର ଦାସବର୍ମା ଏବଂ ପ୍ରଣବ ପ୍ରକାଶ ଦାସ । ଶିକ୍ଷକମାନଙ୍କୁ ଭେଟି ଆନେ୍ଦାଳନରୁ ଉଠିବାକୁ ପ୍ରସ୍ତାବ ଦେଇଥିଲେ । ଏଥିସହ ସମସ୍ୟା ସମାଧାନ ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ପରେ ରବିବାର ବିଜେପି ହେଭିୱେଟ୍ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷକ ଆନେ୍ଦାଳନରେ ସାମିଲ ହୋଇଥିଲେ । ତାଙ୍କ ପରେ ଜଣଙ୍କ ପରେ ଜଣେ ବିଭିନ୍ନ ରାଜନୈତିକ ଦଳର ନେତା ଧାରଣା ସ୍ଥଳକୁ ଆସିଥିଲେ । ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ବିଧାୟକ ପ୍ରଦୀପ ପୁରୋହିତ ଓ ରବି ନାୟକ, ଆମ ଓଡ଼ିଶା ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ, ଶ୍ରମିକ ନେତା ଶିବାଜୀ ପଟ୍ଟନାୟକ, ପ୍ରାକ୍ତନ ସାଂସଦ ବୈଷ୍ଣବ ଚରଣ ପରିଡ଼ା, ସିଆଇଟିୟୁ ନେତା ଶ୍ରୀଧର ମିଶ୍ର, କେନ୍ଦ୍ରୀୟ ଶ୍ରମିକ ସଂଗଠନ ନେତା ରମେଶ ଜେନା ପ୍ରମୁଖ ସାମିଲ ହୋଇ ଶିକ୍ଷକଙ୍କ ପ୍ରତି ଦରଦ ଦେଖାଇବା ବାହାନାରେ ସରକାରଙ୍କୁ ତୀର ମାରିଥିଲେ । ଶିକ୍ଷା ବ୍ୟବସ୍ଥାକୁ ଠପ୍ କରି ଶିକ୍ଷକମାନେ ରାଜରାସ୍ତାରେ ଗର୍ଜୁଥିବା ବେଳେ ବିରୋଧୀ ଦଳମାନେ ନିଆଁରେ ଘିଅ ଢ଼ାଳିବାକୁ ପଛାଇ ନାହାଁନ୍ତି । ବୁଧବାର ବିଜେପି ନେତା ସମୀର ଦେଙ୍କ ଧାରଣାସ୍ଥଳକୁ ଯାଇଥିବା ଟିମ୍ ଆଇଓସିଲ୍ରୁ ମିଳିଥିବା ୩ହଜାର କୋଟି ଟଙ୍କା ଶିକ୍ଷକ ସମସ୍ୟା ସମାଧାନରେ ଖର୍ଚ୍ଚ କରିବାକୁ ସରକାରଙ୍କ ପରାମର୍ଶ ଦେଇଛନ୍ତି । ୧୫ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ନଖେଳିବାକୁ ସରକାରଙ୍କୁ ଶୁଣାଇଛନ୍ତି ।
ଅନ୍ୟପଟେ ମିଳିତ ମଞ୍ଚ ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି, ଶିକ୍ଷକ ଆନେ୍ଦାଳନକୁ ସମର୍ଥନ କରି ବିଭିନ୍ନ ରାଜନୈତିକ ଦଳ ଆନେ୍ଦାଳନରେ ସାମିଲ ହେଉଛନ୍ତି । ସରକାରଙ୍କୁ ଏ ସମ୍ପର୍କରେ ବାରମ୍ବାର ଦାବିପତ୍ର ଦିଆଯାଇଛି ।

ସେଆର କରନ୍ତୁ:



Powered by odothemes.com