ସମ୍ବଲପୁରରେ ମର୍ମନ୍ତୁଦ ଦୁର୍ଘଟଣା: ୧ଠ ମୃତ

accident-1

ସମ୍ବଲପୁର, ୨୧ା୮(ଆପ୍ର): ଜୁଜୁମୁରା ଥାନା ଅନ୍ତର୍ଗତ ଭବାନୀପାଲ୍ଲୀ ନିକଟରେ ଏକ ମମର୍ନ୍ତୁଦ ସଡ଼କ ଦୁର୍ଘଟଣାରେ ୧୦ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇ ବୁର୍ଲ୍ଲା ମେଡିକାଲ୍ରେ ଚିକିତ୍ସିିତ ହେଉଛନ୍ତି । ମୃତକମାନେ ହେଲେ ଦାମୋଦର ବଢ଼େଇ(୫୫), ପତ୍ନୀ ସରସ୍ୱତୀ ବଢ଼େଇ(୫୦), ଯଶୋବନ୍ତୀ ବଢ଼େଇ (୬୦), ନିମେଇଁ ବଢ଼େଇ(୫୨), ସତ୍ୟଭମା ନାଥ(୬୫), ତାଙ୍କ ଝିଅ ଚଞ୍ଚଳା ନାଥ(୪୨), ଯମୁନା ନାଥ(୬୦), ଅନସୂୟା ନାଥ(୩), ଦୁଲଣା ନାଥ(୫୦) ଓ ଡ୍ରାଇଭର ଯୋଗେଶ ବେହେରା(୪୦) । ଖବର ପାଇ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବା ଓ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ୨ଟା ବେଳେ ଶାସନ ଥାନା ଅନ୍ତର୍ଗତ ପରମାଣପୁରର ବାରଡୁଙ୍ଗରୀ ଗାଁର ୩ଟି ପରିବାରର ମୋଟ ୧୪ଜଣ ଯାତ୍ରୀଙ୍କୁ ଟାଟା ମ୍ୟାଜିକ୍((ଓଡି୧୫ଏଫ୍-୨୦୩୦) କପିଳେଶ୍ୱର ମହାଦେବ ମନ୍ଦିରରୁ ଠାକୁର ଦର୍ଶନ ସାରି ସମ୍ବଲପୁର ଫେରୁଥିଲା । ହଠାତ୍ ମ୍ୟାଜିକ୍ର ଆଗ ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତା ମଝିକୁ ଚାଲି ଆସିଥିଲା । ଏହି ସମୟରେ ସମ୍ବଲପୁରରୁ କଟକ ଫେରୁଥିବା ଏକ ଦଶ ଚକିଆ ଟ୍ରକ (ଓଡି୦୫ଏଏ-୩୮୨୭) ସାମ୍ନାକୁ ଚାଲି ଆସିବାରୁ ମ୍ୟାଜିକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଟାଟା ମ୍ୟାଜିକ୍ଟି ଟ୍ରକ ତଳେ ଚାପି ହୋଇଯାଇଥିଲା । ଘଟଣାସ୍ଥଳରେ ୪ଜଣଙ୍କର ମୃତୁ୍ୟ ଘଟିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର ଆହତଙ୍କୁ ଡାକ୍ତରଖାନା ନେବା ବାଟରେ ୩ଜଣଙ୍କର ଓ ଡାକ୍ତରଖାନାରେ ୩ଜଣଙ୍କର ମୃତୁ୍ୟ ଘଟିଥିଲା । ବାକି ୪ଜଣ ଆହତ ଏବେ ବୁର୍ଲ୍ଲା ମେଡିକାଲ୍ରେ ଚିକିତ୍ସିତ ହେଉଛନ୍ତି । ଖବର ପ୍ରଚାର ହେବା ପରେ ମୁଖ୍ୟମନ୍ତ୍ରୀ ସଡ଼କ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଥିଲେ । ଏଥିସହ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତ ପରିବାରକୁ ଅନୁକମ୍ପା ରାଶି ୨ଲକ୍ଷ ଟଙ୍କା ପ୍ରଦାନ କରିବା ଓ ଆହତଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରିବାକୁ ନିଦେ୍ର୍ଦଶ ଦେଇଥିବା ସୂଚନା ମିଳିଛି ।