ରମାଦେବୀ: ଛାତ୍ରୀଙ୍କ ଦାବିକୁ ବିସିଜେଡିର ଗୁରୁତ୍ୱ | ସର୍ବସାଧାରଣ ଖବରକାଗଜ
rd

ରମାଦେବୀ: ଛାତ୍ରୀଙ୍କ ଦାବିକୁ ବିସିଜେଡିର ଗୁରୁତ୍ୱ

36

ଭୁବନେଶ୍ୱର, (ବୁ୍ୟରୋ): ଛାତ୍ର ସଂସଦ ନିର୍ବାଚନ ଯେତିକି ପାଖେଇ ଆସୁଛି, କ୍ୟାମ୍ପସ୍ରେ ଉଷ୍ମତା ସେତିକି ବୃଦ୍ଧି ପାଉଛି । ତିନି ଦିନର ଛୁଟି ପରେ ଆଜି ବେଶ୍ ଚଳଚଞ୍ଚଳ ହୋଇଉଠିଥିଲା କଲେଜ ପରିସର । ଗେଟ୍ ପାଖରେ ଆଶାୟୀ ପ୍ରାର୍ଥୀଙ୍କ ପୋଷ୍ଟର, ବ୍ୟାନର୍ ଛାଇଯାଇଥିଲା । ଜବରଦସ୍ତ ରଣନୀତି ଓ ଜୋସ୍ରେ ମଇଦାନକୁ ଓହ୍ଲାଇଥିଲେ ପ୍ରାର୍ଥୀ । ଦଳ ଦଳ ହୋଇ ନିଜ ସମର୍ଥକଙ୍କ ସହ କ୍ୟାମ୍ପେନିଂ କରିଥିଲେ ଏବଂ ନିଜ ସମକ୍ଷରେ ମତ ସଂଗ୍ରହ କରିଥିଲେ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପ୍ରାର୍ଥୀ ଦେବାରେ ବିଜୁ ଛାତ୍ର ଜନତା ଦଳ ଆଗରେ ରହିଛି । ଛାତ୍ର କଂଗ୍ରେସ, ଏବିଭିପି କିମ୍ବା ଗତବର୍ଷ ବିଜୟୀ ହୋଇଥିବା ରମାଦେବୀ ଷ୍ଟୁଡେଣ୍ଟ ଭଏସ୍ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ବୁଧବାର ବିସିଜେଡି ନିଜର ସଭାପତି ପ୍ରାର୍ଥୀ ଘୋଷଣା କରିଛି । ପିଜି ପ୍ରଥମ ବର୍ଷର ଛାତ୍ରୀ ସୌଭାଗ୍ୟ ସୌମ୍ୟାଶ୍ରୀ ସାମଲଙ୍କୁ ସଂଗଠନ ଏଠାରେ ସଭାପତି ପ୍ରାର୍ଥୀ କରିଛି । ତେବେ ଗତ ବର୍ଷର ପରାଜୟ ପରେ ଛାତ୍ର ବିଜେଡି ନିଜ ରଣନୀତିରେ ପରିବର୍ତ୍ତନ ଆଣିଛି । ସର୍ବଦା ଯୁକ୍ତ ୩ଛାତ୍ରୀଙ୍କୁ ପ୍ରାର୍ଥୀ କରୁଥିବାବେଳେ ଏଥର ଛାତ୍ରୀମାନଙ୍କୁ ଦାବି ଆଗରେ ମୁଣ୍ଡ ନୁଆଁଇଛି ସଂଗଠନ । ଛାତ୍ରୀଙ୍କ ଦାବିକୁ ଗ୍ରହଣ କରି ଜଣେ ପିଜି ଛାତ୍ରୀଙ୍କୁ ସଭାନେତ୍ରୀ ପଦବି ପାଇଁ ପ୍ରାର୍ଥୀ କରିଛି । ଗତ ବର୍ଷ ଛାତ୍ରୀମାନେ ସମାନ ଦାବି କରିଥିଲେ ସୁଦ୍ଧା ଛାତ୍ର ବିଜେଡି ନିଜ ଜିଦ୍‌ ରେ ଅଟଳ ରହି ଯୁକ୍ତ ୩ଛାତ୍ରୀଙ୍କୁ ପ୍ରାର୍ଥ କରିଥିଲା । ଯାହାର ପରିଣାମ ମଧ୍ୟ ଗତବର୍ଷ ଛାତ୍ର ସଂସଦ ନିର୍ବାଚନରେ ଛାତ୍ର ବିଜେଡି ପାଇ ସାରିଛି । ରମାଦେବୀ ଷ୍ଟୁଡେଣ୍ଟ ଭଏସ୍‌ର ପ୍ରାର୍ଥୀଙ୍କ ଠୁ ପରାଜିତ ହୋଇଥିଲା ସଂଗଠନ । ତେଣୁ ଏଥର ଜଣେ ପିଜି ଛାତ୍ରୀଙ୍କୁ ସଭାନେତ୍ରୀ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛି । ଏ ନେଇ ପୂର୍ବ ବର୍ଷ ରମାଦେବୀ ଷ୍ଟୁଡେଣ୍ଟ୍‌ ଭଏସ୍‌ ପକ୍ଷରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିବା ଅନୁସୟା ତ୍ରିପାଠୀ କହିଛନ୍ତି, ବିଶ୍ୱବିଦ୍ୟାଳୟ ହେବା ପୂର୍ବରୁ ପିଜି ଛାତ୍ରଛାତ୍ରୀ ନଥିବାରୁ ଯୁକ୍ତ ୩ ଛାତ୍ରୀଙ୍କୁ ପ୍ରାର୍ଥୀ ଦେବା ଠିକ୍‌ ଥିଲା । ତେବେ ବର୍ତ୍ତମାନ ଜଣେ +୩ ଛାତ୍ରୀ ପ୍ରାର୍ଥୀ ହେଲେ ପିଜି ଛାତ୍ରୀ ତାଙ୍କ ପାଖକୁ ଯାଇ ନିଜ ଅସୁବିଧା ଜଣାଇବାକୁ ସଂକୋଚ କରିବେ । ସେଥିପାଇଁ ଜଣେ ପିଜି ଛାତ୍ରୀ ପ୍ରାର୍ଥୀ ହେବା ଠିକ୍ । ହେଲେ ଏଥର ନିର୍ବାଚନରୁ ସେ ବିରତ ରହିବେ ବୋଲି ଜଣାଇଛନ୍ତିି ।




Powered by odothemes.com