MALAKANAGIRI

ଉଚ୍ଛୁଳିଲା ପୋଟେରୁ

48

କାଲିମେଳା, ପଡିଆ, ମୋଟୁ ବିଚ୍ଛିନ୍ନ
ମାଲ୍କାନାଗିରି,୧୪ା୮(ଆପ୍ର): ଦୁଇଦିନ ଧରି ମାଲ୍କାନାଗିରିରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ପୋଟେରୁ ନଦୀରେ ବଡ଼ ଧରଣର ବନ୍ୟା ଆଶଙ୍କା ପ୍ରକାଶ ପାଇଛି । ଯାହାଫଳରେ ବିଭିନ୍ନ ପୋଲ ଉପରେ ପାଣି ଚାଲୁଥିବା ବେଳେ କାଲିମେଳା, ପଡିଆ ଓ ମୋଟୁ ଅଞ୍ଚଳର ବହୁ ଗ୍ରାମ ଜଳପ୍ଲାବିତ ହୋଇଛି । ଏସବୁ ବ୍ଲକ୍ର ଅଧିକାଂଶ ଅଞ୍ଚଳ ବିଚ୍ଛିନ୍ନ ହୋଇପଡ଼ିଛି । ପୋଟେରୁ ପୋଲ ଉପରେ ୫ ଫୁଟ ପାଣି ପ୍ରବାହିତ ହେଉଛି । ସେହିପରି କାଙ୍ଗରୁକୋଣ୍ଡା ବ୍ରିଜ୍ ବୁଡ଼ିଯାଇଛି । ଯାହାଫଳରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୧୭ ଆଶ୍ରୟସ୍ଥଳ ଖୋଲାଯିବା ସଙ୍ଗେ ସଙ୍ଗେ ଡାଲି, ଚାଉଳ, କିରାସିନି, ଚୁଡ଼ା, ଚିନି, ଦିଆସିଲି, ମହମବତୀ ଇତ୍ୟାଦି ଅତ୍ୟାବଶକ୍ୟ ସାମଗ୍ରୀ ମହଜୁଦ୍ ରଖାଯାଇଛି । ଜିଲ୍ଲା ଜରୁରିକାଳୀନ ଅଧିକାରୀ ତପନ କୁମାର ନାୟକଙ୍କ ସୂଚନା ଅନୁଯାୟୀ ବନ୍ୟା ପରିସ୍ଥିତି ଉପରେ ସଜାଗ ଦୃଷ୍ଟି ରଖାଯାଇଛି । କୁଡୁମୁଲୁଗୁମ୍ମା, ଖଇରପୁଟ, କାଲିମେଳା, ପଡିଆ, ମୋଟୁ ଅଞ୍ଚଳରେ ବନ୍ୟା ନିରୀକ୍ଷଣ କକ୍ଷ ଖୋଲାଯାଇଛି । ମୋଟୁ, ବଦଲି, ଧୁଙ୍ଗିଆପୁଟ, ମହରାପାଲିରେ ବହୁମୁଖୀ ସହୟତା କେନ୍ଦ୍ର ଖୋଲାଯାଇ ଚିକିତ୍ସା ସାମଗ୍ରୀ ଓ ଚିକିତ୍ସକ ଟିମ୍ଙ୍କୁ ନିୟୋଜିତ କରାଯାଇଛି । ମାଲ୍କାନାଗିରିରୁ କାଲିମେଳା, ପଡିଆ, ମୋଟୁ, କୁଡୁମୁଲୁଗୁମ୍ମା ଇତ୍ୟାଦି ଅଞ୍ଚଳକୁ ଯାତାୟାତ ବ୍ୟାହତ ହୋଇଛି ।




Powered by odothemes.com