Biju-Krushak-Kalyan-Yojana-1

ପଞ୍ଜିକୃତ କାର୍ଡ ଥାଇ ବି ମିଳୁନି ସ୍ୱାସ୍ଥ୍ୟସେବା

40

ମାଗଣା ଚିକିତ୍ସାରୁ ବଞ୍ଚôତ ଶହଶହ ରୋଗୀ
ସୁବର୍ଣ୍ଣପୁର(ଆପ୍ର): ସରକାର ଗରିବ ଲୋକମାନଙ୍କୁ ମାଗଣାରେ ଚିକିସôା ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ହେଲେ ହେଲଥ ଇନ୍ସସୁରେନ୍ସ କମ୍ପାନୀ ଦ୍ୱାରା ପଞ୍ଜିକୃତ କାର୍ଡଗୁଡ଼ିକରେ ତ୍ରୁଟି ରହୁଥିବା ଯୋଗୁଁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ଡାକ୍ତରମାନେ ମନାକରୁଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ଜନ କଲ୍ୟାଣକାରୀ ଯୋଜନା ମଧ୍ୟରେ ବିଜୁ କୃଷକ ଯୋଜନା ଓ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଅନ୍ତର୍ଭୁକ୍ତ । ଉକ୍ତ ଯୋଜନାରେ ଅନ୍ତର୍ଭୁକ୍ତ ବୀମାଧାରୀମାନଙ୍କୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିସôା ଖର୍ଚ୍ଚ ଯୋଗାଇ ଦେବା ପାଇଁ ବ୍ୟବସ୍ଥା ରହିଛି । ସମସ୍ତ ସରକାରୀ ଓ କେତେକ ଘରୋଇ ଡାକ୍ତରଖାନାରେ ଏହି ସୁବିଧା ରହିଛି । ସେଥିପାଇଁ ପଞ୍ଜିକୃତ ପରିବାର ସଦସ୍ୟଙ୍କୁ ସ୍ୱାସ୍ଥ୍ୟ ବୀମା କମ୍ପାନୀ ଦ୍ୱାରା ହେଲ୍ଥକାର୍ଡ ଦିଆଯାଇଛି । ବୀମାଧାରୀ ପରିବାରପାଇଁ ଔଷଧ ଓ ଅସ୍ତ୍ରୋପଚାର କ୍ଷେତ୍ରରେ ଏହି ସୁବିଧା ଥିଲେ ସୁଦ୍ଧା ସୁବର୍ଣ୍ଣପୁର ଜିଲ୍ଲାର ଅଧିକାଂଶ ପରିବାର ଏଥିରେ ସ୍ୱାସ୍ଥ୍ୟସେବା ପାଇ ପାରୁନଥିବା ଜଣାଯାଇଛି । ପ୍ରାୟ ୫୦ପ୍ରତିଶତ ସ୍ୱାସ୍ଥ୍ୟ କାର୍ଡରେ ବିଭିନ୍ନ ତ୍ରୁଟି ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଯାହାଫଳରେ ଡାକ୍ତରଖାନା କର୍ତ୍ତୃପକ୍ଷ ମାଗଣା ଚିକିସôା ସେବା ଯୋଗାଇ ଦେବା ପାଇଁ ରାଜି ହେଉନାହାନ୍ତି । ଏହାଦ୍ୱାରା ସରକାର ଯେଉଁ ଉଦେ୍ଦଶ୍ୟ ନେଇ ଗରିବ ଲୋକଙ୍କ ପାଇଁ ଏହି ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରିଥିଲେ ତା’ର ସୁଫଳ ମିଳିପାରୁନାହିଁ । ବିଜୁ କୃଷକ ଯୋଜନା ଓ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନାରେ ସୁବିଧା ସୁଯୋଗ ଦେବାପାଇଁ ତାଲିକାଭୁକ୍ତ ହୋଇଥିବା ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡର ପଣ୍ଡାପାଲିସ୍ଥ ଲେପ୍ରା ସୋସାଇଟିର ମହାନଦୀ ନେତ୍ର ଚିକିସôାଳୟ ଅନ୍ତର୍ଭୁକ୍ତ । ଉକ୍ତ ପ୍ରତିଷ୍ଠାନର ଅଧ୍ୟକ୍ଷ ଡାକ୍ତର ଦେବେନ୍ଦ୍ର କୁମାର ସାହୁ କହିଛନ୍ତି, ଚକ୍ଷୁ ଚିକିସôା ପାଇଁ ରୋଗୀ ଆସୁଛନ୍ତି ହେଲେ ସେମାନଙ୍କ ପାଖରେ ଥିବା ସ୍ୱାସ୍ଥ୍ୟ କାର୍ଡରେ ନାମ, ପିତା, ସ୍ୱାମୀଙ୍କ ନାମ ଓ ଠିକଣାରେ ଅନେକ ତ୍ରୁଟି ଦେଖିବାକୁ ମିଳୁଥିବା ବେଳେ ଫିଙ୍ଗର ପ୍ରିଣ୍ଟରେ ମଧ୍ୟ ମେଳ ରହୁନାହିଁ । ଏପରି ତ୍ରୁଟି ଏହି ପ୍ରତିଷ୍ଠାନକୁ ଆସୁଥିବା ଅଧିକାଂଶ ରୋଗୀଙ୍କ କ୍ଷେତ୍ରରେ ଦେଖାଯାଉଛି । ଆବଶ୍ୟକ ତ୍ରୁଟି ସଂଶୋଧନ ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ଅଧିକୃତ ଇନ୍ସ୍ୟୁରାନ୍ସ ସର୍ଭିସ ପ୍ରୋଭାଇଡର ନିକଟକୁ ପଠାଯାଇ ଥିଲେ ସୁଦ୍ଧା ସଂଶୋଧିତ କାର୍ଡ ଆସୁନାହିଁ । କମ୍ପାନୀ ଦ୍ୱାରା ପ୍ରସ୍ତୁତ ଓ ପ୍ରଦତ୍ତ ଓଭର ରାଇଡ୍ କୋଡରେ ଭୁଲ ଥିବାରୁ ରୋଗୀ ମାଗଣା ସ୍ୱାସ୍ଥ୍ୟସେବାରୁ ବଞ୍ଚôତ ହେଉଛନ୍ତି ବୋଲି ଡାକ୍ତର ସାହୁ କହିଥିଲେ । ଏହି ପ୍ରତିଷ୍ଠାନରୁ ମାସକୁ ପ୍ରାୟ ୨ଶହ ଚକ୍ଷୁ ରୋଗୀ ସ୍ୱାସ୍ଥ୍ୟ କାର୍ଡ ତ୍ରୁଟି ଯୋଗୁଁ ଫେରିବାକୁ ବାଧ୍ୟ ହେଉଛନ୍ତି । ଗତ ଏପ୍ରିଲରୁ ଏପରି ଅବ୍ୟବସ୍ଥା ଲାଗି ରହିଛି । ଅନ୍ୟ ପଟରେ ମେକ୍ସଚୁପା ହେଲ୍ଥ ଇନ୍ସୁ୍ୟରାନ୍ସ କମ୍ପାନୀ ଲିଃ ନାମକ ଏକ ସଂସ୍ଥା ଏହି କାର୍ଯ୍ୟ ପାଇଁ ନିୟୋଜିତ ହୋଇଛି । ବୀରମହାରାଜପୁର ଉପଖଣ୍ଡ ତଥା ଜିଲ୍ଲାର ଅନ୍ୟାନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଏପରି ଅବ୍ୟବସ୍ଥା ଲାଗି ରହିଥିବା ଅଭିଯୋଗ ହେଉଛି । ଯଦ୍ୱାରା ମାଗଣା ଚିକିସôା ସେବା ଏକ ପ୍ରକାର ପ୍ରହସନରେ ପରିଣତ ହୋଇଛି । ଉଚ୍ଚ କର୍ତ୍ତୃପକ୍ଷ ଏଦିଗରେ ଦୃଷ୍ଟି ଦେଲେ ଗରିବ ରୋଗୀ ଉପକୃତ ହୋଇ ପାରନ୍ତେ ବୋଲି ମତ ପ୍ରକାଶ ପାଇଛି ।




Powered by odothemes.com