ପେଟ୍ରୋଲ-ଡିଜେଲ୍ ଦରବୃଦ୍ଧି ବିରୋଧରେ ସିପିଆଇର ବିକ୍ଷୋଭ

30

ଭୁବନେଶ୍ୱର,୨ା୫(ବୁ୍ୟରୋ): ପେଟ୍ରେଲ୍ ଓ ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ଆଜି ରାଜ୍ୟ ସିପିଆଇ ପକ୍ଷରୁ ରାଜମହଲ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପୂର୍ବାହ୍ନରେ ସିପିଆଇ କର୍ମୀମାନେ ଜୋନ୍ ସମ୍ପାଦକ ସୁର ଜେନାଙ୍କ ନେତୃତ୍ୱରେ ପ୍ଳାକାର୍ଡ ଧରି ଭଗବତୀ ଭବନରୁ ବାହାରି ରାଜମହଲ ଛକରେ ପହଞ୍ଚିଥିଲେ । ସେଠାରେ କର୍ମୀମାନେ ରାସ୍ତାରୋକ କରିବା ସହ କେନ୍ଦ୍ରର ମୋଦି ସରାକାର ବିରୋଧରେ ସ୍ଳୋଗାନ୍ ଦେଇଥିଲେ । ଅନ୍ତର୍ଜାତୀୟ ବଜାରରେ ତୈଳ ଦର ହ୍ରାସ ପାଉଥିବା ବେଳେ ମୋଦି ସରକାର ବିଦେଶୀ କମ୍ପାନୀଙ୍କ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଥିବା ସିପିଆଇ ପକ୍ଷରୁ ଅଭିଯୋଗ ହୋଇଥିଲା ।ଆଜି ବିକ୍ଷୋଭ ବେଳେ ଶହ ଶହ ସିପିଆଇ କର୍ମୀ କେନ୍ଦ୍ର ସରକାର ବିରୋଧରେ ବିଷୋଦଗାର କରିଥିଲେ । ଏଭଳି ଅଘୋଷିତ ଦରବୃଦ୍ଧି ସାଧାରଣ ଉପଭୋକ୍ତାଙ୍କ ପ୍ରତି ଅତ୍ୟାଚାର ବୋଲି ଅଭିହିତ କରିଥିଲେ । ତେଣୁ ଅତିଶୀଘ୍ର ସରକାର ଦର ବୃଦ୍ଧି ପ୍ରତ୍ୟାହାର କରିବାକୁ ସିପିଆଇ ପକ୍ଷରୁ ଦାବି ହୋଇଥିଲା । ଦର ବୃଦ୍ଧି ପ୍ରତ୍ୟାହାର କରାନଗଲେ ଆଗାମୀ ଦିନରେ ବିରାଟ ଗଣ ଆନ୍ଦୋଳନ ହେବ ବୋଲି ଶ୍ରୀ ଜେନା ଚେତାବନୀ ଦେଇଥିଲେ । ବିକ୍ଷୋଭ ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଚିନ୍ମୟୀ ସାହାଣି, କୈଳାଶ ପୁହାଣ, ବାସନ୍ତି ପ୍ରଧାନ, ଅହଲ୍ୟା ସାହୁ, ମମତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।




Powered by odothemes.com