ଜୈବ ଚାଷକୁ ପ୍ରୋତ୍ସାହନ ପାଇଁ ପ୍ରସ୍ତାବ | ସର୍ବସାଧାରଣ ଖବରକାଗଜ
cm

ଜୈବ ଚାଷକୁ ପ୍ରୋତ୍ସାହନ ପାଇଁ ପ୍ରସ୍ତାବ

29

ମୁଖ୍ୟମନ୍ତ୍ରୀଙ୍କ ସହ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକଙ୍କ ଆଲୋଚନା
ଭୁବନେଶ୍ୱର (ବୁ୍ୟରୋ): ଜାତିସଂଘ ପରିବେଶ କାର୍ଯ୍ୟକ୍ରମ କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଏରିକ୍ ସୋଲ୍ହେମ୍ (ୟୁଏନ୍ଇପି) ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହି ଅବସରରେ ଓଡ଼ିଶାରେ ଜୈବ ଚାଷକୁ ପ୍ରୋତ୍ସାହନ ଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତିସଂଘ ପରିବେଶ କାର୍ଯ୍ୟକ୍ରମର କାର୍ଯ୍ୟ ନିର୍ବାହୀ ନିଦେ୍ର୍ଦଶକ ଶ୍ରୀ ସୋଲହେମ୍ଙ୍କୁ ପ୍ରସ୍ତାବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମ୍ବଳ ସଂରକ୍ଷଣ,ଜଳବାୟୀ ପରିବର୍ତ୍ତନ ପ୍ରଭାବ ହ୍ରାସ ଏବଂ ଜୈବ ଚାଷ ଆଦି ବିଭିନ୍ନ କାର୍ଯ୍ୟକ୍ରମରେ ଓଡ଼ିଶା ଓ ୟୁଏନ୍ଇପି ମିଳିତ ପଦକ୍ଷେପ ନେବା ପାଇଁ ବ୍ୟାପକ ସୁଯୋଗ ରହିଛି । ଓଡ଼ିଶାରେ ଜୈବ ଚାଷର ବହୁତ ସମ୍ଭାବନା ରହିଛି । ତେଣୁ ଦୀର୍ଘସ୍ଥାୟୀ ଓ ପରିବେଶ ଅନୁକୂଳ ଜୈବ ଚାଷ ପାଇଁ ରାଜ୍ୟ ସରକାରଙ୍କ ଆଗ୍ରହ ରହିଛି । ରାଜ୍ୟର ବର୍ଷା ନିର୍ଭରଶୀଳ ତଥା ଆଦିବାସୀ ଅଞ୍ଚଳରେ ଯେଉଁଠାରେ ରାସାୟନିକ ପ୍ରୟୋଗ ପ୍ରାୟତଃ ନାହିଁ, ସେହି ଅଞ୍ଚଳରେ ଜୈବ ଚାଷକୁ ଗୁରୁତ୍ୱ ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ । ଓଡ଼ିଶାରେ ସାମାଜିକ, ଆର୍ଥିକ ଓ ପରିବେଶ କ୍ଷେତ୍ରରେ ଅଗ୍ରଗତି ସଂପର୍କରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ । ଏହି ଅବସରରେ ସୋଲହେମ୍ କହିଥିଲେ ଯେ ଓଡ଼ିଶାରେ ସାମାଜିକ ଓ ଆର୍ଥିକ ସମ୍ବଳ ପରିଚାଳନାରେ ବହୁତ ଭଲ କାମ ହୋଇଛି । ପରିବେଶର ସୁରକ୍ଷାକୁ ଆଖିରେ ରଖି ଓଡ଼ିଶାରେ ବିଭିନ୍ନ ସାମାଜିକ ଓ ଆର୍ଥିକ କାର୍ଯ୍ୟକ୍ରମ କରିବା ପାଇଁ ୟୁଏନ୍ଇପିର ଆଗ୍ରହ ରହିଛି । ଏଥିପାଇଁ ଘରୋଇ କ୍ଷେତ୍ରରୁ ସମ୍ବଳ ସଂଗ୍ରହ କରାଯାଇପାରିବ । କୃଷି, ଜୈବ ଚାଷ ଓ ଅନ୍ୟାନ୍ୟ କ୍ଷେତ୍ରରେ ବିଭିନ୍ନ ଉଦ୍ୟୋଗ ପାଇଁ ସମ୍ଭାବନା ରହିଛି । ଇଣ୍ଡୋନେସିଆରେ ଏହିପରି କାର୍ଯ୍ୟକ୍ରମ କରାଯାଇ ସଫଳତା ମିଳିପାରିଛି । ରାଜ୍ୟ ସରକାରଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳତା ହାସଲ କରିପାରିବ ବୋଲି ସୋଲହେମ୍ କହିଥିଲେ । ସୂଚନାଯୋଗ୍ୟ, ଓଡ଼ିଶା ନଲେଜ୍ ହମ୍ ଲେକ୍ଚର ସିରିଜ୍ରେ ଯୋଗ ଦେବା ପାଇଁ ଶ୍ରୀ ସୋଲହେମ୍ ଓଡ଼ିଶା ଆସିଛନ୍ତି । ସେ ୮ ଜଣିଆ ଦଳ ସହିତ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ, ଉନ୍ନୟନ କମିଶନର ଆର୍ ବାଲକ୍ରିଷ୍ଣନ୍, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ରାଜେଶ ବର୍ମା ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।




Powered by odothemes.com