unsafe-building

ଏମାର ମଠର ବିପଦସଙ୍କୁଳ କୋଠା ଭଙ୍ଗାଗଲା

21

ପୁରୀ, (ଆପ୍ର): ଗତକାଲି ମାଟିମଣ୍ଡପ ସାହି ଯିବା ରାସ୍ତାରେ ଏମାରମଠର ଏକ ପାଚେରୀ ଦୁର୍ବଳ ହୋଇଥିବା ଯୋଗୁଁ ରାସ୍ତା ଉପରକୁ ଭାଙ୍ଗି ପଡ଼ିଥିଲା । ପାଚେରୀ ଭାଙ୍ଗି ରାସ୍ତା ଅବରୋଧ ହେବା ଯୋଗୁଁ ସାଧାରଣ ଚଳପ୍ରଚଳରେ ପ୍ରତିବନ୍ଧକ ସୃଷ୍ଠି ହୋଇଥିଲା । ଗୁରୁବାର ପୌର ପ୍ରଶାସନ ପକ୍ଷରୁ ବୁଲ୍ଡୋଜର ଲଗାଇ ବିପଦସଙ୍କୁଳ ଅବସ୍ଥାରେ ଥିବା ପୁରୁଣା କୋଠାଟିକୁ ଭଙ୍ଗାଯାଇଛି । ଘଟଣାସ୍ଥଳରେ ପୌର ପ୍ରଶାସନର ଏନ୍ଫୋର୍ସମେଣ୍ଟ୍ ଅଫିସର ଅଭିମନୁ୍ୟ ବେହେରା ଓ ପୁଲିସ ଉପସ୍ଥିତ ଥିଲେ । ଉକ୍ତ କୋଠାରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ସହରରେ ରଥଯାତ୍ରା ସମୟରେ ବିପଦ ସଙ୍କୁଳ କୋଠାଗୁଡ଼ିକୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଥାଏ, କିନ୍ତୁ ତାହା କେବଳ ଚିହ୍ନଟ ମଧ୍ୟରେ ରହିଯାଏ । ଏବେବି ସହର ମଧ୍ୟରେ ଅନେକ ବିପଦ ସଙ୍କୁଳକୋଠା ରହିଛି । ସେଗୁଡ଼ିକୁ ଭଙ୍ଗା ନଗଲେ କେତେବେଳେ ଯେ କ’ଣ ଅଘଟଣ ଘଟିବ ତାହା କହିହେବନି । ପୁରୁଣା କୋଠା ତାଲିକା ପ୍ରାୟ ୨ଠଠରେ ପହଞ୍ଚôଲାଣି ।




Powered by odothemes.com