lightning

ବଜ୍ରପାତ: ରାଜ୍ୟରେ ବର୍ଷକୁ ଯାଉଛି ୪ଠଠ ଜୀବନ

25

ଭୁବନେଶ୍ୱର, ୮ା୮(ବୁ୍ୟରୋ): ବଜ୍ରପାତଜନିତ ମୃତୁ୍ୟ ସଂଖ୍ୟା ହ୍ରାସ କରିବାକୁ ବ୍ୟାପକ ସଚେତନତା କରାଯିବ । ସମଗ୍ର ଦେଶରେ ବର୍ଷକୁ ହାରାହାରି ୨ ହଜାର ଲୋକ ବଜ୍ରଘାତରେ ମୃତୁ୍ୟବରଣ କରୁଥିବାବେଳେ ଓଡିଶାରେ ପ୍ରାୟ ୪୦୦ ଲୋକଙ୍କ ଜୀବନହାନୀ ଘଟୁଛି । ତେଣୁ କିଭଳିଭାବରେ ଏହି ବିପଦରୁ ଲୋକଙ୍କୁ ବଞ୍ଚାଯାଇପାରିବ ସେ ସମ୍ପର୍କରେ ବିଶେଷଜ୍ଞ କମିଟି ଦ୍ୱାରା ତର୍ଜମା ହେବ ବୋଲି ସ୍ଥିର ହୋଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଏହି ମର୍ମରେ ଅନୁଷ୍ଠିତ ହୋଇଯାଇଛି । ବଜ୍ରଘାତରେ ମୃତୁ୍ୟବରଣ କରୁଥିବା ଲୋକଙ୍କ ବର୍ଗ, କାରଣ, ଲିଙ୍ଗଭେଦ ଓ ପରିସ୍ଥିତି ସମ୍ପର୍କରେ ବିଶେଷଜ୍ଞ କମିଟି ତର୍ଜମା କରି ନିରାକରଣ ପାଇଁ ପନ୍ଥା ନିର୍ଦ୍ଧାରଣ କରିବ । ଚଳିତ ବର୍ଷା ଋତୁରେ ଓଡିଶାରେ ଏପର୍ଯ୍ୟନ୍ତ ୨୫୮ ଜଣଙ୍କର ବଜ୍ରାଘାତରେ ମୃତୁ୍ୟ ଘଟିଛି । ସାଧାରଣତଃ ଚାଷ କାର୍ଯ୍ୟ କରୁଥିବା ସମୟରେ ଚାଷୀମାନେ ଏହି ବିପର୍ଯ୍ୟୟ ଯୋଗୁଁ ପ୍ରାଣ ହରାଉଛନ୍ତି । ଏହାକୁ ହ୍ରାସ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ସଚେତନତା କରାଇବାର ଆବଶ୍ୟକତା ରହିଛି । ସଚେତନତା ସମ୍ବନ୍ଧୀୟ ପ୍ରଚାରପତ୍ର, ପୋଷ୍ଟର ଓ ଅନ୍ୟାନ୍ୟ ସାମଗ୍ରୀ ଓସ୍ଡମା ଦ୍ୱାରା ପ୍ରସ୍ତୁତ କରାଯାଇଛି । କୃଷି, ଗଣଶିକ୍ଷା, ନଗର ଉନ୍ନୟନ, ଜଙ୍ଗଲ, ମହିଳା ଓ ଶିଶୁ ବିକାଶ, ଶ୍ରମ, ପଞ୍ଚାୟତିରାଜ ଓ ଶକ୍ତି ବିଭାଗ ମାଧ୍ୟମରେ ଲୋକମାନଙ୍କୁ ସଚେତନତା କରାଇବା ପାଇଁ ଏହା ବଣ୍ଟା ଯିବ । ପୃଥକ ପୃଥକ ଭାବେ ଗ୍ରାମସଭା, ପଲ୍ଲୀସଭା, ପଞ୍ଚାୟତ ବୈଠକଗୁଡିକରେ ବ୍ୟାପକ ଆଲୋଚନା କରାଯାଇ ଜନସଚେତନତା ସୃଷ୍ଟି କରାଯିବ ।
ଓଡିଶାର ସବୁ ଜିଲ୍ଲାରେ ବଜ୍ରପାତଜନିତ ମୃତୁ୍ୟ ଘଟୁଥିଲେ ହେଁ ମୟୂରଭଞ୍ଜ, ଗଞ୍ଜାମ, କେନ୍ଦୁଝର, ସୁନ୍ଦରଗଡ, କଟକ, ବାଲେଶ୍ୱର, ଢେଙ୍କାନାଳ, ଜଗତସିଂହପୁର, ଖୋର୍ଦ୍ଧା ଓ ନବରଙ୍ଗପୁର ଜିଲ୍ଲାରେ ଏହି ମୃତୁ୍ୟହାର ସର୍ବାଧିକ ହୋଇଛି । ବିଶେଷକରି ମେ’ରୁ ଅଗଷ୍ଟ ମାସ ମଧ୍ୟରେ ୭୧% ବଜ୍ରଘାତଜନିତ ମୃତୁ୍ୟ ହେଉଥିବାବେଳେ ଏପ୍ରିଲରେ ୯%, ସେପ୍ଟେମ୍ବରରେ ୧୨%, ମାର୍ଚ୍ଚ ଓ ଅକ୍ଟୋବରରେ ୬%, ନଭେମ୍ବରରୁ ଫେବ୍ରୁଆରୀ ମଧ୍ୟରେ ୨% ଲୋକ ମୃତୁ୍ୟବରଣ କରୁଛନ୍ତି । ୨୦୧୦-୧୧ରୁ ୨୦୧୭-୧୮ ଅଗଷ୍ଟ ୭ ତାରିଖ ସୁଦ୍ଧା ମୟୂରଭଞ୍ଜରେ ୨୮୧ ଜଣ, ଗଞ୍ଜାମରେ ୧୮୧, କେନ୍ଦୁଝରରେ ୧୭୬, ସୁନ୍ଦରଗଡରେ ୧୫୯, କଟକରେ ୧୪୪, ବାଲେଶ୍ୱରରେ ୧୪୨, ଢେଙ୍କାନାଳରେ ୧୩୪, ଯାଜପୁରରେ ୧୩୨, ଖୋର୍ଦ୍ଧାରେ ୧୦୩, ନବରଙ୍ଗପୁରରେ ୧୦୩, ଭଦ୍ରକରେ ୯୭, ବରଗଡରେ ୯୬, ଅନୁଗୁଳରେ ୯୩, ବଲାଙ୍ଗୀରରେ ୯୧, କେନ୍ଦ୍ରାପଡାରେ ୮୫, କୋରାପୁଟରେ ୮୦, ରାୟଗଡାରେ ୬୧, ଜଗତସିଂହପୁରରେ ୫୯, ସମ୍ବଲପୁରରେ ୫୮, ପୁରୀରେ ୫୫, ନୂଆପଡାରେ ୫୧, କଳାହାଣ୍ଡିରେ ୫୦, ଦେବଗଡରେ ୪୫, ଝାରସୁଗୁଡାରେ ୩୬, ନୟାଗଡରେ ୩୫, ମାଲକାନଗିରିରେ ୨୯, କନ୍ଧମାଳରେ ୨୬, ସୋନପୁରରେ ୨୫, ଗଜପତିରେ ୨୩ ଓ ବୌଦ୍ଧ ଜିଲ୍ଲାରେ ୧୫ ଜଣଙ୍କ ମୃତୁ୍ୟ ଘଟିଛି । ବ୍ୟାପକ ସଚେତନତା ଦ୍ୱାରା ହିଁ ଏହାକୁ ରୋକାଯାଇପାରିବ । ରେଲୱେ ଷ୍ଟେସନ୍, ସ୍କୁଲ୍, ବସ୍ଷ୍ଟାଣ୍ଡ, ଅଙ୍ଗନୱାଡିକେନ୍ଦ୍ର, ବଜାର, ବାତ୍ୟା ଆଶ୍ରୟସ୍ଥଳ, ଗଣମାଧ୍ୟମ ଆଦିରେ ଏ ସମ୍ପର୍କରେ ଆଲୋଚନା କରାଯାଉଥିବା ସୂଚନା ଦିଆଯାଇଥିଲା । ବୈଠକରେ ଉନ୍ନୟନ କମିଶନର ଆର୍ ବାଲକ୍ରିଷ୍ଣନ୍, ରାଜସ୍ୱ ସଚିବ ସିଏସ୍ କୁମାର, ଆଞ୍ଚଳିକ ପାଣିପାଗ ନିଦେ୍ର୍ଦଶକ ଶରତ ସାହୁ, ଏସ୍ଆର୍ସି ବିଷ୍ଣୁପଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।




Powered by odothemes.com