ସିଇସି ରିପୋର୍ଟ କାଏମ୍

36

ବେଆଇନ ଖଣି ଖନନ
ଭୁବନେଶ୍ୱର (ବୁ୍ୟରୋ): ବେଆଇନ ଖଣି ଖନନ ପ୍ରସଙ୍ଗରେ ସୁପ୍ରିମ କୋର୍ଟଙ୍କ ରାୟ ଅନୁଯାୟୀ ରାଜ୍ୟ ସରକାର ଜରିମାନା ଆଦାୟ କରିବେ । ତେବେ ସରକାର ନିଜେ କରିଥିବା ଜରିମାନା ନୁହେଁଁ, ବରଂ କେନ୍ଦ୍ରୀୟ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି (ସିଇସି) ଧାର୍ଯ୍ୟ କରିଥିବା ଜରିମାନା ପରିମାଣ ଆଦାୟ କରାଯିବ । ଆଗାମୀ ୧୦ ଦିନ ମଧ୍ୟରେ ଖିଲାପି ଖଣି ପଟ୍ଟାଦାରମାନଙ୍କୁ ନୋଟିସ୍ ଦିଆଯିବ ବୋଲି ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକରେ ୧୪ଟି ବିଷୟରେ ତର୍ଜମା କରାଯାଇଥିଲା । ଶାହା କମିଶନ ୬୧ ହଜାର କୋଟିରୁ ଊଦ୍ଧ୍ୱର୍ ଟଙ୍କା ଖଣି ଦୁର୍ନୀତି ହୋଇଛି ବୋଲି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିବା ସହ ଜରିମାନା ଆଦାୟ କରିବା ଲାଗି ସୁପାରିସ କରିଥିଲେ । ତେବେ ରାଜ୍ୟ ସରକାର ନିଜସ୍ୱ ଆକଳନ କରି ଯୋଡା ଖଣିମଣ୍ଡଳର ୨୭ ଓ କୋଇଡା ଖଣିମଣ୍ଡଳର ୩୩ଟି ଖଣିର ବେଆଇନ ଖନନ ନେଇ ୬୯ ହଜାର କୋଟି ଟଙ୍କାର ଊଦ୍ଧ୍ୱର୍ ଜରିମାନା କରିଥିଲେ । ହେଲେ ସିଇସି ୧୭,୫୯୬ କୋଟି ଟଙ୍କା ଜରିମାନା ଆଦାୟ କରିବା ଲାଗି ସୁପାରିସ କରିଥିଲେ । ସରକାର ସୁପ୍ରିମ୍ କୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ସିଇସି ସୁପାରିସକୁ କାର୍ଯ୍ୟକାରୀ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏହି ଅର୍ଥ ବେଆଇନ ଖଣି ପଟ୍ଟାଧାରୀଙ୍କଠାରୁ ଆସନ୍ତା ଡିସେମ୍ବର ୩୧ ସୁଧା ଆଦାୟ କରାଯିବ । ସୂଚନାଯୋଗ୍ୟ, ବିଶେଷକରି ଏହି ଖଣିଗୁଡିକ ପରିବେଶ, ଜଙ୍ଗଲ ଆଇନର ବ୍ୟାପକ ଉଲ୍ଲଂଘନ କରି ଖଣି ଉତ୍ତୋଳନ କରିଥିବା ଜଣାପଡିଥିଲା । ବୈଠକରେ ବଳକା କ୍ଷତି ପୂରଣ ବାବଦକୁ ରାଜ୍ୟ ସରକାର ଜରିମନା ଆଦାୟ କରିବା ଲାଗି ନିଷ୍ପତି ଗ୍ରହଣ କରିଛନ୍ତି । ଏହି ବୈଠକରେ ଆନ୍ୟମାନଙ୍କ ମଧ୍ୟରେ ହାଇକୋର୍ଟର ଆଡଭୋକେଟ୍ ଜେନେରାଲ, ଉନ୍ନୟନ କମିଶନର, ଇସ୍ପାତ ଓ ଖଣି ବିଭାଗର ସଚିବ, ରାଜସ୍ୱ ସଚିବ, ଜଙ୍ଗଲ ବିଭାଗ ସଚିବ, ଆଇଟି ସଚିବ, ଖଣି ନିଦେ୍ର୍ଦଶକଙ୍କ ସମେତ ବହୁୁ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ ।




Powered by odothemes.com