utkal-sahitya-samaj-pakhyaru-kabi-gangadhar-meher-jayanti--palita---(1)

ଗଙ୍ଗାଧରଙ୍କ ସମୟ ଥିଲା ସାହିତ୍ୟରେ ନବଯୁଗ

39

କଟକ,୭ା୮(ବୁ୍ୟରୋ): କଟକ ସହରର ବିଭିନ୍ନ ସ୍ଥାନରେ ସ୍ୱଭାବ କବିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମୀଚୀନ ଆନୁକୂଲ୍ୟରେ ଗଙ୍ଗାଧର ମେହେର ଜୟନ୍ତୀ ମର୍କତ ନଗରଠାରେ ସମାଜସେବୀ ଗୋବିନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଜିଲ୍ଲା ଉକ୍ରଳ ସମ୍ମିଳନୀର ସଭାପତି ଡାକ୍ତର ରବି ରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ଗଙ୍ଗାଧରଙ୍କ ସମକାଳରେ କେବଳ ଓଡ଼ିଆ ସାହିତ୍ୟରେ ନୁହେଁ, ସମଗ୍ର ଭାରତୀୟ ସାହିତ୍ୟରେ ଏକ ନବଯୁଗର ଆବିର୍ଭାବ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡ. ରାମଚନ୍ଦ୍ର ଦାସ, ସଂଯୁକ୍ତା ବେହେରା ଓ ସୁଲୋଚନା ମିଶ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ମନୋଜ ପତି ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଉକ୍ରଳ ସାହିତ୍ୟ ସମାଜ ପକ୍ଷରୁ ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପାଠଗାର ସମ୍ପାଦକ ଡ. ସୁନାମଣି ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟ ନିର୍ବାହୀ ସମିତି ସଦସ୍ୟ ତପନ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିଲେ । କାର୍ଯ୍ୟ ନିର୍ବାହୀ ସମିତି ତରୁଣ କୁମାର ସାହୁ, ଜେନା ଆଦିତ୍ୟ ପ୍ରତାପ ବାଘସିଂହ, ଡ. ଗାୟତ୍ରୀ ଦେବୀ, ଗଜେନ୍ଦ୍ର କୁମାର ପାଣି, ବିଦୁ୍ୟତ୍ କୁମାର ଲାଲା, ଅରୁଣା ସାମନ୍ତରାୟ, ଗଗନ ଚନ୍ଦ୍ର ମେହେର, ସରୋଜ ପାତ୍ର, ବନଲତା ସିଂହ, ତି୍ରଲୋଚନ ମହାକୁଡ଼, ଇଂ. ନିର୍ମଳ ଦତ୍ତ, ଅନିନ୍ଦ ନାରାୟଣ ସିଂହ, ଭୀମସେନ ନାୟକ ଓ ସୁରେଶ କୁମାର ମହାପାତ୍ର ପ୍ରମୁଖ ପଣ୍ଡିତ ନୀଳକଣ୍ଠଙ୍କ ପ୍ରତି ସ୍ମୃତିଅର୍ଘ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ଉପସ୍ଥିତ ବକ୍ତା ସ୍ୱଭାବ କବିଙ୍କ ସାହିତ୍ୟକୃତୀ ସମ୍ପର୍କରେ ଆଲୋଚନା କରି ‘ତପସ୍ୱିନୀ’ ଠାରୁ ‘କୀଚକବଧ’, ‘ଅର୍ଘ୍ୟଥାଳି’ ଠାରୁ ‘ପ୍ରଣୟ ବଲ୍ଲରୀ’, ‘ଇନ୍ଦୁମତୀ’ଠାରୁ ‘ଉକ୍ରଳ ଲକ୍ଷ୍ମୀ’ ପର୍ଯ୍ୟନ୍ତ ତାଙ୍କର ସାହିତ୍ୟ ସୃଷ୍ଟି ପାଠକଙ୍କୁ ବିମୁଗ୍ଧ କରିଛି । ଏହି ଦୃଷ୍ଟିରୁ ସ୍ୱଭାବ କବି ଗଙ୍ଗାଧର ମେହେର ଥିଲେ ବିସ୍ମୟକର ପ୍ରତିଭା ବୋଲି ବକ୍ତା ମତବ୍ୟକ୍ତ କରିଥିଲେ । ଶେଷରେ ସଂଗଠନ ସଂପାଦକ ଜୀବନାନନ୍ଦ ଅଧିକାରୀ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଉକ୍ରଳ ସାହିତ୍ୟ ସମାଜ ପରିସରରେ ରହିଥିବା ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି ଓ ଅନ୍ୟାନ୍ୟ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।




Powered by odothemes.com