ବଦଳି ନମାନିଲେ କାର୍ଯ୍ୟାନୁଷ୍ଠାନ

45

ଭୁବନେଶ୍ୱର, ୩୦ ।୪ (ବୁ୍ୟରୋ): ବଦଳି ଆଦେଶକୁ ମାନୁ ନଥିବା ବିଡ଼ିଓଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଞ୍ଚାୟତିରଜ ବିଭାଗ ନିଷ୍ପତ୍ତି ନେଇଛି । ବଦଳି ହେଉଥିବା ସ୍ଥାନରେ ଯୋଗ ଦେଉନଥିବା ବିଡ଼ିଓଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବନ କରିବା ସହ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଞ୍ଚାୟତିରାଜ ମନ୍ତ୍ରୀ ଡ଼ଃ ଅରୁଣ ସାହୁ ବିଭାଗୀୟ ଅଧିକାରୀମାନଙ୍କ ନିର୍ଦ୍ଧେଶ ଦେଇଥିବା ଜଣାଯାଇଛି । ମନ୍ତ୍ରୀ ଶ୍ରୀ ସାହୁ ଆଜି ଏସଂପର୍କରେ ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ । ବୈଠକରୁ ଜଣାପଡ଼ିଛି ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୧୦୦ରୁ ଊଦ୍ଧ୍ୱର୍ ବିଡ଼ିଓଙ୍କୁ ବଦଳି କରାଯାଇଛି । ତୃତୀୟ ଦଫାରେ ୫୫ଜଣ ବିଡ଼ିଓଙ୍କୁ ବଦଳି କରାଯାଇଛି । ସେମାନଙ୍କ ମଧ୍ୟରୁ ପ୍ରାୟ ୧୨ରୁ ୧୫ ଜଣ କାର୍ଯ୍ୟରେ ଯୋଗ ଦେଇ ନଥିବା ଜଣାପଡ଼ିଛି । ବିଭିନ୍ନ ଆଳ ଦେଖାଇ ଏହି ବିଡ଼ିଓମାନେ ପୂର୍ବ ସ୍ଥାନରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ବଦଳି ଆଦେଶ ବାତିଲ ପାଇଁ ଉଦ୍ୟମ କରୁଥିବା ଜଣାପଡ଼ିଛି । ବିଡ଼ିଓଙ୍କ ଅନୁପସ୍ଥିତ ଯୋଗୁ କାର୍ଯ୍ୟରେ ବାଧା ଉପୁଜୁଛି । ବିଶେଷକରି ଚଳିତବର୍ଷ ସରକାର ୫ଲକ୍ଷ ପକ୍କାଘର ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ନିୟମୀତ ବ୍ୟବଧାନରେ ସମୀକ୍ଷା କରୁଛନ୍ତି । ମନ୍ତ୍ରୀ ମଧ୍ୟ ଏହା ଉପରେ ଗୁରୁତ୍ୱ ଦେଉଛନ୍ତି । ବିଡ଼ିଓମାନେ ହିଁ ଏହାକୁ କାର୍ଯ୍ୟକାରୀ କରାଇ ଥାନ୍ତି । ବିଡ଼ିଓ ନଥିବାରୁ ଏହି କାର୍ଯ୍ୟ ଧିମେଇ ଯାଇଛି । ଫଳରେ ଧାର୍ଯ୍ୟ ଲକ୍ଷ୍ୟ ପୁୂରଣ ହେବାରେ ବାଧା ଉପଜୁବିାର ସମ୍ଭାବନା ରହିଛି । ବଦଳି ବିଡ଼ିଓମାନେ ନିଜର ନୂତନ କର୍ମସ୍ଥାନରେ ତୁରନ୍ତ ଯୋଗ ଦେବାକୁ ବିଭାଗ ପକ୍ଷରୁ କୁହାଯାଇଛି । ତାହା ନକଲେ ସେମାନଙ୍କୁ ନିଲମ୍ବିତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।




Powered by odothemes.com