ପରିବହନ ଶ୍ରମିକ ସଂଘର ଧର୍ମଘଟ | ସର୍ବସାଧାରଣ ଖବରକାଗଜ

ପରିବହନ ଶ୍ରମିକ ସଂଘର ଧର୍ମଘଟ

167

ଭୁବନେଶ୍ୱର,୩୦ ।୪(ବୁ୍ୟରୋ): ବସ୍ରେ ସିସିଟିଭି କ୍ୟାମେରା ଓ ଗାଡି ଚାଳକ, କଣ୍ଡକ୍ଟର ଏବଂ ହେଲପର୍ର ନାମ ଫଟୋ, ଚିହ୍ନଟ ପାଇଁ ପ୍ରମାଣ ଓ ପୁଲିସ୍ ରେକର୍ଡ୍ ଦାଖଲକୁ ନେଇ ଆଜି ପରିବହନ ଶ୍ରମିକ ସଂଘ ଦିନ ତମାମ ଧର୍ମଘଟ କରିଥିଲେ । ଏହି ଧର୍ମଘଟ ପ୍ରଭାବ ସାଧାରଣ ଲୋକ ଭୋଗିବାକୁ ପଡିଛି । ବିଭିନ୍ନ ସ୍ଥାନକୁ ଯାତ୍ରା କରିବା ପାଇଁ ଯାତ୍ରୀମାନେ ହନ୍ତସନ୍ତ ହେବାକୁ ପଡିଛି । ଘରୋଇ ବସ୍ରେ ମହିଳାମାନଙ୍କୁ ସୁରକ୍ଷା ଓ ବସ୍ ଲୁଟକକୁ ରୋକିବା ପାଇଁ ରାଜ୍ୟ ସରକାର ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ହାଇଟେକ୍ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ପ୍ରତ୍ୟେକ ଯାତ୍ରୀବାହୀ ବସ୍ରେ ଜିପିଏସ୍ ସହ ସିସିଟିଭି ଲାଗିବା ନେଇ ନିର୍ଦ୍ଧେଶନାମା ରହିଛି । ଯାହା ଫଳରେ ବସ୍ ଗତିବିଧି ସମ୍ପର୍କରେ ସମସ୍ତ ତଥ୍ୟ ମିଳିପାରିବ ଏବଂ ବସ୍ ଲୁଟ୍ ହେବାରୁ ବର୍ତ୍ତିଯିବ । ଯଦି ଘରୋଇ ବସ୍ ମାଲିକମାନେ ଏହାକୁ ଗ୍ରହଣ ନ କରନ୍ତି, ତେବେ ପରିବହନ ପାଇଁ ରୁଟ ପରମିଟ୍ ମିଳି ପାରିବ ନାହିଁ ବୋଲି ନିର୍ଦ୍ଧେଶ ରହିଛି । ମୋଟର ଭେଇକିଲ୍ ଆଇନର ଏହି ଦୁଇଟି ଉପଧାରା ଯୋଡାଯାଇଛି । ପ୍ରଥମତଃ ଏହାକୁ ସମସ୍ତ ନୂତନ ବସ୍ରେ କାର୍ଯ୍ୟକାରୀ କରବା ଓ ଦ୍ୱିତୀୟରେ ରାଜ୍ୟରେ ଥିବା ସବୁ ଘରୋଇ ବସ୍ରେ ପରବର୍ତ୍ତୀ ସମୟରେ ଲଗାଯିବାର ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି । ରାଜ୍ୟ ସରକାର ୧୯୯୩ ସଂଶୋଧନ ପାଇଁ ଚିଠା ବିଲ୍ ପ୍ରସ୍ତୁତ୍ କରାଯାଇଥିବା ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିବରଣୀ ପ୍ରକାଶ ପାଇଛି । ଦିଲ୍ଲୀରେ ଘଟିଥିବା ନିର୍ଭୟା ଘଟଣା ପରେ ମହିଳାଙ୍କ ସୁରକ୍ଷା ପାଇଁ ସିସିଟିଭି ଫୁଟେଜ୍ ସହ ବସ୍ ଡା୍ରଇଭର ଓ ହେଲପର୍, କଣ୍ଡକ୍ଟରମାନଙ୍କ ସମସ୍ତ ବିବରଣୀ ପୁଲିସ୍କୁ ପ୍ରଦାନ କରାଯିବା ପାଇଁ ନିୟମ ହୋଇଛି । ହେଲେ ନ୍ୟାସ୍ନାଲ୍ ଟ୍ରାନ୍ସପୋର୍ଟ ୱାର୍କର୍ସ ୟୁନିୟନ୍ ଦ୍ୱାରା ପରିଚାଳିତ ପରିବହନ ଶ୍ରମିକ ସଂଘ ଏହାକୁ ବିରୋଧ କରି ଦିନିକିଆ ଧର୍ମଘଟ କରିଥିଲେ । ଫଳରେ ଆଜି ରାଜଧାନୀର ବରମୁଣ୍ଡା ଓ ମାଷ୍ଟରକ୍ୟାଣ୍ଟିନ୍ ବସଷ୍ଟାଣ୍ଡ୍ରେ ବସ୍ ଚଳାଚଳ କରିନଥିଲା ।




Powered by odothemes.com