PMI-MP-BAIJYANTA-PANDA-BANYACHANCHAL-PARIDARSAN

ସାଂସଦଙ୍କ ବନ୍ୟାବିପନ୍ନ ଧୋୟାଞ୍ଚଳ ପରିଦର୍ଶନ

34

ପଟ୍ଟାମୁଣ୍ଡାଇ(ଆପ୍ର): ସଂପ୍ରତି ବ୍ରାହ୍ମଣୀ ଓ କାଣୀ ବନ୍ୟାରେ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ୭ଟି ପଞ୍ଚାୟତ ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ବହୁ ଘରଦ୍ୱାର ଓ ଚାଷଜମିର ପନିପରିବା ଫସଲ ନଷ୍ଟ ହୋଇଥିଲା । କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ରବିବାର ବନ୍ୟାବିପନ୍ନ ଧୋୟାଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ । ପରେ ବନ୍ୟା ପରବର୍ତ୍ତୀ ସମସ୍ୟା ସଂପର୍କରେ ସ୍ଥାନୀୟ ଲୋକମାନଙ୍କ ସହିତ ଆଲୋଚନା କରିଥିଲେ । ସାଂସଦ ଶ୍ରୀ ପଣ୍ଡା ହେଲିକପ୍ଟର ଯୋଗେ ଆସି ନାହିଆଡିଆ ବ୍ରାହ୍ମଣୀ ମହୋତ୍ସବ ପଡିଆରେ ଅବତରଣ କରି ପେଣ୍ଠପାଳ, ସିଂହଗାଁ ସମେତ ଆଖପାଖ ବନ୍ୟାବିପନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ । ସାଂସଦଙ୍କ ସହିତ କେନ୍ଦ୍ରାପଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦୂର୍ଗାଶୀଷ ମହାନ୍ତି, ଜିଲ୍ଲାପରିଷଦ ସଦସ୍ୟ ନାରଦ ବିଶ୍ୱାଳ, ସମାଜସେବୀ ଡା. ଗଦାଧର ମଲ୍ଲିକ, ସିଂହଗାଁ ସରପଞ୍ଚ ଜୟନ୍ତୀ ବେହେରା, ଅଭୟ ସାମଲ, ଗଗନ ମହାଳିକ, ଉମେଶ ମହାନ୍ତି, ସୁଶୀଲ ପରିଡା, ପରେଶ ସାହୁ, ଚନ୍ଦନ ପାତ୍ର, ସୁଶାନ୍ତ ସାହୁ, ଅଶୋକ ମଲ୍ଲିକ, ରାଧାମୋହନ ଦାଶ, ବ୍ରହ୍ମାନନ୍ଦ ମଳିକ ପ୍ରମୁଖ ସ୍ଥାନୀୟ ଲୋକପ୍ରତିନିଧି ଓ ମାନ୍ୟଗଣ୍ୟ ବ୍ୟକ୍ତି ଚଳିତ ବନ୍ୟାରେ ବିଶେଷ ଭାବେ କ୍ଷତିଗ୍ରସ୍ତ ସିଂହଗାଁ ପଞ୍ଚାୟତର ସିଂହଗାଁ, କୃଷ୍ଣଦାସପୁର, ନୂଆପାଟଣା, ରାଉଳିଆଡିଆ. ପାଣିସାଉଁଳିଆ ଆଦି ଗ୍ରାମକୁ ଯାଇ ବନ୍ୟା ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ କରିବା ସହିତ ସ୍ଥାନୀୟ ସମସ୍ୟା ସଂପର୍କରେ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ । ସିଂହଗାଁ ସୁନ୍ଦରୀ ଛକ ନାଳରେ ବାଉଁଶ ପୋଲ ନିର୍ମାଣ ପାଇଁ ୨୫ ହଜାର ଟଙ୍କା ଆର୍ଥôକ ସହାୟତା ଯୋଗାଇ ଦେବାକୁ ସାଂସଦ ପ୍ରତିଶ୍ରୁତି ଦେଇଥିଲେ । ବନ୍ୟାଜଳ ଶିଘ୍ର ନିଷ୍କାସନ ପାଇଁ ରେଙ୍ଗାଳି ଡ୍ୟାମ ତଳମୁଣ୍ଡରେ ୨ୟ ଡ୍ୟାମ ନିର୍ମାଣ ପାଇଁ ସମାଜସେବୀ ଡା. ଗଦାଧର ମଲ୍ଲିକ ସାଂସଦଙ୍କ ଠାରେ ଦାବି କରିଥିଲେ । ବନ୍ୟାରେ କ୍ଷତିଗ୍ରସ୍ତ ସାନରାଉଳିଆ-ବଡରାଉଳିଆ ରାସ୍ତା ମରାମତି, ପାଣିସାଉଁଳିଆ ଠାରେ ପାଣିଟାଙ୍କି ନିର୍ମାଣ, କୃଷ୍ଣଦାସପୁର ଠାରେ ବାତ୍ୟା ଆଶ୍ରୟସ୍ଥଳୀ ଓ ପାଣିଟାଙ୍କି ନିର୍ମାଣ ପାଇଁ ସ୍ଥାନୀୟ ଲୋକମାନେ ସାଂସଦଙ୍କ ନିକଟରେ ଦାବି କରିଥିଲେ । ସାଂସଦ ଶ୍ରୀ ପଣ୍ଡା ସମସ୍ତ ବିଷୟରେ ଅବଗତ ହେବା ପରେ ଏ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ।




Powered by odothemes.com