sadar-thana-duara-giraf-(1)

୭ହାଇୱେ ଲୁଟେରା ଗିରଫ

20

କଟକ(ବୁ୍ୟରୋ): ବ୍ୟାଙ୍କ, ଅର୍ଥ ଲଗାଣକାରୀ ସଂସ୍ଥା ଏବଂ ବ୍ୟବସାୟୀଙ୍କୁ ଟାର୍ଗେଟ୍ କରି ଲୁଟୁଥିବା ଏକ ଗ୍ୟାଙ୍ଗ ଠାବ କରିବା ସହ ୭ ଜଣଙ୍କୁ ଗିରଫ କରିଛି କଟକ କମିଶନରେଟର ବାରଙ୍ଗ ଥାନା ପୁଲିସ । ଗିରଫ ଅଭିଯୁକ୍ତମାନେ ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ଦେବାହାଳିର ମାନସ ପରିଡା ଓରଫ ଲିପୁ(୩୦), ଢେଙ୍କାନାଳ ଜିଲ୍ଲା ପାରବାଟିଆ ଶଙ୍କରପୁରର କୃଷ୍ଣଚନ୍ଦ୍ର ସାହୁ ଓରଫ ଟୁନା, ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପଦମପାଳର ସଂଜୟ ନାଏକ ଓରଫ ପୁନିଆ, କଙ୍କଡାହାଡ ଗୁଣ୍ଡିଚାପଡାର ମୁନା ଦେହୁରୀ(୨୪), ବାରଙ୍ଗ ଥାନା ସାନମୁଣ୍ଡଳିର ଦୁଷ୍ମନ୍ତ ଲେଙ୍କା(୨୨), ଢେଙ୍କାନାଳ ଜିଲ୍ଲା ମୋଟଗାଁ ଥାନା ଧଳପୁରର ସନ୍ତୋଷ ମହାକୁଢ ଓରଫ ସନ୍ତୁ ଏବଂ ଝାଡଖଣ୍ଡ ମହାସୁଲ ଜିଲ୍ଲା ବାଗବେଡାର ସୁଶାନ୍ତ ପରିଡା ଓରଫ ଲୋକେଶ ନାଏକ(୨୪) ବୋଲି ଏସିପି ନିମାଇଁ ସେଠୀଙ୍କ ସୂଚନା ଦେଇଛନ୍ତି । ଗତ ୨୬ ତାରିଖ ସକାଳ ପ୍ରାୟ ସାଢେ ୯ଟା ବେଳେ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ଉଜ୍ଜୀବନ ସ୍ମଲ ଫାଇନାନ୍ସ ବ୍ୟାଙ୍କ ପ୍ରାଇଭେଟ ଲିମିଟେଡର କଷ୍ଟମର ରିଲେସନସିପ୍ ଅଫିସର ତଥା ସୋନପୁର ଜିଲ୍ଲା କୀର୍ତ୍ତିପୁରର କାମପାଳ ବେସେରା ଓ ତାଙ୍କ ସହଯୋଗୀ ରାକେଶ କୁମାର ବିଶ୍ୱାଳ ସାନମୁଣ୍ଡଳି ଓ ଥୋରିଆପାଟଣାରୁ ୧ ଲକ୍ଷ ୧୮ ହଜାର ୬୬୯ ଟଙ୍କା ସଂଗ୍ରହ କରି ଫେରୁୁଥିବା ସମୟରେ ଗୋଡିସାହି ଏବଂ ସାନମୁଣ୍ଡଳି ମଧ୍ୟରେ ଥିବା ପୁରୀ କେନାଲ ରୋଡରେ ୪ ଜଣ ଦୁର୍ବୃତ୍ତ ସେମାନଙ୍କୁ ଆକ୍ରମଣ କରି ଟଙ୍କା ବ୍ୟାଗ୍ ଛଡାଇ ନେଇଥିଲେ । ବ୍ୟାଗରେ ଟଙ୍କା ସହ ବିଭିନ୍ନ ଦରକାରୀ କାଗଜପତ୍ର, କଲେକ୍ସନ ମେସିନ ଓ ଏକ ମୋବାଇଲ ଥିଲା । କାମପାଳଙ୍କ ଅଭିଯୋଗ ଆଧାରରେ ବାରଙ୍ଗ ଥାନା ୧୦୯/୨୬.୭.୧୭ରେ ଆଇପିସି ୩୯୪ ଦଫାରେ ଏକ ମାମଲା ରୁଜୁ ହୋଇଥିଲା । ତଦନ୍ତ ସମୟରେ ମୁଣ୍ଡଳିରେ ମୋଟର ସାଇକେଲ ଗ୍ୟାରେଜ୍ କରିଥିବା ସାନମୁଣ୍ଡଳିର ଦୁଷ୍ମନ୍ତ ଲେଙ୍କା(୨୨) ଏହି ଗ୍ୟାଙ୍ଗର ସୂଚନାଦାତା ବୋଲି ଜଣାପଡିଥିଲା । ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ଗୋଟିଏ ୯ ଏମଏମ ଦେଶୀ ବନ୍ଧୁକ, ୫ ରାଉଣ୍ଡ ଗୁଳି, ୨୬ ହଜାର ୫୦୦ ଟଙ୍କା, ଆକ୍ସିସ ବ୍ୟାଙ୍କର ଏଟିଏମ୍, ୟୁନିୟନ ବ୍ୟାଙ୍କର ଡେବିଟ୍ କାର୍ଡ, କାମପାଳଙ୍କ ପରିଚୟପତ୍ର, ଭୋଟପରିଚୟପତ୍ର, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଟଙ୍କା ବ୍ୟାଗ, ମଟର ସାଇକେଲ (ଓଡି-୩୧-ଏ-୬୧୫୩)ର ଆରସି ବୁକ ଏବଂ ବ୍ୟାଙ୍କ ରସିଦ ବହି, ବଜାଜ ପଲସର ଓ ହୋଣ୍ଡା ସିବିଆର ବାଇକ୍ ଏବଂ ୫ଟି ମୋବାଇଲ ଜବତ କରଯାଇଛି । ତେବେ ଏହି ଗ୍ୟାଙ୍ଗର ଦୁଇ ଜଣ ଫେରାର ରହିଥିବା ଏସିପି ଶ୍ରୀ ସେଠୀ ସୂଚନା ଦେଇଛନ୍ତି । ଲିକୁ ବିରୋଧରେ ଅନୁଗୁଳ ଟାଉନ ଥାନାରେ ୨ଟି, ଖମାର ଥାନାରେ ଗୋଟିଏ, ଟୁନା ବିରୋଧରେ ଢେଙ୍କାନାଳ ସଦର ଥାନାରେ ୨ଟି, ପୁନିଆ ବିରୋଧରେ ଢେଙ୍କାନାଳ ସଦର ଥାନାରେ ୩ଟି, ତିଗିରିଆ ଥାନାରେ ୩ଟି ମାମଲା ରହିଥିବା ବେଳେ ୪ଟି ଜାମିନ ବିହୀନ ଗିରଫ ପରୱାନା ରହିଛି । ସେହିପରି ମୁନା ବିରୋଧରେ ଢେଙ୍କାନାଳ ସଦର ଥାନାରେ ଗୋଟିଏ, ଦୁଷ୍ମନ୍ତ ବିରୋଧରେ ମର୍କତନଗର ଥାନାରେ ଗୋଟିଏ, ସନ୍ତୁ ବିରୋଧରେ ମୋଟଗାଁ ଥାନାରେ ୨ଟି ମାମଲା ରହିଛି । ଗ୍ୟାରେଜ୍ କରିଥିବା ଦୁଷ୍ମନ୍ତ ବିଭିନ୍ନ ବ୍ୟବସାୟୀ ଓ ବ୍ୟାଙ୍କ, କମ୍ପାନୀ କର୍ମଚାରୀଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରି ଦେବା ପରେ ମାଷ୍ଟର ମାଇଣ୍ଡ ଟୁନା ଓ ପୁନିଆ ସେମାନଙ୍କୁ ହାଇୱେର ନିଛାଟିଆ ସ୍ଥାନରେ ଆକ୍ରମଣ କରି ଲୁଟ୍ କରୁଥିଲେ ।




Powered by odothemes.com