ସୋସିଆଲ ମିଡିଆର ଅପବ୍ୟବହାର କରାନଯାଉ

295

ଭୁବନେଶ୍ୱର,୩୦ା୪(ବୁ୍ୟରୋ): ନିକଟରେ ଭୂକମ୍ପ ଏବଂ ପରବର୍ତ୍ତୀ ସମୟରେ ପଶ୍ଚାତ୍କମ୍ପନ ପରେ ଭୁବନେଶ୍ୱରରେ ଫେସବୁକ୍ ସମେତ କେତେକ ହ୍ୱାଟ୍ସ ଆପ୍ ଗ୍ରୁପ୍ରେ ସୋସିଆଲ ମିଡିଆରେ ଏକ କୋଠାର ଚିତ୍ର ଛଡାଯାଇଥିଲା । ସେହି ଚିତ୍ରକୁ କୁହାଯାଇଥିଲା ଏହା ପାହାଳଠାରେ ଥିବା ଉକିଳ ହାଇଟ୍ସ । ପରେ ଯାଞ୍ଚରେ ଜଣାପଡିଲା ଏବା ଉକିଳ ହାଇଟ୍ସର ଚିତ୍ର ନୁହେଁ, ଏହା କାଠମାଣ୍ଡୁରେ ଥିବା ହୋରାଇଜନ ବିଲ୍ଡିଂ କମ୍ପ୍ଳେକ୍ସର ଚିତ୍ର । ଯାହା ଭୂକମ୍ପରେ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ବର୍ତ୍ତମାନ ସୋସିଆଲ ମିଡିଆର ଅପବ୍ୟବହାର କରାଯାଉଛି । ତଥ୍ୟ ଯାଞ୍ଚ କରାନଯାଇ ଉଦ୍ଧେଶ୍ୟ ପ୍ରଣୋଦିତ ସୂଚନା ପ୍ରଦାନ କରାଯାଉଛି । ଯାହା ଫଳରେ ସୂଚନା ପ୍ରସାରିତ ହେବାରେ ଜଣେ ବିଲ୍ଡରଙ୍କ ଅପୂରଣୀୟ କ୍ଷତି ଘଟୁଛି । ଜନସାଧାରଣ ପ୍ରକୃତ ତଥ୍ୟ ସମ୍ପର୍କରେ ଜାଣିବା ଆବଶ୍ୟକ । ଓଡ଼ିଶାର ସବୁଠାରୁ ଉଚ୍ଚ ସୌଧ ଭାବେ ପରିଚିତ ୨୨ମହଲା ବିଶିଷ୍ଟ ଉକିଳ ହାଇଟ୍ସ ସଗର୍ବରେ ମୁଣ୍ଡଟେକି ଛିଡା ହୋଇଛି । ଏହି କୋଠା ମୂଳଦୂଆ ଭୂକମ୍ପନ ନିରୋଧୀ ଏବଂ ଉଚ୍ଚ ପରିମାପର ଭୂକମ୍ପ ସହିବାକୁ ସମର୍ଥ ବୋଲି ଉକିଳ ବିଲ୍ଡରର ଅଧ୍ୟକ୍ଷ ସୁବାଷ ଭୃରା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଏହି କୋଠା ନ୍ୟାସନାଲ ବିଲ୍ଡଂ କୋଡ, ଆଇଏସ ୪୫୬-୨୦୦୦, ଆଇଏସ ୧୩୯୨୦, ଆଇଏସ ୧୮୯୩ ଏବଂ ବିଡିଏ ସର୍ତ୍ତାବଳୀ ଅନୁଯାୟୀ ଏହାର ଡିଜାଇନ ଏବଂ ଷ୍ଟ୍ରକଚର କରାଯାଇଛି । ଯାହା ରେକଟ୍ରର ସ୍କେଲ୍ରେ ୯.୦୦ତ୍ରିବ୍ରତା ଭୂକମ୍ପ ପର୍ଯ୍ୟନ୍ତ ସମ୍ଭାଳି ପାରିବ । ତେଣୁ ଏହାକୁ ନେଇ ସୋସିଆଲ ମିଡିଆରେ ଅପପ୍ରଚାର କରାନଯାଉ ।




Powered by odothemes.com