2017_8image_18_55_191241462arjunmittal-ll

ସଟ୍ଗନ୍ ଚାମ୍ପିଅନସିପ୍, ଅଙ୍କୁରଙ୍କୁ ସ୍ୱର୍ଣ୍ଣ

30

ନୂଆଦିଲ୍ଲୀ, ୫ା୮(ଏଜେନ୍ସି): ଭାରତୀୟ ସୁଟର ଅଙ୍କୁର ମିତ୍ତଲ କାଜାଖସ୍ତାନର ଅସ୍ତାନାରେ ଚାଲିଥିବା ୭ମ ଏସୀୟ ସଟ୍ଗନ୍ ଚାମ୍ପିଅନ୍ସିପ୍ର ପୁରୁଷ ଡବଲ୍ସ ଟ୍ରାପ୍ ବିଭାଗରେ ବ୍ୟକ୍ତିଗତ ଓ ଦଳଗତ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଅଙ୍କୁର ୬ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ୭୧ ସ୍କୋର ହାସଲ କରିଥିଲେ । ସେ ସଂଗ୍ରାମ ଦହିଆ ଓ ମହମ୍ମଦ ଅସାବଙ୍କ ସହିତ ମିଶି ଦଳ ପକ୍ଷରୁ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ବ୍ୟକ୍ତିଗତ ବିଭାଗରେ ଦହିୟା ୪ର୍ଥ ଓ ଅସାବ ୫ମ ସ୍ଥାନର ରହିଛନ୍ତି । ବିଶ୍ୱକପ୍ର ସ୍ୱର୍ଣ୍ଣ ପଦକ ବିଜେତା ଅଙ୍କୁର ଯୋଗ୍ୟତା ପର୍ଯ୍ୟାୟରେ ୧୩୭ ସ୍କୋର କରିଥିଲେ । ସେ ଅଙ୍କୁର ତଥା ଅସାବଙ୍କ ଠାରୁ ପଛରେ ରହିଥିଲେ । ୟୁଏଇର ଖାଲିଦ୍ ଅଲକାବିଙ୍କୁ ରୌପ୍ୟ ଓ ଅଲସମସୀଙ୍କ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି ।

ସେଆର କରନ୍ତୁ:



Powered by odothemes.com