ବରମୁଣ୍ଡା ବସ୍ଷ୍ଟାଣ୍ଡ ଉନ୍ନତିକରଣ ପାଇଁ ୨ କୋଟି | ସର୍ବସାଧାରଣ ଖବରକାଗଜ
BARAMUNDA BUS STAND RE CUTTACK-BHUBANESWAR BUS STRIK JOGU JATRIMANE BUS CHALIBAKU APEKSHYA (1)

ବରମୁଣ୍ଡା ବସ୍ଷ୍ଟାଣ୍ଡ ଉନ୍ନତିକରଣ ପାଇଁ ୨ କୋଟି

212

ଭୁବନେଶ୍ୱର, ୩୦ ।୪ (ବୁ୍ୟରୋ): ଭୁବନେଶ୍ୱର ବରମୁଣ୍ଡା ବସ୍ଷ୍ଟାଣ୍ଡର ଉନ୍ନତିକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପରିବହନ ମନ୍ତ୍ରୀ ରମେଶ ମାଝୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ମାଝୀ ପ୍ରତ୍ୟକ୍ଷ ଭାବରେ ବରମୁଣ୍ଡା ବସ୍ଷ୍ଟାଣ୍ଡର ସ୍ଥିତି ଅନୁଧ୍ୟାନ କଲା ପରେ ବସ୍ଷ୍ଟାଣ୍ଡର କେତେକ ବିକାଶମୂଳକ କାର୍ଯ୍ୟକ୍ରମ କରାଯିବା ପାଇଁ ଆଜି ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଏଥିନିମନ୍ତେ ୨୦୧୫-୧୬ ଆର୍ଥିକ ବର୍ଷରେ ୨ କୋଟି ୩୮ ଲକ୍ଷ ୧୪ ହଜାର ୬୧୩ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ବର୍ତ୍ତମାନ ବସ୍ଷ୍ଟାଣ୍ଡ ରାସ୍ତା ଓ ବସ୍ ରହଣି ସ୍ଥାନର ନିର୍ମାଣ ସକାଶେ ୧ କୋଟି ୮୫ ଲକ୍ଷ ୭୬ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇ ଏହାର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ସେହିପରି ମହିଳା ଓ ପୁରୁଷମାନଙ୍କ ପାଇଁ ପୃଥକ ଶୋ÷ଚାଳୟ ନିର୍ମାଣ ବାବଦକୁ ୨୨ ଲକ୍ଷ ୮୮ ହଜାର ଟଙ୍କାର ବ୍ୟୟବରାଦ କରାଯାଇ ଏହାର ମଧ୍ୟ ଟେଣ୍ଡର ପ୍ରକ୍ରିୟା ଶେଷ କରାଯାଇଛି । ବରମୁଣ୍ଡା ବସ୍ଷ୍ଟାଣ୍ଡ ରାଜ୍ୟର ଏକ ପ୍ରମୁଖ ବସ୍ଷ୍ଟାଣ୍ଡ ହୋଇଥିବାରୁ ଏବଂ ଏଠାରେ ଦୈନିକ ଲକ୍ଷାଧିକ ଯାତ୍ରୀ ଯାତାୟାତ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ଯାତ୍ରୀମାନଙ୍କୁ ପାନୀୟ ଜଳ, ଶୋ÷ଚାଳୟ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଯୋଗାଇଦେବା ଗୁରୁତ୍ୱପୂର୍ଣ୍ଣ ବୋଲି ମନ୍ତ୍ରୀ କହିଛନ୍ତି । ଏହି ବୈଠକରେ ବସ୍ଷ୍ଟାଣ୍ଡର ଉନ୍ନତିକରଣ କରାଯାଇ ଏହାକୁ ସଂଯୋଗ କରୁଥିବା ରାସ୍ତା, ବସ୍ରହଣି ସ୍ଥାନ, ଅତ୍ୟାଧୁନିକ ଶୋ÷ଚାଳୟ ନିର୍ମାଣ, ପୁରୁଣା କାର୍ଯ୍ୟାଳୟ କୋଠାର ମରାମତି ଏବଂ ପ୍ରବେଶ ପଥରେ ତ୍ୱରଣ ନିର୍ମାଣ ଆଦି କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ବସ୍ଷ୍ଟାଣ୍ଡରେ ଅତ୍ୟାଧୁନିକ ଶୋ÷ଚାଳୟ ନିର୍ମାଣ କରାଯାଇ ଏହାର ସୁପରିଚାଳନା ପାଇଁ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯିବ । ଏଥିରେ ୨୪ ଘଣ୍ଟିଆ ଜଳଯୋଗାଣର ବ୍ୟବସ୍ଥା ରହିବ । ବସ୍ଷ୍ଟାଣ୍ଡର ଉଭୟ ପାଶ୍ୱର୍ରେ ଅଚଳହୋଇ ପଡ଼ି ରହିଥିବା ନର୍ଦ୍ଧମାର ତୁରନ୍ତ ସଫେଇ, ପୁନରୁଦ୍ଧାର ଏବଂ ଅଳିଆଆବର୍ଜନା ସଫେଇ ପାଇଁ ସ୍ୱତନ୍ତ୍ର ବଜେଟ୍ ବ୍ୟବସ୍ଥା କରାଯାଇଛି । ଡ୍ରେନ୍ଗୁଡ଼ିକରେ ଘୋଡ଼ଣୀ ଥିବା କଂକ୍ରିଟ୍ ଡ୍ରେନେଜ୍ର ବ୍ୟବସ୍ଥା କରାଯିବ । ବସ୍ଷ୍ଟାଣ୍ଡ ମଧ୍ୟରେ ରହିଥିବା ଅନଧିକୃତ ଦୋକାନ ଗୃହ ଓ ଜବରଦଖଲକୁ ହଟାଯାଇ ବସ୍ଷ୍ଟାଣ୍ଡର ସୋ÷ନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ ନିଆଯିବ । ସେହିପରି ବର୍ତ୍ତମାନ ରହିଥିବା ଶୋ÷ଚାଳୟର ପୁନରୁଦ୍ଧାର କରାଯିବା ସେଙ୍ଗ ସେଙ୍ଗ କର୍ମଚାରୀମାନଙ୍କ ପାଇଁ କାର୍ଯ୍ୟାଳୟ ମଧ୍ୟରେ ସ୍ୱତନ୍ତ୍ର ଶୋ÷ଚାଳୟ ନିର୍ମାଣ କରାଯିବ ବୋଲି କହିବା ସହ ମନ୍ତ୍ରୀ ଶ୍ରୀ ମାଝୀ ବରମୁଣ୍ଡା ବସ୍ଷ୍ଟାଣ୍ଡକୁ ଏକ ଆଦର୍ଶ ବସ୍ଷ୍ଟାଣ୍ଡ ରୂପେ ଗଢ଼ିତୋଳିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ପ୍ରକାଶ କରିଛନ୍ତି ।
ଏହି ବୈଠକରେ ବିଭାଗୀୟ ଶାସନ ସଚିବ ତଥାଓଏସ୍ଆର୍ଟିସିର ସିଏମ୍ଡି ସଞ୍ଜୟ ରସ୍ତୋଗୀ, ଓଏସ୍ଆର୍ଟିସିର ଜିଏମ୍ ସରୋଜ ପଟେଲ୍ ଏବଂ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ ।




Powered by odothemes.com