ପାଣି ଛାଡିବା ଦାବିରେ କଟକ-ପାରାଦୀପ ରାସ୍ତାରୋକ

IMG_20170803_094517

ପୁଣି ତାତିଲେ ଚାଷୀ
ରଘୁନାଥପୁର(ଆପ୍ର): ଜତସିଂହପୁର ଜିଲ୍ଲା ଅଧିନସ୍ଥ ରଘୁନାଥପୁର ବ୍ଲକ୍‌ର ବିଜୁ ପଟ୍ଟନାୟକ ପ୍ରତିମୂର୍ତି ପ୍ରାୟ ଦୁଇଦିନ ପୂର୍ବେ ଜିଲ୍ଲା କୃଷକ ସଂଗଠନ ପକ୍ଷରୁ କେନାଲରେ ପାଣି ନଆସିବା ଦାବିରେ ଚାଷୀ ରାସ୍ତାକୁ ଓହ୍ଲାଇ ଥିଲେ । ସେହିପରି ଆଜି ରଘୁନାଥପୁର ବ୍ଲକର ୪ ପଞ୍ଚାୟତର ଚାଷୀମାନେ ଜଇପୁର ଛକରେ ଆନେ୍ଦାଳନାତ୍ମକ ପନ୍ଥା ଅବଲମ୍ବନ କରି ରାଜରାସ୍ତକୁ ଓହ୍ଲାଇଥିଲେ । ଜୁଲାଇ ମାସ ଶେଷ ହୋଇଥିଲେ ମଧ୍ୟ ଜଗତ୍ସିଂହପୁର ଜିଲ୍ଲାର କୌଣସି ଶାଖା କେନାଲର ସଫେଇ କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଜଗତ୍ସିଂହପୁର ଜିଲ୍ଲାର ସମସ୍ତ ଚାଷ ଜମିକୁ ଜଳସେଚନ ନିମନ୍ତେ ଦୁଇଟି ମୁଖ୍ୟ କେନାଲରେ ପାଣି ଆସିଥାଏ । ଏହି ଦୁଇଟି କେନାଲ ହେଲା ତାଳ ଦଣ୍ଡା ମୁଖ୍ୟ କେନାଲ ଏବଂ ମାଛ ଗାଁ ମୁଖ୍ୟ କେନାଲ । ଏହି ଦୁଇଟି କେନାଲରେ ଏପର୍ଯ୍ୟନ୍ତ ପାଣି ଛଡାଯାଇନାହିଁ । ଶାଖା କେନାଲ ଗୁଡିକ ସଫେଇ କରାଯାଇନାହିଁ । ଯେଉଁ ଶାଖା କେନାଲରେ ସଫେଇ କରାଯାଇଛି ତାହା ଧର୍ମକୁ ଆଖିଠାର ସଦୃଶ । ତାଳଦଣ୍ଡା ମୁଖ୍ୟ କେନାଲ ଓ ମାଛ କେନାଲରୁ ବାହାରିଥିବା କୌଣସି ଶାଖା କେନାଲର ଶେଷ ମୁଣ୍ଡକୁ ପାଣି ଆଦୌ÷ ଯାଉନାହିଁ । ଫଳରେ ଆଜକୁ ୩୦ ବର୍ଷ ହେଲା ଶାଖା କେନାଲ ଗୁଡିକର ଶେଷ ମୁଣ୍ଡ ଅଞ୍ଚଳରେ ଥିବା ହଜାର ହଜାର ଏକର ଚାଷ ଜମି ଜଳ ସେଚିତ ନହୋଇ ପାରି ପଡିଆ ହୋଇ ପଡିରହିଛି । ତାଳଦଣ୍ଡା କେନାଲର କଟକ ରାଣିହାଟ ନିକଟରେ ଏକ ନିର୍ମାଣ କାର୍ଯ୍ୟ କରାଯାଉଥିବାରୁ ପାଣି ମୁଖ୍ୟ କେନାଲରେ ଛଡାଯାଉନାହିଁ । ଏହାର ପ୍ରତିବାଦରେ ଗୁରୁବାର ଜଗତ୍ସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଅନ୍ତର୍ଗତ ଛପଡା ପଞ୍ଚାୟତ ନିକଟସ୍ଥ କଟକ ପାରାଦୀପ ରାସ୍ତାର ଜଇପୁର ଛକରେ ଚାଷୀମାନେ ଦ୍ୱାରା ରାସ୍ତାରୋକ କରିଥିଲେ । ଖବର ପାଇ ତିର୍ତୋଲ ଥାନା ଆଇଆଇସି ବଳରାମ ନାୟକ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରି ଆସନ୍ତା ଦୁଇ ଦିନ ମଧ୍ୟରେ ତାଳଦଣ୍ଡା କେନାଲର ଶାଖା କେନାଲରେ ପାଣି ଛଡାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ରାସ୍ତାରୋକ ଆନେ୍ଦାଳନ ପ୍ରତ୍ୟାହାର କରି ନେଇଥିଲେ । ଆନେ୍ଦାଳନରେ ଛପଡା ପଞ୍ଚାୟତର ସମିତି ସଭ୍ୟା କାଦମ୍ବିନି ସ୍ୱାଇଁ ଓ ଏରଡଙ୍ଗା ସରପଞ୍ଚ ଛବିଲତା ମହାନ୍ତିଙ୍କ ନେତୃତ୍ୱରେ ୪ ଗୋଟି ପଞ୍ଚାୟତର ଶତାଧିକ ଚାଷୀ ଏହି ଆନେ୍ଦାଳନରେ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରେ ଯୁବ ନେତା ଦିଲ୍ଲିପ କୁମାର ସ୍ୱାଇଁ, ପୂର୍ବତନ ସମିତି ସଭ୍ୟ ଖୋକନ ରାୟ, ଦେବବ୍ରତ ତ୍ରିପାଠୀ, ଭାବଗ୍ରାହୀ ଖୁଣ୍ଟିଆ, ମଣ୍ଟୁ ଦାସ, ଦେବେନ୍ଦ୍ର ସ୍ୱାଇଁ, ଅଲେଖ ନାୟକ, ଗନିଆ ଦାସ, ରମେଶ ଚନ୍ଦ୍ର ଜେନା, ବିଭୁଦତ୍ତ ବିଶ୍ୱାଳ, ନାରୀନେତ୍ରୀ ମିଠି ସାହୁ, ବାଦଲ ଯୋଗାଣିଆ, ଗୁଣନିଧି ଖୁଣ୍ଟିଆ, ହେମନ୍ତ ଜେନା, ଦେବନ୍ଦ୍ର ସ୍ୱାଇଁ, ସୁର ସ୍ୱାଇଁ, ନିମାଇଁ ସ୍ୱାଇଁ, ଚଗଲା ଜେନା, ରାଜୁ ଜେନା ପ୍ରମୁଖ ଶତାଧିକ ଚାଷୀ ଆନେ୍ଦାଳନରେ ସାମିଲ ହୋଇଥିଲେ । ଏଠାରେ ପ୍ରଶ୍ନ ଉଠେ ବର୍ଷା ଦିନେ ଚାଷୀମାନଙ୍କର ଚାଷ କାର୍ଯ୍ୟ ଆରମ୍ଭ ସମୟରେ କାହା ନିଦେ୍ର୍ଦଶରେ ତାଳଦଣ୍ଡା କେନାଲର ରାଣି ହାଟ ନିକଟରେ ପାଣି ବନ୍ଦ କରି ନିର୍ମାଣ କାର୍ଯ୍ୟ କରାଯାଉଛି । ମୁଖ୍ୟମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଷୀମାନେ ଦାବି କରିଛନ୍ତି ।