swine-flu_350_022015114957

୩ ଦିନରେ ୧୩ ରୋଗୀ ଚିହ୍ନଟ

21

ବ୍ୟାପୁଛି ସ୍ୱାଇନ୍ ଫ୍ଲୁ
ଭୁବନେଶ୍ୱର, (ବୁ୍ୟରୋ): ବ୍ୟାପୁଛି ସ୍ୱାଇନ୍ ଫ୍ଲୁ । ରାଜ୍ୟରେ ଏବେ ଆତଙ୍କ ଖେଲାଇଛି ଏହି ରୋଗ । ଗତ ଦୁଇଦିନ ଭିତରେ ୫ ଜଣଙ୍କଠାରେ ସ୍ୱାଇନ୍ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ବୁଧବାର ଆସିଥିବା ୪ଟି ରକ୍ତ ନମୁନା ମଧ୍ୟରୁ ଗୋଟିଏରେ ଏହି ଭୂତାଣୁ ରହିଥିବା ସ୍ପଷ୍ଟ ହୋଇଛି । ଚଳିତ ବର୍ଷ ଏପର୍ଯ୍ୟନ୍ତ ପରୀକ୍ଷା ପାଇଁ ଆସିଥିବା ୧୨୮ଟି ନମୁନା ମଧ୍ୟରୁ ୧୩ଟିରେ ଏଚ୍୧ଏନ୍୧ ଭୂତାଣୁ ଥିବା ଜଣାପଡ଼ିଛି । ରୋଗ ଯେପରି ଅଧିକ ନ ବ୍ୟାପେ ସେଥିପାଇଁ ସରକାର ତତ୍ପର ହୋଇଉଠିଛନ୍ତି । ଗତ ଦୁଇଦିନ ମଧ୍ୟରେ କେବଳ ରାଜଧାନୀରେ ୫ ଜଣଙ୍କଠାରେ ଏଚ୍୧ଏନ୍୧ ଭୂତାଣୁ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣ ମହିଳା ଓ ଜଣେ ପୁରୁଷ ଥିଲେ । ୨୦୧୭ ଆରମ୍ଭରୁ ଆଜିପର୍ଯ୍ୟନ୍ତ ଭୁବନେଶ୍ୱରର ଆର୍ଏମ୍ଆର୍ସି କୁ ପରୀକ୍ଷା ପାଇଁ ଆସିଥିବା ୧୨୮ ନମୁନା ମଧ୍ୟରୁ ୧୩ ଜଣଙ୍କଠାରେ ଏଚ୍୧ଏନ୍୧ ଭୂତାଣୁ ଥିବା ଜଣାପଡ଼ିଛି । ରାଜ୍ୟରେ ଧିରେ ଧିରେ ସ୍ୱାଇନ୍ ଫ୍ଲୁ ଭୂତାଣୁ ଚିହ୍ନଟ ହେବା ପରେ ଏବେ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ରୋଗକୁ ନିୟନ୍ତ୍ରଣରେ ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରୟାସ ଆରମ୍ଭ କରାଯାଇଛି । ଏଥିସହ ମେଡିକାଲଗୁଡ଼ିକରେ ମଧ୍ୟ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ସବୁ ସରକାରୀ ମେଡିକାଲରେ ସ୍ୱତନ୍ତ୍ର ବେଡ୍ ସହ ଭେଣ୍ଟିଲେଟର ଓ ମେଡିସିନ୍ ବ୍ୟବସ୍ଥା କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ନିଦେ୍ର୍ଦଶକ ସୂଚନା ଦେଇଛନ୍ତି । ଘରୋଇ ମେଡିକାଲ ଓ ଘରୋଇ ମେଡିକାଲ କଲେଜରେ ମଧ୍ୟ ସ୍ୱତନ୍ତ୍ର ବିଭାଗ କରିବା ସହ ଭେଣ୍ଟିଲେଟର ବ୍ୟବସ୍ଥା କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ତା’ସହ ଯେଉଁମାନେ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ସେଠାକୁ ମଧ୍ୟ ମେଡିସିନ୍ ଦିଆଯାଉଛି ବୋଲି କୁହାଯାଇଛି । ରୋଗୀଙ୍କର ମାଗଣାରେ ଏଚ୍୧ଏନ୍୧ ଭୂତାଣୁ ପରୀକ୍ଷା ପାଇଁ ମଧ୍ୟ ଆର୍ଏମ୍ଆର୍ସି କୁ ନିଦେ୍ର୍ଦଶ ଦିଆଯାଇଛି ।




Powered by odothemes.com