କମୁଛି ବ୍ରାହ୍ମଣୀ , ବଢୁଛି ବନ୍ୟା ଦୁର୍ଗତଙ୍କ ଦୂର୍ଦ୍ଦଶା

PMI-MANTRI-PRAFULA-SAML-BANYACHANCHAL-PARIDARSAN

ପଟ୍ଟାମୁଣ୍ଡାଇ(ଆପ୍ର): ବ୍ରାହ୍ମଣୀ, ଖରସ୍ରୋତା ଓ କାଣୀନଦୀରେ ଦେଖାଦେଇଥିବା ବନ୍ୟା ପରିସ୍ଥିତିରେ ଏବେ ସୁଧାର ଆସିଛି । ବ୍ରାହ୍ମଣୀ ବନ୍ୟା ଦ୍ରୁତ ହ୍ରାସ ପାଉଥିବାବେଳେ କାଣୀ ଓ ଖରସ୍ରୋତା ବନ୍ୟାଜଳ ଏବେ ମଧ୍ୟ ପଟ୍ଟାମୁଣ୍ଡାଇ ଧୋୟାର ଖାଲୁଆ ଅଞ୍ଚଳରେ ମାଡି ରହିଛି । ଫଳରେ ସିଂହଗାଁ ପଞ୍ଚାୟତ ସମେତ ଅନ୍ୟ କେତେକ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ଆଜି ସନ୍ଧ୍ୟା ସୁଦ୍ଧା ବ୍ରାହ୍ମଣୀର ଜଳପତ୍ତନ ହ୍ରାସ ପାଇ ୧୫.୪୫ରେ ରହିଛି । ଅଳଭା ଠାରେ ବିପଦ ସଂକେତ ୧୬ଫୁଟ୍‌ ଥିବାବେଳେ ଏହାର ନିମ୍ନରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ବନ୍ୟାଞ୍ଚଳ ଲୋକମାନେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି । କିନ୍ତୁ ଗ୍ରାମାଞ୍ଚଳର ରାସ୍ତାଘାଟରେ ଘାଇ, ଚାଷଜମିରେ ବନ୍ୟାଜଳ ମାଡି ରହିବା ସାଙ୍ଗକୁ ବିଭିନ୍ନ ଖାଲୁଆ ଅଞ୍ଚଳରେ ବନ୍ୟାଜଳ ବୁଡି ରହିଥିବାରୁ ବନ୍ୟା ଦୁର୍ଗତଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି । ଦୀର୍ଘ ୫ ଦିନ ଧରି ବନ୍ୟାଜଳ ବିଭିନ୍ନ ଖାଲୁଆ ଅଞ୍ଚଳର ଆବଦ୍ଧ ସ୍ଥାନମାନଙ୍କରେ ବୁଡି ରହିଥିବାରୁ ପୁତି ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ରାଜ୍ୟ ମହିଳା ବିକାଶ ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପଟ୍ଟାମୁଣ୍ଡାଇ ବନ୍ୟାଞ୍ଚଳ ଗସ୍ତ କରି କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି । ମନ୍ତ୍ରୀ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ବାହ୍ୟଜଗତରୁ ବିଚ୍ଛିନ୍ନ ଥିବା ସିଂହଗାଁ ପଞ୍ଚାୟତର ରାଉଳିଆ, କୃଷ୍ଣଦାସପୁର, ସାନ ରାଉଳିଆ, ବଡ ରାଉଳିଆ, ସିଂହଗାଁ ଆଦି ଗ୍ରାମ ବୁଲି ଥିଲେ । ଏହାଛଡା ବନ୍ୟା ପ୍ରପିଡୀତ ଦାଣ୍ଡିସାହି ଗ୍ରାମ ବୁଲିବା ସହିତ ପେଣ୍ଠପାଳ, ତରଡିପାଳ ଓ ଅଳପୁଆ ଆଦି ପଞ୍ଚାୟତ ଗସ୍ତ କରି କ୍ଷୟକ୍ଷତି ସଂପର୍କରେ ପ୍ରଶାସନିକ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ମନ୍ତ୍ରୀ ଶ୍ରୀସାମଲଙ୍କ ସହିତ କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ, ଜିଲ୍ଲା ବିଜେଡି ସଭାପତି ଧୃବ ସାହୁ, କେନ୍ଦ୍ରାପଡା ଜିଲ୍ଲାପରିଷଦ ଅଧ୍ୟକ୍ଷ ମାନସ ପରିଡା, ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ସିଂହଗାଁ ସରପଞ୍ଚ ଜୟନ୍ତୀ ଦାସ, ସମିତିସଭ୍ୟ ସୀମାରାଣୀ ସାମଲ, ବଲୁରିଆ ସରପଞ୍ଚ ରତିକାନ୍ତ ସାହାଣୀଙ୍କ ସମେତ ବିଜେଡି ନେତା ଓ କର୍ମୀମାନେ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ । ଦାଣ୍ଡିସାହି ଠାରୁ ସିଂହଗାଁକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାର ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ସ୍ଥାନୀୟବାସୀ ମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ । ବୁଧବାର ମନ୍ତ୍ରୀ ଶ୍ରୀ ସାମଲ ବନ୍ୟା ପ୍ରପିଡୀତ ନୀଳକଣ୍ଠପୁର, ବାଲିପାଟଣା, ବାଛରା, ଶ୍ରୀରାମପୁର, ବଳଭଦ୍ରପୁର, ଡାମରପୁର, ଶାସନ ଆଦି ପଞ୍ଚାୟତ ଅଞ୍ଚଳ ସମେତ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବନ୍ୟା ପ୍ରପିଡୀତ ୧ନଂ. ୨ନଂ, ୩ନଂ, ୪ନଂ, ୫ ନଂ, ୬ନଂ, ୭ନଂ, ୮ନଂ, ୯ ନଂ, ୧୦ନଂ, ଓ ଅଳଭା ୧୫ ନଂ, ୱାର୍ଡ ଅଞ୍ଚଳ ଗସ୍ତ କରିବେ । ଆଜି ରାଜନଗର ବିଧାୟକ ଅଂଶୁମାନ ମହାନ୍ତି ବନ୍ୟା ପ୍ରପିଡୀତ ଶ୍ରୀରାମପୁର, ଶାସନ, ଡାମରପୁର ଆଦି ପଞ୍ଚାୟତ ଗସ୍ତ କରି ଲୋକଙ୍କ ଦୂର୍ଦ୍ଦଶା ସଂପର୍କରେ ପଚାରି ବୁଝିଥିଲେ । ବିଧାୟକଙ୍କ ସହିତ ବ୍ଲକ ସଭାପତି ଯଦୁମଣି ଦାସ, କଂଗ୍ରେସନେତା ପ୍ରଦୀପ ପ୍ରଧାନ ପ୍ରମୁଖ ବନ୍ୟାଞ୍ଚଳ ଗସ୍ତ କରିଥିଲେ । ପୌରାଞ୍ଚଳର ୯ନଂ. ୱାର୍ଡରେ କେତେକ ବ୍ୟକ୍ତିଙ୍କ ଘର ଭିତରେ ପାଣି ପଶି ଘର ଭାଙ୍ଗି ଯାଇଥିଭାରୁ ସରକାରୀ ସହାୟତା ଯୋଗାଇ ଦେବା, ବନ୍ୟାଞ୍ଚଳରେ ରିଲିଫ, ଗୋଖାଦ୍ୟ ଓ ପଲିଥିନ ଯୋଗାଇ ଦେବାକୁ ବିଧାୟକ ଶ୍ରୀମହାନ୍ତି ପ୍ରଶାସନ ନିକଟରେ ଦାବି କରିଛନ୍ତି । ଆଜି ବନ୍ୟାଜଳ ହ୍ରାସ ପାଇବା ଫଳରେ କଟକ-ଚାନ୍ଦବାଲି ରାସ୍ତାର ପତ୍ରପୁର ଘୋଷରା ନିକଟରେ ରାସ୍ତା ଉପରେ ପ୍ରବାହିତ ହେଉଥିବା ବନ୍ୟାଜଳ ହଟିଯିବାରୁ ପଟ୍ଟାମୁଣ୍ଡାଇରୁ ଆଳି-ରାଜକନିକାକୁ ସଡକ ପଥରେ ଯୋଗାଯୋଗ ସମ୍ଭବ ହୋଇପାରିଛି । ପଟ୍ଟାମୁଣ୍ଡାଇ ବନ୍ୟା ପ୍ରପୀଡିତଙ୍କୁ ୫ଦିନର ରିଲିଫ ତୁରନ୍ତ ରାଜ୍ୟ ସରକାର ଯୋଗାଇ ଦେବାକୁ ବିଜେଡି ସମେତ ବିଭିନ୍ନ ରାଜନୈତିକ ସଂଗଠନ ପକ୍ଷରୁ ଦାବି ହୋଇଛି । ଅନ୍ୟପକ୍ଷରେ ବନ୍ୟା ଦୁର୍ଗତ ଅଞ୍ଚଳରେ ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ପାଇଁ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥିବାବେଳେ କେନ୍ଦ୍ରାପଡା ଜିଲ୍ଲା ଚିକିସôା ଅଧିକାରୀ ନିଦେ୍ର୍ଦଶରେ ପଟ୍ଟାମୁଣ୍ଡାଇ ଚିକିସôା ଅଧିକାରୀ ଡା. ନିରାକାର ପରିଡା ବନ୍ୟାଞ୍ଚଳ ଗସ୍ତ କରିବା ସହିତ ସ୍ୱାସ୍ଥ୍ୟ ପରିଦର୍ଶକ ମହମଦ ମୁସୁରୀ ଅହମଦ ଗ୍ରାମାଞ୍ଚଳର ଥିବା ତୁଳସୀଡିଆ,ଅଳପୁଆ, ଅଣ୍ଢରା ଓ ଅଢାଯୋଡି ପିଏଚସି (ନିୟୁ) ଗୁଡିକୁ ଗସ୍ତ କରି ରୋଗୀ ଚିକିତ୍ସା ସଂପର୍କରେ ଅନୁଧ୍ୟାନ କରୁଛନ୍ତି । ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ସମସ୍ତ ଗ୍ରାମାଞ୍ଚଳ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ପ୍ରକାର ଔଷଧ, ସାଲାଇନ, ବ୍ଲିଚିଂ, ସାପ କାମୁଡା ଇଂଜେକସନ ବ୍ୟାପକ ଭାବେ ମହଜୁଦ ରଖାଯାଇଛି । ଆଜି ବିଜେପି ଜିଲ୍ଲା ସଭାପତି ଦୁର୍ଯେ୍ୟାଧନ ସାହୁ, ପଟ୍ଟାମୁଣ୍ଡାଇ ବିଜେପି ନଗର ସଭାପତି ପଦ୍ମନାଭ ପଣ୍ଡା, ବିଦ୍ୟାଧର ସେଠୀ ପ୍ରମୁଖ ବନ୍ୟାଞ୍ଚଳ ଗସ୍ତ କରି ଦୁର୍ଗତମାନଙ୍କୁ ସହାୟତା ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରାଯାଇଛି । ବନ୍ୟାର ୫ଦିନ ପରେ ସରକାରୀ ଭାବେ ରିଲିଫ ପ୍ରଦାନ କରାଯାଇ ନଥିବାରୁ ବିଭିନ୍ନ ରାଜନୈତିକ ସଂଗଠନ ଓ ଜନ ସଂଗଠନ ଗୁଡିୁକ ପକ୍ଷରୁ ବନ୍ୟା ଦୂର୍ଗତମାନଙ୍କୁ ସହାୟତା ପାଇଁ ତତ୍ପରତା ପ୍ରକାଶ ପାଇଛି । ଆଜି କେନ୍ଦ୍ରାପଡା ନିର୍ବାଚନମଣ୍ଡଳୀ ବିଜେପିନେତା ସୁନାକର ବେହେରା, ଜିଲ୍ଲା ପରିଷଦ ସଭ୍ୟ ନାରଦ ବିଶ୍ୱାଳ, ଯୁବନେତା ଶାରଦା ପ୍ରସନ୍ନ ମଲିକ, ଦିଲ୍ଲୀପ ବିଶ୍ୱାଳ ପ୍ରମୁଖ କୋଳଥିଆ, ତରଡିପାଳ, କୂଳସାହି, ଘାଗରାଡିଆ, ସିଂହଗାଁ, ସାନରାଉଳିଆ, ବଡରାଉଳିଆ, ନୂଆପାଟଣା, ବାବାଜିସାହି ଆଦି ବନ୍ୟାଞ୍ଚଳରେ ପ୍ରପିଡିତାମାନଙ୍କୁ ଶୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରିଥିଲେ । ପ୍ରଶାସନ ପକ୍ଷରୁ ବନ୍ୟାଞ୍ଚଳର କ୍ଷୟକ୍ଷତି ସଂପର୍କରେ ରିପୋର୍ଟ ପ୍ରସ୍ତୁତ ଚାଲିଥିବାବେଳେ ଏହି ରିପୋର୍ଟ ପାଇବା ପରେ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ବନ୍ୟାଞ୍ଚଳ ଗସ୍ତରେ ଥିବା ମନ୍ତ୍ରୀ ଶ୍ରୀ ସାମଲ ଗଣାମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି ।