commuters-entering-in-flood-water-at-singhagaon

ଏବେ ବି ଅପହଞ୍ଚ ରିଲିଫ୍‌

26

କେନ୍ଦ୍ରାପଡ଼ା(ଆପ୍ର): କେନ୍ଦ୍ରାପଡାର ବନ୍ୟାଞ୍ଚଲରେ ପାଣି ହ୍ରାସ ପାଉଥିଲେ ମଧ୍ୟ ଲୋକମାନଙ୍କ ଦୁର୍ଦ୍ଦଶା ବଢୁଥିବା ଜଣାପଡିଛିି । ପାଣି ଘେରରେ ୫ଦିନ ଥାଇ ମଧ୍ୟ ଲୋକମାନେ ରିଲିଫ ପାଇନଥିବା ଅଭିଯୋଗ ହେଉଛି । ଏପର୍ଯ୍ୟନ୍ତ ଗୃହପାଳିତ ପଶୁମାନଙ୍କୁ ଦାନା ଯୋଗାଇ ଦିଆଯାଇନଥିବା ଜଣାପଡିଛିି । ବିଭିନ୍ନ ସ୍କୁଲରେ ପାଣି ପଶିଥିବାରୁ ସ୍କୁଲରେ ପାଠପଢା ବନ୍ଦ ରହିଛି । ଖବରରୁ ପ୍ରକାଶ, ଜିଲ୍ଲାର ଆଳି ବ୍ଲକର ୧୧ଟି ପଞ୍ଚାୟତର ବିଭିନ୍ନ ଗ୍ରାମ ବନ୍ୟାଜଳ ଘେରରେ ରହିଛି । ଧୋୟା ଅଞ୍ଚଳର ଦୁଆଣିଆ, ଗୋବିନ୍ଦପୁର , କେତୁଆପାଳ, ପଦନୀପାଳ, ଏରଡଙ୍ଗ, ଅର୍ଗଳ, ସଂସିଧା, ପେତପଡା, ଦେସାହୀ, ଡିମିରିପାଳ ପ୍ରଭୁତି ୧୧ ପଞ୍ଚାୟତର ହଜରା ହଜାର ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି । ଚାଷଜମି ଓ ଚାରଣ ଜମି ବୁଡି ରହିଛି । ଗୋ-ଖାଦ୍ୟ ଓ ପାନୀୟଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଥିବା ଜଣାପଡିଛି । ସେହିପରି ପଟ୍ଟାମୁଣ୍ଡାଇ ବ୍ଲକ୍‌ର ପ୍ରାୟ ୧ଲକ୍ଷ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି । ନିଳକଣ୍ଠପୁର, ବାଲିପାଟଣା , ଶ୍ରୀରାମପୁର, ଡାମରପୁର ଓ ବଳଭଦ୍ରପୁର, ତନୁପୁର, ବାଲିଗଡା, କଷଣ ଅଣ୍ଟା, ଅଳପୁଆ, ଅଣ୍ଡରା, ଅମୃତମଣୋହୀ, ତରଡିପାଳ, ବଲୁରିଆ ପ୍ରଭୁତି ପଞ୍ଚାୟତର ବିଭିନ୍ନ ଗ୍ରାମ ଗୁଡିକରେ ବନ୍ୟା ଦ୍ୱାରା ବ୍ୟାପକ କ୍ଷୟକ୍ଷତି ଘଟିଛି । ଅଧିକାଂଶ ନଳକୂପ ପାଣିରେ ବୁଡିରହିଥିବାରୁ ପିଇବା ପାଣି ସମସ୍ୟା ଉତ୍କଟ ହୋଇଛି । ପଟ୍ଟାମୁଣ୍ଡାଇର ଦାଣ୍ଡିସାହୀ ସ୍କୁଲରେପାଣି ପଶିିବା ଯୋଗୁ ସ୍କୁଲରେ ପଠପଢା ବନ୍ଦରହିଛିି । ଅନୁରୁପ ଭାବେ ଦୁଇଦିନ ହେବ ରାଜକନିକାରେ ଖରସ୍ରୋତା ନଦୀରୁ ବନ୍ୟାଜଳ ପ୍ରବେଶ କରିବାରୁ ବ୍ଲକ୍‌ର ଦୁଇ ପଞ୍ଚାୟତ ଭାରିଗଦା ଓ ବରୁଣାଡିହାର ଅଧିବାସୀ ଏପର୍ଯ୍ୟନ୍ତ ଜଳ ଘେରରେ ରହିଛନ୍ତି । ଲୋକମାନେ ଆବଶ୍ୟକ ନିତ୍ୟ ବ୍ୟବହାର ସାମଗ୍ରୀ ଆଣିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ସେହିପରି ରାଜନଗରରେ ବ୍ରାହ୍ମଣୀ ନଦୀର ବନ୍ୟାପାଣି ଯୋଗୁ ୨୦ ହଜାର ଲୋକ ବିଶେଷ ପଭାବିତ ହୋଇଥିିବା ଜଣାପଡିଛି । ବନ୍ଧପଡା, ବେଲପାଳ, ଓ ରାଜପୁର ପଞ୍ଚାୟତର ୧୪ ଗ୍ରାମ ବନ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି ।

ସେଆର କରନ୍ତୁ:



Powered by odothemes.com