ମିତାଲୀଙ୍କୁ ମିଳିଲା ବିଏମ୍ଡବ୍ଲୁ୍ୟ

BMW

ନୂଆଦିଲ୍ଲୀ (ଏଜେନ୍ସି): ଆଇସିସି ମହିଳା ବିଶ୍ୱକପ୍ର ଫାଇନାଲ୍ରେ ଭାରତୀୟ ମହିଳା ଟିମ୍ ହାରିଯାଇଥିଲେ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ଖେଳାଳିଙ୍କ ପ୍ରଦର୍ଶନକୁ ପ୍ରଶଂସା କରାଯାଇଛି । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ମଧ୍ୟ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୫୦ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଦେଇଥିଲେ । କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟରେ ଟିମ୍ର ଅଧିନାୟିକା ମିତାଲୀ ରାଜ୍ଙ୍କୁ ଉଲ୍ଲେଖନୀୟ ପ୍ରଦର୍ଶନ କରିବା ନେଇ ସ୍ୱତନ୍ତ୍ର ଉପହାର ମିଳିଛି । ହାଇଦ୍ରାବାଦର ବ୍ୟବସାୟୀ ଚାମୁଣ୍ଡେଶ୍ୱର ନାଥ ମଙ୍ଗଳବାର ମିତାଲୀଙ୍କୁ ଏକ ବିଏମ୍ଡବ୍ଲୁ୍ୟ କାର ପୁରସ୍କାର ସ୍ୱରୂପ ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ଚାମୁଣ୍ଡେଶ୍ୱର ମିତାଲୀଙ୍କୁ ଅନ୍ୟ ଏକ କାର ପ୍ରଦାନ କରିଥିଲେ । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ମିତାଲୀଙ୍କୁ ଏହି ବିଏମଡବ୍ଲୁ୍ୟ କାରର ଚାବି ଦେଇଥିଲେ । ପ୍ରକାଶ ଯେ, ମିତାଲୀ ମହିଳା ବିଶ୍ୱକପ୍ରେ ମୋଟ୍ ୪୦୯ ରନ୍ କରିଥିଲେ । ଯାହା ଚଳିତ ବିଶ୍ୱକପ୍ରେ କୌଣସି ବି ଖେଳାଳିଙ୍କ ୨ୟ ସର୍ବାଧିକ ସ୍କୋର ।