ବନ୍ୟା ଉଜାଡ଼ିଲା ଚାଷବାସ

24

ପାଣିକୋଇଲି(ଆପ୍ର): ଖରସ୍ରୋତା ନଇରୁ ଧିରେ ଧିରେ ବନ୍ୟାପାଣି କମିବାରେ ଲାଗିଛି । ସ୍ୱାଭାବିକ ହେଉଛି ଜନଜୀବନ । ସୂଚନା ଯୋଗ୍ୟ ଯେ, ସୋମବାର ବହୁ ସ୍ଥାନରେ ରନ୍ଧା ଖାଦ୍ୟ ଦେବା ବନ୍ଦ କରାଯାଇଥିଲେ ମଧ୍ୟ ବ୍ଲକ୍ର ତଣ୍ଡରା ହରିଜନସାହି ଓ ରାଢିକୁଦରେ ପରିସ୍ଥିତ ଗମ୍ଭୀର ଥିବାରୁ ସେଠାରେ ରନ୍ଧାଖାଦ୍ୟ ଦିଆଯାଉଛି । ହେଲେ ବନ୍ୟା ପରର ପରିସ୍ଥିତି ଆହୁରି ଗମ୍ଭିର ହେବାରେ ଲାଗିଛି । କୋରାଇ ଓ ଆଖପାଖ ଅଂଚଳର ପରିବାର ହାଣ୍ଡିଶାଳ ବୋଲାଉଥିବା ବହୁ ପଂଚାୟତରେ ବନ୍ୟାପାଣି ପଶି ଉଜୁଡି ଯାଇଛି ଚାଷୀଙ୍କ ହଜାର ହଜାର ହେକ୍ଟର ଚାଷଜମି । ଫଳରେ ପରିବା ଚାଷ କରି ଜିବିକା ନିର୍ବାହ କରୁଥିବା ଶତାଧିକ ଚାଷୀଙ୍କର ଏବେ ମୁଣ୍ଡରେ ପଡିଛି ଚଡକ । କୃଷି ବିଭାଗ ଠାରୁ ମିଳିଥିବା ସୂଚନା ଅନୁଯାୟୀ କୋରାଇ ବ୍ଲକ୍ରେ ପ୍ରାୟ ୩ ହଜାର ହେକ୍ଟରରୁ ଉର୍ଦ୍ଧ ଜମିରେ ଚାଷୀମାନେ ପରିବା ଚାଷ କରିଥିଲେ । ହେଲେ ଚଳିତ ବନ୍ୟାରେ ସବୁକିଛି ଧୋଇ ଯାଇଛି ସେମାନଙ୍କର । ଟ୍ରିପ୍ ଟ୍ରିପ୍ କଖାରୁ, ଭେଣ୍ଡି, କଲରା, ଝୁଡଙ୍ଗ ଆଦି ପରିବା ଏବେ କ୍ଷେତରେ ପଡିପଡି ପଚୁଛି । ତେଣୁ ଆଗକୁ କିପରି ଘର ଚଲିବ ସେନେଇ ଚାଷୀକୂଳ ଏବେ ଚିନ୍ତାରେ । ବନ୍ୟାରେ ସବୁକିଛି ଉଜୁଡି ଯାଇଥିବାରୁ ଏବେ ଋଣ ପରିଶୋଧ ନିନ୍ତାରେ ଚାଷୀ । ଏନେଇ ବ୍ଲକ୍ କୃଷି ବିଭାଗ ସହିତ ଯୋଗାଯୋଗ କରିବାରୁ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ କ୍ଷତିପୁରଣ ଦେବା ପାଇଁ ଏବେ କୌଣସି ସରକାରୀ ଘୋଷଣା ହୋଇନାହିଁ । କିନ୍ତୁ କ୍ଷୟକ୍ଷତିର ଆକଳନ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ସରକାର ଏନେଇ ନିଷ୍ପତି ନେଇପାରନ୍ତି ବୋଲି ଜଣାପଡିଛି । ସେପଟେ ଚଳିତ ବନ୍ୟାରେ ଉଜୁଡିଯାଇଥିବା ଚାଷ ପାଇଁ ବ୍ଲକ୍ ବହୁ ଚାଷୀ କ୍ଷତିପୁରଣ ଦାବି କରିବା ସହିତ ଋଣ ଛାଡ କରିବା ପାଇଁ ମଧ୍ୟ ଦାବି କରିଛନ୍ତି ।




Powered by odothemes.com