ଲାଲବାହିନୀର ସହିଦ ସପ୍ତାହ

47

ମାଲକାନଗିରି,୨୮ା୭(ଆପ୍ର): ଆଜିଠାରୁ ଅଗଷ୍ଟ ୩ତାରିଖ ପର୍ଯ୍ୟନ୍ତ ନକ୍ସଲ ବା ମାଓବାଦୀମାନେ ସହିଦ ସପ୍ତାହ ପାଳନ କରୁଛନ୍ତି । ମୃତ ନକ୍ସଲଙ୍କ ସ୍ମୃତି ଉଦେ୍ଦଶ୍ୟରେ ସେମାନେ ଏହାକୁ ପାଳନ କରୁଥିବା ଜଣାପଡିଛି । ଏନେଇ ମାଓ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସହିଦ୍ ସପ୍ତାହ ପାଳନ ପୂର୍ବରୁ ଅନେକ ସ୍ଥାନରେ ପୋଷ୍ଟର ମାରି ଏ ସଂପର୍କରେ ସୂଚନା ଦିଆଯାଇଥିଲା । ୨୦ତାରିଖରେ ସିପିଆଇ ମାଓବାଦୀ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଥିଲା । ଯେଉଁଥିରେ ଉଲ୍ଲେଖ ଥିଲା ଯେ କୋରାପୁଟ, ମାଲକାନଗିରି, ଛତିଶଗଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ରାଜ୍ୟର ନକସଲମାନଙ୍କୁ ନେଇ ଏକ ଜୋନାଲ କମିଟି ଗଠନ କରିବା ସହ ସହିଦ ସପ୍ତାହ ପାଳନ ପ୍ରସ୍ତୁତି ଜୋରଦାର କରିଛିବୋଲି ଗୁଇନ୍ଦା ପକ୍ଷରୁ ଜଣା ପଡିଛି । ମାଲକାନିଗିର ଜିଲ୍ଲାର କାଲିମେଳା ବ୍ଲକ୍ ଅନ୍ତର୍ରତ ବିଭିନ୍ନ ଉପାନ୍ତ ଅଞ୍ଚଳରେ ନକ୍ସଲମାନଙ୍କର ଉପଦ୍ରବ ବୃଦ୍ଧିି ପାଇଛି । ଦୁର୍ବଳ ପଡିଯାଇଥିବା ନକ୍ସଲ ସଙ୍ଗଠନକୁ ପୁନ ସଙ୍ଗଠନ କରିବା ସହଭଗ୍ନ ସହିଦସ୍ତମ୍ବ ଗୁଡିକୁ ପୁନ ଉଦ୍ଧାର କରାଯିବା ପାଇଁ ବ୍ୟବସ୍ଥା କରାଯାଉଛି । ଆହୁରି ମଧ୍ୟ ସ୍ଥାନେସ୍ଥାନେ ଅସ୍ଥାୟୀ ସହିଦ ସ୍ଥମ୍ବ ନିର୍ମାଣ କରାଯାଇ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର ବ୍ୟବସ୍ଥା କରାଯାଉଛି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ଜଣାପଡିଛି । ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲା ପାଡ଼ୁଆ ଅଞ୍ଚଳର ବିଭିନ୍ନ ସ୍ଥାନରେ ସହିଦ୍ ସପ୍ତାହକୁ ବିରୋଧ କରାଯିବା ସହ ବିଭିନ୍ନ ସ୍ଥାନରେ ଏହାକୁ ପାହନ ନ କରିବାକୁ ପୋଷ୍ଟର ଲଗାଯାଇଛି । ମାଓବାଦୀମାନେ ନିରୀହ ଲୋକଙ୍କୁ ପୁଲିସ୍ ଇନ୍ଫର୍ମର ସନେ୍ଦହରେ ହତ୍ୟା କରୁଛନ୍ତି । ୭ ବର୍ଷରେ ୫୮ ଜଣଙ୍କୁ ମାଓବାଦୀମାନେ ହତ୍ୟା କରିଥିବା ପୋଷ୍ଟରରେ ଉଲ୍ଲେଖ କରାଯାଇଛି ।
ସୂଚନା ଯୋଗ୍ୟ ଯେ, ଦେଶର ବିଭିନ୍ନ ରାଜ୍ୟରେ ନକ୍ସଲ ସମସ୍ୟା ଏକ ବଡଚାଲେଞ୍ଜ ସଦୃଶ ରାଜ୍ୟସରକାରଙ୍କ ସମ୍ମୁଖରେ ଉଭା ହେଇଛି । ୧୯୪୬ ମସିହାରେ ନିଜାମ ଶାସିତ ନାଲଗୋଣ୍ଡା ଜିଲ୍ଲାରେ ଅତ୍ୟାଚାରୀ ଜମିଦାରଙ୍କ ବିରୋଧରେ କୃଷକ ଶ୍ରମିକମାନେ ବିଦ୍ରୋହ ଆରମ୍ଭ କରିଥିଲେ । ଜମିଦାରଙ୍କ କବଳରୁ କେତେଗୁଡିଏ ଗ୍ରାମକୁ ଉଦ୍ଧାର କରି ଭୂମିହୀନ ଗରିବ ଚାଷୀମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା, ଯାହାଫଳରେ ଟିକସ ଭାରରୁ ଜମିହୀନ ଗରିବ ମାନେ ବଚିଂତ ହୋଇପାରିଲେ । କୃଷକମାନଙ୍କର ମନୋବଳ ବଢିବା ପରେ ଏହି ଆନେ୍ଦାଳନ ୱରେଙ୍ଗଲ ର ବେନାର ଜିଲ୍ଲାକୁ ବ୍ୟାପିଥିଲା । ସ୍ୱାଧୀନତା ପରେପରେ କୃଷକ ଶ୍ରମିକ ବିଦ୍ରୋହକୁ ତେଲାଙ୍ଗାନା ବିଦ୍ରୋହ ନାମରେ ନାମିତ କରାଗଲା । ଏହାପରେ ଜମିଦାରମାନଙ୍କ ବିରୋଧରେ ଶହଶହ କୃଷକ ଆନେ୍ଦାଳନରେ ଯୋଗ ଦେଲେ ।୧୯୬୭ ମସିହା ବେଳକୁ ପଶ୍ଟିମବଙ୍ଗରେ ଆରମ୍ଭ ହେଇଥିବା ସିପିଆଇ ନକ୍ସଲ ଆନେ୍ଦାଳନ ଦେଶର ବିଭିନ୍ନ ରାଜ୍ୟକୁ ନକ୍ସଲ ଆନେ୍ଦାଳନ ଭାବେ ବ୍ୟପିଥିଲା । ୧୯୬୯ରେ ସିପିଆଇକୁ ଦୁଇଭାଗରେ ବିବକ୍ତ କରି ସିପିଆଇ(ମାର୍କସିଷ୍ଟ-ଲେନିନିଷ୍ଟ)ଏବଂ ସିପିଆଇ(ଏମଏଲ) କରାଗଲା । ଏହାର ନେତୃତ୍ୱ ନେଇଥିଲେ ଗୁରୁ ମଜୁମଦାର । ଏହାପରେ ସିପିଆଇ (ଏମଏଲ ଲିବରେସନ) ଗଣତାନ୍ତ୍ରିକ ରାଜନିତୀରେ ମୁକ୍ତଭାବରେ ଭାଗ ନେଇଥିଲା । ନକ୍ସଲ ଆନେ୍ଦାଳନ ୯ଟି ଦେଶର ପ୍ରାୟ ୭୫ଟି ଜିଲ୍ଲାରେ ବ୍ୟାପିଥିଲା । ବିଶେଷଭାବେ ଆଦିବାସୀ ଅଧ୍ୟୁଷିତ ପଛୁଆବର୍ଗର ଜିଲ୍ଲା ଏହି ଆନେ୍ଦାଳନରେ ପ୍ରଭାବିତ ହୋଇଥିଲା ।ରାଜ୍ୟ ସରାକର ନକ୍ସଲଦମନ ପାଇଁ ପଦକ୍ଷେପ ଉଠାଇଲା ପରେ ମାନବିକ ଅଧିକାର ଏହାର ବିରୋଧ କରିଥିଲା । କାରଣ ଏହିପଦକ୍ଷେପ ଦ୍ୱାରା ସାଧାରଣ ନିରିହ ଜନତା ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଥିଲେ । କ୍ରମେ ନକ୍ସଲ ଆନେ୍ଦାଳନ ଝାରଖଣ୍ଡ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ,ତେଲେଙ୍ଗାନା, ମହାରାଷ୍ଟ୍ର, ଛତିଶଗଡ, ପଶ୍ଚିମବଙ୍ଗ, ଓଡିଶା ଭଳି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ୟପିବାରେ ଲାଗିଲା । ନକ୍ସଲମାନେ ଏହି ସବୁଜିଲ୍ଲାରେ କାୟା ବିସ୍ତାର କରିବାସହ ସାଧାରଣ ଜନତା, ଆଦୀବାସୀ ମାନଙ୍କ ଉପରେ ଅତ୍ୟଚାର କରିବା ଆରମ୍ଭ କଲେ । ପୂର୍ବରୁ ଆଦିବାସୀ ଓପୁଲିସ କର୍ମଚାରୀ ମାନଙ୍କୁ ଦିନଦ୍ୱିପହରରେ ହତ୍ୟାକରିବା,ଲୁଟ କରିବା ମାଲକାନିଗିରି, କୋରାପୁଟ, ଗଜପତି, ନୟାଗଡ, ନୁଆପଡା, ଫୁଲବାଣୀଭଳି ଜିଲ୍ଲାରେ ସାଧାରଣ ଘଟଣା ପାଲଟି ଗଲା । ୨୦୧୦ ମସିହାରେ ନସ୍କଲ ସମସ୍ୟାରେ ଅତିଷ୍ଟ ହୋଇ କେନ୍ଦ୍ରସରକାରଙ୍କ ସହାୟତା କ୍ରମେ ଅବିଭକ୍ତ କୋରାପୁଟ, ମାଲକାନିଗିରି ଜିଲା୍ଲରେ ବି.ଏସ.ଏଫ ବା ବର୍ଡର ସିକୁରିଟି ଫୋର୍ସର ମୁତୟନ କରାଗଲା ।ମାଓଅଧୁଷିତ ଅଂଚଳ ଗୁଡିକରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ, ସ୍ଥାନୀୟ ଅଂଚଳବାସୀଙ୍କୁ ସୁରକ୍ଷା ପ୍ରଦାନ,ନକ୍ସଲ ଉପଦ୍ରବ ଅଂଚଳରେ ସାଧାରଣ ଲୋକମାନଙ୍କ ସହିତ ସୁସମ୍ପର୍କ ରଖି ନକ୍ସଲବିରୋଧୀ କାର୍ଯ୍ୟ କ୍ରମକୁ ତ୍ୱାରାନୀତ କରିବା ବି.ଏସ.ଏଫର ମୁଳ ଲକ୍ଷ ଥିଲା ।ସେଥିପାଇଁ ଉପାନ୍ତ ଆଦିବାସୀ ଗ୍ରାମରେ ଜନସମ୍ପର୍କ ଶିବିର କାର୍ଯ୍ୟକ୍ରମ ଆରମ୍ଭ କରି ଚାଷସାମଗ୍ରୀ, ଖେଳ ସାମଗ୍ରୀ, ପୋଷାକ ତଥା ନିତ୍ୟ ବ୍ୟବହାର ସାମଗ୍ରୀ ବାଣ୍ଟି ଲୋକମାନଙ୍କ ବିଶ୍ୱାସ ଜିତିବା ସହ ନକ୍ସଲମାନଙ୍କୁ ଦମନ କରିବାରେ ବି.ଏସ.ଏଫ ସଫଳ ହୋଇପାରିଛି । ବି.ଏସ.ଏଫ ଆସିବା ପରେ ନକ୍ସଲ ମାନେ ଚିନ୍ତିତ ହୋଇଛନ୍ତି । ତେଣୁ ସେମାନେ ଆଦିବାସୀ ଗ୍ରାମଗୁଡିକରେ ସଭା, ବୈଠକ କରି ବି.ଏସ.ଏଫ ଯଦି ଆମ ଅଂଚଳରେ ଆଶ୍ରୟ ସ୍ଥଳି କରନ୍ତି ତେବେ ଦୁଷ୍କର୍ମ, ହତ୍ୟା, ଆକ୍ରମଣ ଭଳି ଘଟଣା ବଢିଯାଇପାରେ ବୋଲି ଅପପ୍ରଚାର ଆରମ୍ଭ କରିଥିଲେ । ଉପାନ୍ତ ଅଞ୍ଚଳରେ କେନ୍ଦ୍ର ସରକାରଙ୍କର କାର୍ଯ୍ୟରେ ବାଧା ସୃଷ୍ଟି କରିବାସହ ଅନିଚ୍ଛା ପ୍ରକାଶ କରି ବିତ୍ତଶାଳୀ ବ୍ୟକ୍ତିଙ୍କୁ ହତ୍ୟା,ଲୁଣ୍ଠନ କରିବା ଯୋରଦାର କରିଥିଲେ ଫଳରେ ବିଏସ୍ଏଫ ପାଇଁ ଲୋକେ ମୁଣ୍ଡବିନ୍ଧାର କାରଣ ସାଜିଥିଲେ । ହେଲେ ଧିରେଧିରେ ଜନସମ୍ପର୍କ ଶିବିର ମାଧ୍ୟମରେ ସ୍ଥାନୀୟ ଅଧିବାସୀ ମାନେ ପୁଲିସକୁ ବିଶ୍ୱାସ କରି ନକ୍ସଲମାନଙ୍କୁ ଆଶ୍ରୟ, ଖାଦ୍ୟ ସେବା ପ୍ରଦାନ କରିବା ବନ୍ଦ କରିଥିଲେ । ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ ବି.ଏସ.ଏଫ ମୁତୟନ ଫଳରେ ଅଞ୍ଚଳବାସୀ ନିଜକୁ ଅଧିକ ସୁରକ୍ଷିତ ମନେକଲେ । ଗ୍ରାମବାସୀମାନେ ଲୁଚିଲୁଚି ନକ୍ସଲମାନଙ୍କ କ୍ୟାମ୍ପ ଓ ଠିକଣା ସମ୍ପର୍କରେ ପୁଲିସକୁ ସୁଚନା ଦେଇଥିଲେ । ଫଳରେ ପୁଲିସ ନକ୍ସଲଙ୍କୁ ଗିରଫ କରି ବହୁମୁଲ୍ୟ ତଥ୍ୟ, ଆଗାମୀ ଯୋଜନା ବିଷୟରେ ଜାଣିପାରି ନକ୍ସଲ ଦମନ କାର୍ଯ୍ୟକ୍ରମକୁ ଅଧିକ କଡାକଡି କରିପାରିଲେ । ଏଥିରୁ ସ୍ପଷ୍ଟ ଜାଣିହେଉଛି ଯେ ବି.ଏସ.ଏଫ ମୁତୟନ ପଳରେ ଅଞ୍ଚଳବାସୀ ନିଜକୁ ଅଧିକ ସୁରକ୍ଷିତ ମନେକଲେ । ଗ୍ରାମବାସୀ ମାନେ ଲୁଚିଲୁଚି ନକ୍ସଲମାନଙ୍କ କ୍ୟାମ୍ପର ଠିକଣା ସମ୍ପର୍କରେ ପୁଲିସକୁ ସୁଚନା ଦେଇଥିଲେ । ଫଳରେ ପୁଲିସ ନକ୍ସଲଙ୍କୁ ଗିରପ କରି ବହୁମୁଲ୍ୟ ତଥ୍ୟ ଓ ଆଗାମୀ ଯୋଜନା ସମ୍ଭନ୍ଧରେ ଜାଣିପାରି ନିଜର ନକ୍ସଲ ବିରୋଧୀ ଯୋଜନାକୁ ସଫଳ କରିପାରିଛନ୍ତି । ୨୦୧୩ ମସିହାରେ ବି.ଏସ.ଏଫର କମ୍ବିଙ୍ଗ ଅପରେସନ ଗ୍ରୀନ ହଣ୍ଟ ଭଳି ପଦକ୍ଷେପରେ ୧୩ ଜଣ ନକ୍ସଲ ମୃତ.୩୯ଜଣ ଆତ୍ମସମର୍ପଣ,୧୨୧ଜଣଗିରଫ,୨୦୧୪ରେ ୨ଜଣ ମୃତ, ୨୭ ଜଣ ଆତ୍ମସମର୍ପଣ,୧୪୪ଜଣ ଗିରଫ ଏବଂ୨୦୧୫ରେ ୧୩ଜଣ ମୃତ, ୬୭ଜଣ ଆତ୍ମସମର୍ପଣ, ୭୭ଜଣ ଗିରଫ, ସେହିପରି ୨୦୧୬ରେ ୬ଜଣ ମୃତ ଜଣଙ୍କର ଆତ୍ମସମର୍ପଣ, ୮ଜଣ ଗିରଫ ହୋଇପାରିଛନ୍ତି । ଏହାସହ ଜିଲ୍ଲା କାଡର ପୁଲିସ ପାଖାପାଖି ୫୦ରୁ ଊଦ୍ଧ୍ୱର୍ କ୍ୟାଡର କମାଣ୍ଡର,୭୦ରୁ ଅଧିକ ସଶସ୍ତ୍ର ନକ୍ସଲ, ୪୦୦୦ରୁ ଅଧିକ ନକ୍ସଲ ସମର୍ଥଙ୍କୁ ଗିରଫ କରିପାରିଛି । ଫଳରେ ନକ୍ସଲ ଉପଦ୍ରବ ଅଂଚଳ ଗୁଡିକ ନକ୍ସଲ ମୁକ୍ତ ହୋଇପାରିଛନ୍ତି । ଯାହାଦ୍ୱାରା ନକ୍ସଲ ମାନେ ପଡୋଶୀରାଜ୍ୟକୁ ପଳାୟନ କରି ସେଠାରେ ନିଜଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି । ପ୍ରକାଶ ଥାଉକି ହବ୭ିଗତ ଦିନର ସାମାନ୍ତ ରାଜ୍ୟ ଛତିଶଗଡର ସୁକୁମାଜିଲ୍ଲାର ବୁର୍ଲା ପାସ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏପ୍ରିଲ ୨୫ ତାରିଖଦିନ ୨୫ଜଣ ସି.ଆର.ପି.ଏଫ ଜବାନଙ୍କୁ ନିର୍ମମ ହତ୍ୟା କରି ତାଙ୍କ ଅସ୍ତ୍ରଶସ୍ତ୍ରକୁ ଲୁଣ୍ଠନ କରିବା ଦେଶବାସୀଙ୍କୁ ଆକଙ୍କିତ କରିଥିଲା । ଏହାପୁର୍ବରୁ ମଧ୍ୟ୧୨ ଦଣ ସୁରକ୍ଷା କର୍ମୀଙ୍କୁ ହତ୍ୟକରିଥିଲେ ନକ୍ସଲ ମାନୋତେବେ ଛତିଶଗଡରେ ୭୭ଜଣ ଯବାନଙ୍କ ନିର୍ମମ ହତ୍ୟାଘଟଣା ନକ୍ସଲ ଦମନ ଆଭିଯାନର ବଡ ଘଟଣା ଥିଲା । ବୁଦ୍ଧିଜୀବିଙ୍କ ମତରେ ବି.ଏସ.ଏଫ ମୁତୟନ ଫଳରେ ମାଲାକାନିଗିରି ଭଳି ଉପାନ୍ତ ଜିଲ୍ଲାରେ ଜନଜୀବନ ଗତିବିଧି ସମାନ ହୋଇପାରିଛି ।




Powered by odothemes.com