sudarshan

୩୧ ପ୍ରକଳ୍ପ ଉପରେ ରୋକ୍

27

ଭୁବନେଶ୍ୱର, ୨୬ା୭ (ବୁ୍ୟରୋ): ଛତିଶଗଡ଼ ସରକାରଙ୍କୁ ଜାତୀୟ ସବୁଜ ଟ୍ରିବୁନାଲ୍ (ଏନ୍ଜିଟି)ରୁ ଧକ୍କା ଲାଗିଛି । ମହାନଦୀ ଉପରମୁଣ୍ଡରେ ନିର୍ମାଣ ହେଉଥିବା ୩୧ଟି ବୃହତ୍ ବ୍ୟାରେଜକୁ କାର୍ଯ୍ୟକ୍ଷମ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ନକରିବା ପାଇଁ ଏନ୍ଜିଟି ଛତିଶଗଡ଼ ସରକାରଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଛତିଶଗଡ଼ ସରକାରଙ୍କର ଏହି ନିଷ୍ପତ୍ତି ଓଡ଼ିଶା ସରକାର ମହାନଦୀ ପ୍ରସଙ୍ଗରେ ଛତିଶଗଡ଼ର ଆଭିମୁଖ୍ୟ ନେଇ ଯେଉଁ ପ୍ରଶ୍ନ ଉଠାଇଥିଲେ, ତାହା ସତ୍ୟରେ ପରିଣତ ହୋଇଛି । ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ନିର୍ମାଣ କରୁଥିବା ବେଆଇନ୍ ବ୍ୟାରେଜ ବିରୁଦ୍ଧରେ ସାମାଜିକ କର୍ମୀ ସୁଦର୍ଶନ ଦାସ ଏନ୍ଜିଟିରେ ମାମଲା ଦାଏର କରିଥିଲେ । ଛତିଶଗଡ଼ ସରକାର ଏହି ବ୍ୟାରେଜ ନିର୍ମାଣ କଲାବେଳେ ମନମୁଖି ଭାବେ କରିବା ସହ ଶିଳ୍ପପତିଙ୍କଠାରୁ ଅର୍ଥ ଆଣି ଏହାକୁ ନିର୍ମାଣ କରୁଥିଲେ । ଯାହାଫଳରେ କି ମହାନଦୀର ଜଳପ୍ରବାହ ହ୍ରାସ ପାଇବ । ଏହାଛଡ଼ା ପରିବେଶ ନଷ୍ଟ ହେବା ସହ ଜୈବ ବିବିଧତା ମଧ୍ୟ ଧ୍ୱଂସ ପାଇଯିବ ବୋଲି ଆଶଙ୍କା କରାଯାଇଥିଲା । ଏହାଛଡ଼ା ମହାନଦୀର ନିମ୍ନ ଅବବାହିକାରେ ରହୁଥିବା ଅଧିବାସୀମାନେ ବିଶେଷଭାବରେ କ୍ଷତିଗ୍ରସ୍ତ ହୋଇଥାଆନ୍ତେ । ଏନ୍ଜିଟିର କୋଲକାତା ବେଞ୍ଚ ଆଜି ଏହି ମାମଲାର ଶୁଣାଣି କରିଥିଲେ । ଜଷ୍ଟିସ୍ ୱାଙ୍ଗ୍ଡ଼ି ଓ ଡ. ପିସି ମିଶ୍ରଙ୍କୁ ନେଇ ଏନ୍ଜିଟିର ପୂର୍ବାଞ୍ଚଳ ବେଞ୍ଚ (କୋଲକାତା) ସାମାଜିକ କର୍ମୀ ସୁଦର୍ଶନ ଦାସଙ୍କ ମାମଲାର ଶୁଣାଣି କରିଥିଲେ । ସେମାନେ ଦର୍ଶାଇଥିଲେ ଯେ ଯେଉଁ ପ୍ରକଳ୍ପଗୁଡ଼ିକ ପରିବେଶ ମଞ୍ଜୁରି ପାଇଛି, ମାତ୍ର କାର୍ଯ୍ୟକ୍ଷମ ହୋଇନାହିଁ, ତାହା ଟି୍ରିବୁନାଲଙ୍କର ପରବର୍ତ୍ତୀ ଆଦେଶ ଯାଏ ବନ୍ଦରହିବ । ଆବେଦନକାରୀ ଦର୍ଶାଇଥିଲେ ଯେ, ଛତିଶଗଡ଼ ସରକାର ୮୧ଟି ପ୍ରକଳ୍ପ ଉପରମୁଣ୍ଡରେ କରୁଛନ୍ତି । ସେଥିମଧ୍ୟରୁ ୩୧ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ବାକିଅଛି । ଏହା ମଧ୍ୟରେ କ୍ଷୁଦ୍ର, ମଧ୍ୟମ ଓ ଶିଳ୍ପ ସଂସ୍ଥା ପାଇଁ ବ୍ୟାରେଜ ରହିଛି । ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ନଦିଆଯାଉ । ଏନ୍ଜିଟିର ରାୟ ସଂପର୍କରେ ସୂଚନା ଦେଇ ଶ୍ରୀ ଦାସ କହିଛନ୍ତି ଯେ ୩୧ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ନକରିବା ଲାଗି ଏନ୍ଜିଟି ନିଦେ୍ର୍ଦଶ ଦେଇଛନ୍ତି । ଗତ ୫ ବର୍ଷ ମଧ୍ୟରେ ଛତିଶଗଡ଼ ରାଜ୍ୟସ୍ତରୀୟ ପରିବେଶ ପ୍ରଭାବ ଆକଳନ ଆୟୋଗ ୩୫ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ୩୩ ବ୍ୟାରେଜ ଓ ୧୨ଟି ଶିଳ୍ପସଂସ୍ଥାକୁ ମହାନଦୀରେ ବ୍ୟାରେଜ ଓ ପ୍ରକଳ୍ପ ନିର୍ମାଣ କରିବା ପାଇଁ ଅନୁମତି ଦେଇଥିଲେ । ପରବର୍ତ୍ତୀ ସମୟରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଏହାକୁ ଅନୁମତି ଦେଇଥିଲା । ତେବେ ମହାନଦୀର ଜଳ ଓଡ଼ିଶାର ତଳମୁଣ୍ଡରେ ରହୁଥିବା ଲୋକଙ୍କ ପାଇଁ ଆବଶ୍ୟକ । ତେଣୁ ଏହାର ପରିମାଣ ଓ ଗୁଣାତ୍ମକ ମାନ ପ୍ରତି ମଧ୍ୟ ଦୃଷ୍ଟିଦେବା ଦରକାର । ମହାନଦୀ ଉପରମୁଣ୍ଡରେ କୌଣସି ନୂଆ ପ୍ରକଳ୍ପ ନକରିବା ପାଇଁ ବ୍ୟାରେଜ ଛତିଶଗଡ଼କୁ ବାରଣ କରିବା ଲାଗି ମଧ୍ୟ ଆବେଦନ କରାଯାଇଥିଲା ।




Powered by odothemes.com