abebi-patapol-anchala-panigherare--(3)

ରେଳବାଇ ଦେଉନି ଏନ୍‌ଓସି: କଟକ ଉବୁଟୁବୁ

52

ଭୁବନେଶ୍ୱର, ୨୪ା୭(ତଥ୍ୟ): ରେଳବାଇ କର୍ତ୍ତୃପକ୍ଷ ନୋ ଅବ୍ଜେକ୍ସନ୍ ସାର୍ଟିଫିକେଟ୍ (ଏନ୍ଓସି) ଦେଉନଥିବାରୁ କଟକ ସହରରୁ ବର୍ଷାଦିନେ ଜଳ ନିଷ୍କାସନ ହୋଇପାରୁନାହିଁ । ପ୍ରାୟ ୪ ବର୍ଷ ଧରି ଏଥିପାଇଁ ଉଦ୍ୟମ ·ଲୁଥିଲେ ମଧ୍ୟ ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷ ଏନ୍ଓସି ପ୍ରଦାନ କରୁନାହାନ୍ତି । ଏ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଅ ।ଦିତ୍ୟ ପ୍ରସାଦ ପାଢ଼ୀ ପୂର୍ବତଟ ରେଳବାଇର ମହାପ୍ରବନ୍ଧକଙ୍କୁ ପତ୍ର ଲେଖିଛନ୍ତି । ବର୍ଷାଦିନେ କଟକ ସହରରୁ ଜଳ ନିଷ୍କାସନ ଲାଗି ଖାନନଗର ନିକଟରେ ବଡ଼ ପମ୍ପ ଷ୍ଟେସନ୍ ବସାଇବା ଲାଗି ପ୍ରସ୍ତାବ ରହିଛି । ଏହି କାର୍ଯ୍ୟ କରିବାକୁ ହେଲେ ପୂର୍ବତଟ ରେଳବାଇର ଅନୁମତି ଅ ।ବଶ୍ୟକ । ସେଥିପାଇଁ ୨୦୧୩ ମସିହାରୁ ରେଳବାଇକୁ ଅନୁମତି ମଗାଯାଇଛି । ଖାନନଗରଠାରେ ଜାଇକା ପକ୍ଷରୁ ଏହି ପମ୍ପ ଷ୍ଟେସନ୍ଟି ପ୍ରତିଷ୍ଠା ହେବ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ କଟକ ସହରରେ ଜଳ ନିଷ୍କାସନ ଲାଗି ଜାଇକା ଓ ଓଡ଼ିଶା ସମନ୍ୱିତ ପରିମଳ ବିକାଶ ପ୍ରକଳ୍ପ ମିଳିତ ଭାବେ ଡ୍ରେନେଜ୍ ବ୍ୟବସ୍ଥା କରୁଛନ୍ତି । ଏହି ପ୍ରକଳ୍ପକୁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଅଧିନରେ ଥିବା ଓଡ଼ିଶା ଜଳ ଯୋଗାଣ ଏବଂ ପରିମଳ ବୋର୍ଡ କାର୍ଯ୍ୟକାରୀ କରୁଛି ।
ଏହି ପ୍ରକଳ୍ପରେ ବର୍ଷାଦିନେ କଟକ ସହରର ବର୍ଷାଜଳକୁ ଖାନନଗର ନିକଟରେ ନିଷ୍କାସନ ଲାଗି ପମ୍ପ ଲଗାଯିବ । ଏହି ସ୍ଥାନରେ କଟକ ମହାନଗର ନିଗମ ପକ୍ଷରୁ ରେଳବାଇ ଜମି ଉପରେ ପମ୍ପ ବସାଯାଇ ଜଳ ନିଷ୍କାସନ କରାଯାଉଛି । ସ୍ଥାୟୀ ପମ୍ପ ଷ୍ଟେସନ୍ ନିର୍ମାଣ ଲାଗି ରେଳବାଇର ଅନୁମତି ଅ ।ବଶ୍ୟକ । ଦୀର୍ଘ ୪ ବର୍ଷ ଧରି ରାଜ୍ୟ କର୍ତ୍ତୃପକ୍ଷ ଏନ୍ଓସି ପାଇଁ କହିଅ ।ସୁଥିଲେ ମଧ୍ୟ ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷ ଏହା ପ୍ରଦାନ କରୁନଥିବା ଅଧିକାରୀମାନେ କହୁଛନ୍ତି । ରେଳବାଇ କର୍ତ୍ତୃପକ୍ଷ ଏବଂ ଓଡ଼ିଶା ଜଳ ଯୋଗାଣ ଓ ପରିମଳ ବୋର୍ଡ ମଧ୍ୟରେ ବାରମ୍ବାର ଅ ।ଲୋଚନା କରାଯାଇଛି । ଗତବର୍ଷ ଅଗଷ୍ଟ ମାସରୁ ରେଳବାଇ କର୍ତ୍ତୃପକ୍ଷ ମାଗିଥିବା ଚୂଡ଼ାନ୍ତ ପ୍ରସ୍ତାବ ମଧ୍ୟ ଦିଅ ।ଯାଇଛି । ଖାନନଗର ନିକଟରେ ଥିବା ସ୍ଲୁଇସ୍ ଗେଟ୍ ବନ୍ଦ ଥିବା ସମୟରେ ଏହି ପ୍ରସ୍ତାବିତ ପମ୍ପ ଷ୍ଟେସନ୍ ଜରିଅ ।ରେ କଟକ ସହରର ଜଳ କାଠଯୋଡି ନଦୀକୁ ନିଷ୍କାସିତ ହେବ । ବର୍ତ୍ତମାନ ପମ୍ପ ଷ୍ଟେସନ୍ ନଥିବାରୁ ଜଳ ନିଷ୍କାସନ ହୋଇନପାରି କଟକ ସହରର ବହୁ ଅଞ୍ଚଳ ଜଳମଗ୍ନ ହେବା ସହିତ ଜାଇକା ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଅ ।ଗେଇ ପାରୁନାହିଁ । ୨୦୧୩ ମସିହାରୁ ଏହି କାର୍ଯ୍ୟ ଲାଗି ଠିକାଦାର ନିଯୁକ୍ତ ହୋଇଥିଲେ ମଧ୍ୟ ରେଳବାଇର ଏନ୍ଓସି ମିଳୁନଥିବାରୁ ପ୍ରକଳ୍ପ ବ୍ୟୟଭାର ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ପୂର୍ବତଟ ରେଳ କର୍ତ୍ତୃପକ୍ଷ ଅନୁମତି ପ୍ରଦାନ କରିବାକୁ ରାଜ୍ୟ ସରକାର କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com