dengu-1

ରାଜଧାନୀକୁ ଡେଇଁଲା ଡେଙ୍ଗୁ

26

ଭୁବନେଶ୍ୱର,(ବୁ୍ୟରୋ): କଟକ ପରେ ଭୁବନେଶ୍ୱରକୁ ଏବେ ଡେଇଁଛି ଡେଙ୍ଗୁ । ରାଜଧାନୀବାସୀଙ୍କୁ ଘାରିଛି ଭୟ । କ୍ୟାପିଟାଲ ହସ୍ପିିଟାଲରେ ବର୍ତ୍ତମାନ ୬ ଜଣ ଡେଙ୍ଗୁ ଆକ୍ରାନ୍ତ ରୋଗୀ ଚିକିତ୍ସୀତ ହେଉଛନ୍ତି । ଚଳିତ ବର୍ଷ ଜାନୁଆରୀରୁ ଜୁଲାଇ ୨୨ ସୁଦ୍ଧା ୩୫ ଜଣ ଡେଙ୍ଗୁ ରୋଗୀ କ୍ୟାପିଟାଲ ଚିକିତ୍ସିତ ହୋଇଛନ୍ତି । ସେଥିରୁ ୪ ଜଣ ରାଜଧାନୀରୁ ହୋଇଥିବା ବେଳେ ଅନ୍ୟ ରୋଗୀମାନେ ବାହାରେ ଅଞ୍ଚଳରୁ ଆକ୍ରାନ୍ତ ହୋଇ ଚିକିତ୍ସୀତ ହୋଇଛନ୍ତି । ୟୁନିଟ୍-୧ ଅଞ୍ଚଳରୁ ଜଣେ, ଓଲ୍ଡ ଟାଉନ୍ ଅଞ୍ଚଳରୁ ଜଣେ, ଜୟଦେବ ବିହାରରୁ ଜଣେ ଏବଂ ପଟିଆ ଅଞ୍ଚଳରୁ ଜଣେ ରୋଗୀ ଚିହ୍ନଟ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହୋଇଉନ୍ତି । ତେବେ ଏ ସଂକ୍ରାନ୍ତରେ ଆସନ୍ତା ସେମାବାର ବିଏମ୍ସିରେ ଏକ ବୈଠକ ବସିବ ।
ବିଏମ୍ସି ଅଞ୍ଚଳରେ ପଡ଼ିରହିଛି କୁଢ଼କୁଢ଼ ଆବର୍ଜନା । ବିଏମ୍ସିର ସମସ୍ତ କର୍ମଚାରୀ ଏବେ ମାତିଛନ୍ତି ବର୍ଷା ଜଳ ନିଷ୍କାସନରେ । ଭୁଲିଗଲେଣି ବିଭିନ୍ନ ଅଞ୍ଚଳର ସେଫଇ କାର୍ଯ୍ୟ । ନାଳରେ ନା ପଡ଼ୁଛି ମଶା ତେଲ ନା ବୁଲିଛି ଟିଫା ମେସିନ୍ । ବିଭିନ୍ନ ତଳିଆ ଅଞ୍ଚଳରେ ଖାଲଖମାରେ ବର୍ଷା ଜଳ ଜମିଥିବାରୁ ମଶା ଡିମ୍ବ ଦେବା ସହ ସେମାନଙ୍କ ବଂଶ ବିସ୍ତାର କରୁଛନ୍ତି । ନର୍ଦ୍ଦମା ଓ ଜମିଥବା ପାଣିରେ ମଶା ତେଲ ପଡ଼ୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ମଶାତେଲ ନିୟନ୍ତ୍ରଣ ପାଇଁ ଲକ୍ଷାଧିକ ଟଙ୍କାର ବାର୍ଷିକ ଖର୍ଚ୍ଚ ହେଉଛି । ତେବେ ଫଳ ଶୂନ । ବିଏମ୍ସିରେ ୭ଟି ଟିଫା ମେସିନ୍ ଖତ ଖାଉଛି । ଦୁଇଟି ବଡ଼ ମେସିନ ଥିବା ବେଳେ ୫ଟି ଛୋଟ ଟିଫା ମେସନି ରହିଛି । ହେଲେ ଗୋଟିଏ ବି ୱାର୍ଡରେ ଏହି ମେସିନ ବୁଲୁନି । ଯେଉଁଥିପାଇଁ ମଶାଙ୍କ ପାଦ୍ରୁର୍ଭାବ ବଢ଼ିଚାଲିଛି । ଜୁଲାଇ ମାସରେ ଡେଙ୍ଗୁ ମଶା ଅଧିକ ବଂଶ ବିସ୍ତାର କରିଥାନ୍ତି । ବଂଶ ବିସ୍ତାର ରୋକିବା ପାଇଁ ବିଏମ୍ସି ଓ ନଗର ସ୍ୱାସ୍ଥ୍ୟ କାର୍ଯ୍ୟାଳୟ କୌଣସି ପଦକ୍ଷେପ ନେଉନାହାନ୍ତି । ସାରା ରାଜଧାନୀକୁ ଡେଙ୍ଗୁ ରୋଗ ବ୍ୟାପିବା ପରେ ବିଏମ୍ସିର ଚେତା ପଶିବାର ନଜିର ଅଛି ।
ଡେଙ୍ଗୁ ରୋଗକୁ ନିରାକରଣ ପାଇଁ ଆସନ୍ତା ୨୪ ତାରିଖରେ ବିଏମ୍ସିରେ ଏକ ବୈଠକ ବସିବ । ଏଥିରେ ବିଏମ୍ସି କମିଶନର, ମେୟର ଓ ୨୬ ଟି ସହରାଞ୍ଚଳ ଜନସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଯୋଗ ଦେବେ । ଡେଙ୍ଗୁ ରୋଗ କିପରି ହ୍ରାସ ପାଇବ ସେନେଇ ବିସ୍ତୃତ ଆଲୋଚନା ହେବ । ବିଭିନ୍ନ ବସ୍ତି ଓ ୱାର୍ଡରେ ମହିଳା ଆରୋଗ୍ୟ ସମିତିର ମହିଳାମାନେ ସଚେତନତା ବାର୍ତ୍ତା ବାଣ୍ଟିବେ ବୋଲି ଏଡିଏମ୍ ପିଏଚ୍ଓ ରାଜ କିଶୋର ଜେନା କହିଛନ୍ତି ।




Powered by odothemes.com