RRAYAGADA-FLOOD--(6)

ରାୟଗଡ଼ା, କଳାହାଣ୍ଡିରେ ସୁଧାର

17

ବନ୍ୟା ଓ ବର୍ଷା ବିତ୍ପାତରେ ଲକ୍ଷାଧିକ କ୍ଷତିଗ୍ରସ୍ତ
ଭୁବନେଶ୍ୱର, ୧୮ା୭(ବୁ୍ୟରୋ): ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ କଳାହାଣ୍ଡି, ରାୟଗଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥି୍ତି ସୃଷ୍ଟି ହୋଇଥିଲାବେଳେ ମାଲକାନଗିରି, ନବରଙ୍ଗପୁର ଓ କଟକରେ ବର୍ଷା ବିତ୍ପାତ ଯୋଗୁଁ ପ୍ରାୟ ଲକ୍ଷାଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ତେବେ ବନ୍ୟା ଓ ବିତ୍ପାତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି । କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଦଶ ଦିଆଯିବା ସହ ବିଭିନ୍ନ ନଦୀରୁ ଜଳସ୍ତର କମୁଥିବା ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, ରାୟଗଡ଼ା ଜିଲ୍ଲାର ରାୟଗଡ଼ା ଓ କଲ୍ୟାଣସିଂହପୁର ବ୍ଲକ୍ର ୭୦ ଗାଁ କ୍ଷତିଗ୍ରସ୍ତ ହୋଇଥିବାବେଳେ ଜିଲିନ୍ଦା, ବୁଢ଼ାଗୋଡ଼ା ଓ ମାଝୀଗୁଡ଼ା ଗାଁ ପାଣିଘେରରେ ରହିଥିଲା । ୨୮ ହଜାର ଲୋକ କ୍ଷତିଗ୍ରସ୍ତ ହୋଇଥିଲାବେଳେ କାନ୍ଥପଡ଼ି ୫ ଜଣ ଆହତ ହୋଇଛନ୍ତି ଓ ୪୪ଟି ଘର ଭାଙ୍ଗିଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି । ଗୋଟିଏ ଘାଇ ହୋଇଥିବାବେଳେ ୧୫ଟି ସ୍ଥାନରେ ଛୋଟ ଛୋଟ ଘାଇ ହୋଇଛି । ସେହିଭଳି ୫ଟି ବ୍ରିଜ୍ ଧୋଇଯାଇଥିଲାବେଳେ କାମଟାଲପେଟା-କେ.ସିଂହପୁର, ରାୟଗଡ଼ା-କେରେଡ଼ା ରୋଡ଼, କାଶୀପୁର-ଥୁ.ରାମପୁର ଓ ରାୟଗଡ଼ା ଏପି ରାସ୍ତାରେ ଅସ୍ଥାୟୀ ମରାମତି କରାଯାଇ ଯାନବାହନ ଚଳାଚଳ କରାଯାଉଛି । ଦୁଇଟି ଓଡ୍ରାଫ୍ ଟିମ୍, ଅଗ୍ନିଶମ ଟିମ୍, ସିଆର୍ଏଫ୍ ଉଦ୍ଧାର କାର୍ଯ୍ୟରେ ମୁତୟନ ଅଛନ୍ତି । ଛାତ ଉପରୁ କେ.ସିଂହପୁର ତହସିଲର ୧୨ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିଲାେ ବଳେ ଚାନ୍ଦିଲି ନିକଟରେ ଗଛ ଉପରେ ଥିବା ଦୁଇଜଣ ଲୋକଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି ।




Powered by odothemes.com