ଜଳ ନିଷ୍କାସନ ସମସ୍ୟା

NH-meeting

ଇସ୍କନ ଡ୍ରେନ୍ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିଲାନି
ଭୁବନେଶ୍ୱର,(ବୁ୍ୟରୋ): ବର୍ଷାରେ ରାଜଧାନୀର ବିଭିନ୍ନ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି । ଗାଡ଼ି ମୋଟର କଥା ଛାଡ଼ନ୍ତୁ ଚାଲିକି ଯିବା ମଧ୍ୟ କଷ୍ଟକର ହୋଇପଡ଼ୁଛି । ଏପରି ଦୁର୍ଦ୍ଦଶା ସମୟରେ ବିଏମ୍ସି ଓ ଜାତୀୟ ପ୍ରାଧିକରଣ (ଏନ୍ଏଚ୍ଏଆଇ) ମଧ୍ୟରେ ଟଣାଓଟରା ଲାଗି ରହିଛି । ପରସ୍ପର ଦୋଷ ଲଦାଲଦିରେ ବ୍ୟସ୍ତ । ଏହାରି ଭିତରେ ସୋମବାର ଉଭୟଙ୍କ ମଧ୍ୟରେ ବୈଠକ ବସିଥିବା । ସାମାନ୍ୟ ବର୍ଷାରେ ରାଜଧାନୀର ରାଜରାସ୍ତାରେ ଲହଡ଼ି ଖେଳୁଛି । ଲୋକଙ୍କ ସମସ୍ୟା ଉପୁଜିଥିବା ବେଳେ ବିଏମ୍ସି -ଏନ୍ଏଚ୍ଏଆଇ ତୁ ତୁ ମେଁ ମେଁ ଆରମ୍ଭ ହୋଇଯାଇଛି । ଜାତୀୟ ରାଜପଥ କଡ଼ରେ ଡ୍ରେନେଜ୍ ପାଇଁ ପର୍ଯ୍ୟାପ୍ତ ସ୍ଥାନ ଥବା ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷ କହୁଥିବା ବେଳେ ବିଏମ୍ସି ଅଲଗା ଯୁକ୍ତି ବାଡ଼ିଛି । ବିଶେଷ କରି ଇସ୍କନ ମନ୍ଦିର ସମ୍ମୁଖରେ ଡ୍ରେନେଜ୍ ସମସ୍ୟା ନେଇ ତିନିରୁ ୪ ବର୍ଷ ତଳେ ଏନ୍ଏଚ୍ଏଆଇକୁ ଚିଠି ଲେଖାଯାଇଥିଲା । ହେଲେ ପର୍ଯ୍ୟାପ୍ତ ଜାଗା ନଥିବାରୁ ଡ୍ରେନ୍ କାମ ହୋଇପାରିଲା ନାହିଁ ବୋଲି ବିଏମ୍ସି ଅଧିକାରୀ କହିଛନ୍ତି । ଏହି ସମସ୍ୟାର ସମାଧାନ ଏତେ ସହଜ ନୁଡେଁ ବୋଲି ଏନ୍ଏଚ୍ଏଆଇ ଆଞ୍ଚଳିକ ଅଧିକାରୀ ଧର୍ମାନନ୍ଦ ଷଡ଼ଙ୍ଗୀ ସ୍ପଷ୍ଟ କରିଛନ୍ତି । ଅସ୍ଥାୟୀ ଭାବେ ସମସ୍ୟାର ସମାଧାନ ପାଇଁ ଆଜିର ବୈଠକରେ ନିଷ୍ପତ୍ତି ହୋଇଛି । ସୋମବାର ବିଏମ୍ସି ସମ୍ମିଳନୀ କକ୍ଷରେ ଜାତୀୟ ରାଜପଥ ଅଧିକାରୀମାନଙ୍କ ସହ ବିଏମ୍ସିର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜାତୀୟ ରାଜପଥ କଡ଼ରେ ଦେଖାଦେଇଥିବା ଜଳବନ୍ଦୀ ଅବସ୍ଥାର ସୁଧାର ନେଇ ଜାତୀୟ ପ୍ରାଧିକରଣ ଆଞ୍ଚଳିକ ନିଦେ୍ର୍ଦଶକଙ୍କ ସହିତ ବିଏମ୍ସି କମିଶନର ଆଲୋଚନା କରିଥିଲେ । ତେବେ ଜାତୀୟ ରାଜପଥ ଅଧିକାରୀମାନେ ଏହାର ସମାଧାନ ନେଇ ସେମାନଙ୍କ ନିସହାୟତା ପ୍ରକାଶ କରିଥିଲେ । ଫ୍ଲାଏ ଓଭର ଉପରରୁ ଆସୁଥିବା ଜଳକୁ ଡ୍ରେନେଜ୍ ମାଧ୍ୟମରେ ବିଏମ୍ସିର ମୁଖ୍ୟ ଡ୍ରେନେଜ୍ ଚାନେଲ୍କୁ ସଂଯୋଗ କରିବା ଦିଗରେ ଯୋଜନା କରାଯିବା ନେଇ ଚିନ୍ତା କରାଯିବ ବୋଲି ସେମାନେ ଅସ୍ଥାୟୀ ଆଶ୍ୱାସନା ଦେଇଥିଲେ । ଇସ୍କନ୍, ପାହାଳ ଏବଂ ଆଇଗିଣିଆ ନିକଟ ଫ୍ଲାଏ ଓଭରଠାରେ ଏହି ସବୁ ବ୍ୟବସ୍ଥା କରାଯିବା ନେଇ ଚିନ୍ତା କରାଯିବ ବୋଲି ଅଧିକାରୀମାନେ ଜଣାଇଥିବା ସୂଚନା ମିଳିଛି ।