ସାତ ଦିନରେ କ୍ଷୟକ୍ଷତିର ରିପୋର୍ଟ ଦିଅ: ମୁଖ୍ୟମନ୍ତ୍ରୀ

cm

ଭୁବନେଶ୍ୱର,୧୭ା୭ (ବୁ୍ୟରୋ): ବନ୍ୟା ଓ ଲଘୁଚାପଜନିତ ବର୍ଷା ଯୋଗୁଁ ପ୍ରଭାବିତ ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ କଟକ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିସ୍ଥିତି ସଂପର୍କରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ସଂପୃକ୍ତ ଜିଲ୍ଲାପାଳମାନେ ବନ୍ୟା ଓ ବର୍ଷାଜନିତ କ୍ଷୟକ୍ଷତିର ରିପୋର୍ଟ ୭ ଦିନ ମଧ୍ୟରେ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ଏହାଛଡ଼ା ପ୍ରଶାସନକୁ ସଂପୂର୍ଣ୍ଣ ସଜାଗ ରଖିବା ସହ ବିଭିନ୍ନ ବିଭାଗ ଓ କ୍ଷେତ୍ର କର୍ମଚାରୀଙ୍କ ସହ ସମନ୍ୱୟ ରକ୍ଷାକରି ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବନ୍ୟା ଛାଡ଼ୁଥିବା ଅଞ୍ଚଳରେ ସଡ଼କ ଯୋଗାଯୋଗର ପୁନଃ ପ୍ରତିଷ୍ଠା, ରାସ୍ତା ଉପରୁ ଆବର୍ଜନା ସଫା ଓ ବିଦୁ୍ୟତ ବ୍ୟବସ୍ଥାର ପୁନଃ ସଂଯୋଗ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପାନୀୟ ଜଳ ଉତ୍ସଗୁଡ଼ିକର ବିଶୁଦ୍ଧିକରଣ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରୋଗ ନିରାକରଣ କାର୍ଯ୍ୟକ୍ରମ, ଗୃହପାଳିତ ପଶୁମାନଙ୍କୁ ପ୍ରତିଷେଧକ ବ୍ୟବସ୍ଥା ଆଦି କାର୍ଯ୍ୟକୁ ପ୍ରାଥମିକତା ଦେବା ପାଇଁ କୁହାଯାଇଛି । ଭାଙ୍ଗିଯାଇଥିବା ସ୍କୁଲଘର, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ମରାମତି କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ କୁହାଯାଇଛି । ବୈଠକରେ ଭୁବନେଶ୍ୱର ମହାନଗର ନିଗମ କମିଶନର ଉପସ୍ଥିତ ରହି ବର୍ଷାଜଳ ନିଷ୍କାସନ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ଏହି ବୈଠକରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଉନ୍ନୟନ କମିଶନର ଆର୍ ବାଲକ୍ରିଷ୍ଣନ୍, ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।