ବନ୍ୟାଞ୍ଚଳରେ ସ୍ୱାସ୍ଥ୍ୟସେବା ତ୍ୱରାନ୍ୱିତ

IMG-20170717-WA0072

ରାୟଗଡା, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାରେ ଦେଖା ଦେଇଥିବା ବନ୍ୟା ସମୟରେ ସ୍ୱାସ୍ଥ୍ୟସେବା ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ବିଭାଗୀୟ ପଦାଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଜଳବନ୍ଦୀରେ ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବା, ଆବଶ୍ୟକସ୍ଥଳେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଆଣିବା, ଯଥେଷ୍ଟ ପରିମାଣର ଓ.ଆର୍.ଏସ୍, ହାଲୋଜେନ ବଟିକା, ସାଲାଇନ୍, ସାପକାମୁଡା ଇଂଜେକ୍ସନ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଔଷଧ ଉପଲବ୍ଧ କରାଯିବା ସଂପର୍କରେ ଆଲୋଚନା କରି ସଜାଗ ରହି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକରିବାକୁ ପରାମର୍ଶ ଦେଇଛନ୍ତି । ଗତକାଲିଠାରୁ ସ୍ୱାସ୍ଥ୍ୟସେବା ନିଦେ୍ର୍ଦଶକ ଡାଃ କୈଳାସ ଚନ୍ଦ୍ର ଦାଶ ରାୟଗଡା ଯାଇଥିବା ବେଳେ ଆଜି ପରିବାର କଲ୍ୟାଣ ବିଭାଗ ନିଦେ୍ର୍ଦଶକ ଡାଃ ବିନୋଦ ମିଶ୍ର ଆଜି କଳାହାଣ୍ଡି ଜିଲ୍ଲାକୁ ଯାଇଛନ୍ତି । ସଂପୃକ୍ତ ଜିଲ୍ଲାର ନୋଡାଲ ଅଫିସରମାନେ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସଂପର୍କରେ ତଦାରଖ କରୁଛନ୍ତି । ସଂପୃକ୍ତ ଜିଲ୍ଲାମାନଙ୍କରେ ପାଣିଘେରରେ ରହିଥିବା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ସତର୍କ ଦୃଷ୍ଟି ରଖିବାକୁ ମନ୍ତ୍ରୀ ଶ୍ରୀ ଜେନା ନିଦେ୍ର୍ଦଶ ଦେଇଛନ୍ତି । ବନ୍ୟା ପରବର୍ତ୍ତୀ ସମୟ ସ୍ୱାସ୍ଥ୍ୟ ବିଭାଗ ପାଇଁ ଏକ ·ଲେଞ୍ଜ । କାରଣ ବନ୍ୟା ପାଣି ହ୍ରାସ ପାଇବା ପରେ ବିଭିନ୍ନ ପ୍ରକାର ରୋଗ ଦେଖା ଦେଇଥାଏ । ସେଥି ପାଇଁ ଯଥେଷ୍ଟ ପରିମାଣର ଆବଶ୍ୟକୀୟ ଔଷଧ ସହ ସମସ୍ତ ସ୍ୱାସ୍ଥ୍ୟ ପଦାଧିକାରୀ ଏବଂ କର୍ମ·ରୀମାନଙ୍କୁ ପ୍ରସ୍ତୁତ ହୋଇ ରହିବାକୁ ହେବ । କୌଣସି ସ୍ଥାନରେ ଯେପରି ମହାମାରୀ ଦେଖା ନଯାଏ ସେଥି ପ୍ରତି ସର୍ବେକ୍ଷଣ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିବା ସହିତ ସତର୍କ ରହିବାକୁ ମନ୍ତ୍ରୀ ଶ୍ରୀ ଜେନା ନିଦେ୍ର୍ଦଶ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ ରକ୍ଷାକରି କାର୍ଯ୍ୟକରିବାକୁ ପରାମର୍ଶ ଦିଆଯାଇଛି । ସଚିବାଳୟଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଦଶିକା ଶାଳିନୀ ପଣ୍ଡିତ, ଅତିରିକ୍ତ ସଚିବ ସୁରଜିତ ଦାଶ, ଯୁଗ୍ମ ସଚିବ ଅଜିତ ମିଶ୍ର, ପରିବାର କଲ୍ୟାଣ ନିଦେ୍ର୍ଦଶକ ଡାଃ ବିନୋଦ ମିଶ୍ର, ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡାଃ ଜେ.କେ.ତ୍ରିପାଠୀ, ଯୁଗ୍ମନିଦେ୍ର୍ଦଶକ ଡାଃ ମଦନ ମୋହନ ପ୍ରଧାନ ଏବଂ ଉପନିଦେ୍ର୍ଦଶକ ଡାଃ ଅର୍ଘ୍ୟ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।